Odisha news

ଦେବତା – ନର ଦେବତା

0

ଉତ୍କଳାନନ୍ଦ ଅଜୟ କୁମାର ବେହେରା : ମନ୍ଦିରରେ ଦେବତା, ଶାସ୍ତ୍ରୀୟ ବର୍ଣ୍ଣନା ଅନୁସାରେ ମୂର୍ତ୍ତିକାର ସଠିକ ମାପ ଓ ଗଠନ ପ୍ରଣାଳୀରେ କରନ୍ତି । ଅନେକ ଦେବତାଙ୍କର ବହୁ ମନ୍ଦିର ଅଛି ଅନେକ ଦେବତାଙ୍କର ମନ୍ଦିର ନାହିଁ । ଦେବତାଙ୍କର ମହିମା ପ୍ରଚାର ଏତେ କରାଯାଇଛି ଯେ ଲୋକେ ସେହି ସେହି ମନ୍ଦିର ଦିଅଁ ଦର୍ଶନକୁ ଭିଡ଼ ଜମାଉଥାନ୍ତି । ଦେବତା ସବୁ ଜାଣନ୍ତି ଯଦି ଏହା ସତ୍ୟ, ଲୋକକୃତ ଭୁଲ କାମ କେମିତି ସେ କେବଳ ଦର୍ଶନ ମାତ୍ରେ ବା ହୁଣ୍ଡିରେ କିଛି ପଇସା ପକାଇଳେ ଭୋଗ ଫୁଲ ତୁଳସୀ ବେଲପତ୍ର ଲାଗିକଲେ ଦୀପ ଜାଳିଲେ ତାହା ମାଫ୍ ସରଳରେ କରିଦେବେ । ଦେବତା “ଅଜା’, ଅର୍ଥ ଜନ୍ମ ନାହିଁକି ମୃତୁ୍ୟ ନାହିଁ । ଅଜାର ସନ୍ତାନ ନିଜର ମାଆ, ବା ଜେଜେର ସନ୍ତାନ ବାପା, ଏ ସ୍ଥଳରେ ଦୃଶ୍ୟମାନ ପିତା ମାତା ଓ ଖୋଦ ଗୁରୁଙ୍କୁ କୃତକର୍ମ ପାଇଁ ଭୁଲ ନମାଗି ପ୍ରାୟଶ୍ଚିତ ନକରି ଅଜା ପାଖକୁ ଚାଲିଯାଇ କେବଳ ଦର୍ଶନ କରିଦେଲେ କେହି ମୁକ୍ତ ହୋଇପାରିବେ କି?

ଆଳସ୍ୟରୁ ବିଳାସରୁ ସମୟ ନଷ୍ଟ କରି ଗଣେଷ ପୂଜା, ସରସ୍ୱତୀ ପୂଜା ବର୍ଷକୁ କରିଲେ କଣ ପ୍ରଥମ ଶ୍ରେଣୀରେ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହୋଇଯିବ? ଗଣେଶ କହିଲେ ଗଣଙ୍କର ଇଶ, ଅର୍ଥାତ୍ ଶ୍ରେଣୀର ଶିକ୍ଷକ ବିଷୟ ପଢ଼ାଉଥିବା ଶିକ୍ଷକ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରିନ୍ସିପାଲ ଏମାନେ ଗଣପତି ବୋଲି କେମିତି ଛାତ୍ରମାନେ ଧରୁନାହାଁନ୍ତି । ଏମାନଙ୍କର ପ୍ରୀତିକର କାମ କଲେ ବିଦ୍ୟାରେ ଭଲ ଫଳ ଯେ ମିଳିବ ଏକଥା କେମିତି ଭୁଲି ଯାଉଛନ୍ତି । ଜୀବନରେ ଯେତେ ଶିକ୍ଷକ ଅଛନ୍ତି, ସବୁ ଶିକ୍ଷକଙ୍କର ପ୍ରତିନିଧି ଶ୍ରୀଗଣେଶ ଅଭିଧାନର ଏକ ଶବ୍ଦର ଯେମିତି ବହୁ ଭାବ ସୃଷ୍ଟି କରେ ସେମିତି ଦେବତାର ନାମ ସେମିତି ଭାବ ସୃଷ୍ଟିକାରୀ ।

ନର ଦେହରେ ଦେବତା ସଞ୍ଚାର ଏକ ଶକ୍ତିପାତରେ ହାଇଛି । ସରସ୍ୱତୀ, ଲକ୍ଷ୍ମୀ, ସ୍ୱୟମ୍ଭୁ, ଚୀର ଯୌବନା ସେ ବିଷ୍ଣୁଙ୍କର ପତ୍ନୀ ବୋଲି ଲାକମାତା । ଏଇ ଚୀରଯୌବନଙ୍କ ତୁଳନାରେ କୌଣସି ମର୍ତ୍ତ୍ୟର ନାରୀ ସୁନ୍ଦରୀ ହୋଇ ନପାରନ୍ତି । ଅତଏବ ଏହି ଦିବ୍ୟ ସୁନ୍ଦରୀଙ୍କୁ ଯେବେ ମାଆ କୁହାଯାଇ ପୂଜା କରାଯାଉଛି ତେବେ ପାଠ ପଢ଼ିବା ବେଳେ କୌଣସି ଝିଅ ପ୍ରତି ପୁଅମାନେ କାହିଁକି ଆକୃଷ୍ଟ । ପାଠପଢ଼ା ଏକ ତପସ୍ୟା । ଏ ତପସ୍ୟାକୁ ସ୍ୱର୍ଗ ସୁନ୍ଦରୀମାନେ ଆସି ନର୍ତ୍ତନ(ନାଟ କରି) ଭଙ୍ଗ ଚେଷ୍ଟା କରନ୍ତି । ସେମିତି ଛାତ୍ର ମାନଙ୍କର ପାଠପଢ଼ା ଭ୍ରଷ୍ଟା ଏପରି ହୋଇପାରନ୍ତି । ସେପରି ମହାସାଧିକା ରାଜକନ୍ୟା ପରମା ବିଦୁଷୀ ପାର୍ବତୀ, ତାଙ୍କର ପିତାମାତାଙ୍କର ଧନସମ୍ପତ୍ତି ଅଭାବ ନାହିଁ ।

ବରଟିଏ ଯୋଗାଡ଼ ତାଙ୍କ ପାଇଁ ଅଭାବ ନୁହଁ, ତେବେ ସେ କାହିଁକି ମହାତପସ୍ୱୀ କେଉଁଆଡ଼େ ଲୟ ନରଖି ବିଦ୍ୟା ଶେଷ ପାଇଁ ତପ କରିବା ଲୋକର ସେବା କରିଛନ୍ତି? ଅପେକ୍ଷା କରିଛନ୍ତି, ତାଙ୍କ ତପ ସେବା ପର୍ଯ୍ୟନ୍ତ ସେ ଜାଣିଲେ ଏଇ ବ୍ୟକ୍ତିର କିଛି ଭୌତିକ ଧନ ସମ୍ପତ୍ତି ଘର ନଥାଇପାରେ, ମାତ୍ର ଯାହା ଏହାର ଅଛି ତାହା ଅନ୍ୟର ନାହିଁ, ଆଧ୍ୟାତ୍ମ ବିଦ୍ୟା । ଏହାଙ୍କୁ ବିବାହ କଲେ ଲୋକମାତା ହୋଇହେବ । ଲୋକେ ସର୍ବତ୍ର ମାଆ ଡାକିବେ । ଝିଅମାନେ ପାଠପଢ଼ାରେ ସର୍ବଦା ମନଲଗାଇ ସେପରି ପୁରୁଷ ପାଇଁ ଧ୍ୟାନ ଲଗାନ୍ତୁ ଯାହାଙ୍କୁ ବିବାହ କଲେ ବହୁଜନ ମାଆ ଡାକିବେ । ଏଥିପାଇଁ ଡାକ୍ତର, ପଦବୀଧାରୀ ଅଫିସର, ବିଚାରପତି, ଅଧିକର୍ତ୍ତା ପରି ପଦବୀଧାରୀ ବରପାଇଁ ଚିନ୍ତନ କରି ଏସବୁର ପ୍ରତିନିଧି ଶଙ୍କରଙ୍କୁ ଉପାସନା କରନ୍ତୁ ।

କୌଣସି ବୃଥା କଷ୍ଟ ଦେଇ ଯୁବକଙ୍କୁ ପାଠ ପଢ଼ିବା ବେଳେ ପ୍ରେମ ଇଙ୍ଗିତ ଦିଅନ୍ତୁ ନାହିଁ । ପାର୍ବତୀ ଅର୍ଥ ପାହାଡ଼ ପରି ଧୈର୍ଯ୍ୟ ଧରିବା ବ୍ୟକ୍ତିର କନ୍ୟା ସେ ଧନ୍ୟ ମାଆ ତେବେ ସାବିତ୍ରୀ, ସୀତାଙ୍କ ପରି ଆଦର୍ଶ ପଥରେ ଯିବାକୁ କନ୍ୟାମାନେ ଭୁଲନ୍ତୁ ନାହିଁ । ପ୍ରତ୍ୟେକ ମନୁଷ୍ୟର ଶିକ୍ଷା ଅର୍ଜନ କାଳ ଏକ ତପସ୍ୟା କାଳ । ଶିକ୍ଷାର୍ଜ୍ଜନ ଉଦେ୍ଦଶ୍ୟ ଆଗମ ନିଗମ ଶାସ୍ତ୍ର ଜ୍ଞାନଦାତାଙ୍କର ମାନସ ପୁତ୍ର ହେବା ପରାବିଦ୍ୟା ଅପରାବିଦ୍ୟା ଦୁଇଟିରେ ଧୁରନ୍ଧର ହେବା ମାଆ ପାର୍ବତୀ ଶଙ୍କରଙ୍କ ଦୁଇ ପୁତ୍ର ଗଣେଶ କାର୍ତ୍ତିକଙ୍କର ଅନୁଗାମୀ ହେବା ।

ନାରୀମାନେ ସରସ୍ୱତୀଙ୍କ ପରି ବିଦୁଷୀ ହେବା ଲକ୍ଷ୍ମୀଙ୍କ ପରି ଅନ୍ନଦାନକାରିଣୀ ହେବା ଅନସୂୟାଙ୍କ ପରି କୌଣସିଥିରେ ଅସୂୟା ଭାବ ଧରିବା ଚିନ୍ତନ ଛାଡ଼ିବା, ଯଶୋଦାଙ୍କ ପରି ସମସ୍ତଙ୍କ ଯଶଗାନ ଗାଇବା ଏସବୁ କଲେ ଜୀବନ ଧନ୍ୟ ହେବ । ମାତ୍ର ଶିକ୍ଷାର୍ଜ୍ଜନ କାଳରେ ଯୌବନ ଉପଭୋଗ ଚିନ୍ତା ସର୍ବଦା ଅଧୁରା ବିଦ୍ୟା ହେବ ଓ ପରଜୀବନ ହା ହତୁାଶମୟ ହୋଇଯିବ । ପାଠ ନପଢ଼ିଲେ ଯେ ଖାଇବାକୁ ମିଳିବନାହିଁ ଏମିତିକି ନୁହଁ, ଦେହିକ ଶ୍ରମ କରିବାକୁ ପଡ଼ିବ । ପୁଣି ଅଛନ୍ତି ମାଆ ପୃଥିବୀ ମାତା ଚାଷକାର୍ଯ୍ୟ କରିବାକୁ ହେବ । ଗୋ-ମାତା ଅଛନ୍ତି ତାଙ୍କୁ ସେବା କରି ଅନ୍ନ ପାଇହେବ ।

ସେବା ଅଛି ଅଞ୍ଜନା ମାଆଙ୍କ ପୁତ୍ର ଜ୍ଞାନୀ ମାନଙ୍କର ଅଗ୍ରଗଣ୍ୟ ହନୁମାନଙ୍କ ପରି ସେବା ଏପରି ଧରିଲେ ମାଲିକଙ୍କର ପ୍ରିୟ ହୋଇ ସମୟ କାଟି ହେବ । ତେବେ ଏସବୁ ପାଠପଢ଼ା ପାଇଁ ଭଲ ସୁଯୋଗ ନ ମିଳିଥିଲେ ତାଙ୍କ ପାଇଁ ଦ୍ୱିତୀୟ ପଥ । ସ୍ୱର୍ଗରେ ଦେବନାରୀ ମଧ୍ୟରେ ଅପସରା ଅଛନ୍ତି; ଅପସରା ଅର୍ଥ ଜଳରୁ ଛଣା ହୋଇବା ସାରଣ ହୋଇ ଆସିଥିଲେ । ଏମାନେ ସ୍ୱର୍ଗର ନର୍ତ୍ତକୀ, ଅତି ସୁନ୍ଦରୀ ହେଲେ ବି ଏମାନେ ଚପଳ ମସ୍ତିଷ୍କା, ଦେବ ଉଦେ୍ଦଶ୍ୟ ପୁରଣ ପାଇଁ ଏମାନେ ଉତ୍ସର୍ଗୀକୃତ । ତେବେ ଦେବ ଉଦେ୍ଦଶ୍ୟ କ’ଣ? ମନୁଷ୍ୟ ଦେବତାର ଶକ୍ତି ହାସଲ କରୁ ମାତ୍ର ତାକୁ ଦେବ ଉଦେ୍ଦଶ୍ୟରେ ନଲଗାଇ ରାକ୍ଷସ ପ୍ରକୃତିରେ ନଲଗାଉ । ଏପରିସ୍ଥିତିରେ ହିଁ ଏହି ଅପସରା ଗଣଙ୍କ ହାବୁଡ଼ରେ ପଡ଼ିଯିବା ହୁଏ । ଅପସରାଙ୍କର ପରି ପ୍ରିୟ ସର୍ବଦା ଗୁପ୍ତ ରଖନ୍ତି ବା ଛଳନାରେ ପ୍ରକାଶ କରିଥାନ୍ତି । ବିଶ୍ୱାମିତ୍ରଙ୍କ ଭଳି ବଡ଼ ସାଧକ ବି ଏମିତି ଅପସରା ଜ୍ୱରା ଥରେ ତପ ପ୍ରତାରିତ ହୋଇଥିଲେ ।

ଦେବ ରାଜ୍ୟରେ ବରଦାନର କ୍ଷମତା ରଖାଯାଇଛି । ରାକ୍ଷସ ଶକ୍ତିକୁ ନିର୍ମୁଳ ପାଇଁ ସଂକଳ୍ପ ରଖାଯାଇଛି । ଏଇ ମାଟିରେ ଏମିତି ବିଦ୍ୟା ସାଧନ ଅଛି ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଆଧିପତ୍ୟ ଜାହିର କରିହେବ, ମାତ୍ର ଏଇଥିରୁ ଯଦି ଆସିଲା ବକ୍ରପଥ ଗତି, ତେବେ ନିଶ୍ଚେ ଆସିବ, ଅପସରା ସଙ୍ଗ ତାପରେ ଭ୍ରଷ୍ଟ ବଦନାମ ଇତ୍ୟାଦି । ବିଦ୍ୟାର୍ଜ୍ଜନ ସହିତ ଗୁରୁବାକ୍ୟ ପନ୍ଥାରେ, ଶାସ୍ତ୍ରୀୟ, ଧର୍ମୀୟ, ମାର୍ଗ ଧରି ଚାଲିଲେ ସର୍ବ ମଙ୍ଗଳ । ଜଣେ ଅନ୍ନଦାତା ଖାତାରେ ନାମ ରହିଲେ, ଜଣେ ଆରୋଗ୍ୟ ଦାତା, ବିଦ୍ୟାଦାତା, ମୁକ୍ତିଦାତା, ଜଟିଳ କଷ୍ଟରୁ ଉଦ୍ଧାର କର୍ତ୍ତା କଣ ମର୍ତ୍ତ୍ୟ ଦେବତା ବା ନରଦେବତା ନୁହଁନ୍ତି ।

ରାଜା ରାଜକର୍ମଚାରୀଙ୍କ ହାତରେ କାନୁନ ଅଛି । କାନୁନ ଅବହେଳିତଙ୍କୁ ରକ୍ଷା ପାଇଁ ଉଦ୍ଦିଷ୍ଟ ଏଥିରୁ ଫାଇଦା ଉଠାଇବା ଚିନ୍ତନ ଲାଗି ରହିଲେ ଅପସରା ହାବୁଡ଼େ ପଡ଼ିବା ଦିଗ ଖୋଲିବ ଓ ଶେଷରେ ଶକ୍ତି ଚାଲିଯିବ । ଗୁରୁବେଶରେ କେହି ଗୁରୁ ହୋଇ ନପାରେ, ସିଂହ ଚମଡ଼ା ପିନ୍ଧାରେ ଗଧ ତାର ସ୍ୱର ଚରିତ୍ର ବଦଳାଏ ନାହିଁ । ଗୁରୁ ତାଙ୍କର ଦିବ୍ୟ ଗୁରୁଙ୍କ ଠାରୁ ଶକ୍ତିପାତ ନ ହୋଇଥିଲେ କିଛି ଦିନ ଅୟସ କରି ସେହି ଅପସରା ଯୋଗୁ କଳାମୁହଁକୁ ଆସି ଯାଆନ୍ତି । ଏବେ ବି ନର ଦେହରେ ଦେବତା ଅଛନ୍ତି, ଅସୁର ଅଛନ୍ତି, ପିଶାଚ ଅଛନ୍ତି । ଦେବତା ଛଳନାରେ ଅସୁର, ପିଶାଚ ପରେ ଦଣ୍ଡିତ ହେଉଛନ୍ତି ।

Leave A Reply