Odisha news

ସାମାଜିକ ଗଣମାଧ୍ୟମରେ ହିନ୍ଦୁଦେବା ଦେବୀଙ୍କ ବିଷୟରେ ଅପମାନଜନକ ପୋଷ୍ଟ କରି ଯୁବକ ଗିରଫ

0

ଫୁଲବାଣୀ : (ସନ୍ତୋଷ ମିଶ୍ର ) , ଫେସ୍ ବୁକ୍ ରେ ଦୀର୍ଘଦିନ ଧରି ହିନ୍ଦୁଦେବାଦେବୀଙ୍କ ବିଷୟରେ ଅତି ଅପମାନ ଜନକ , ଅଭଦ୍ର ଓ ଆଶାଳୀନ ପୋଷ୍ଟ କରୁଥିଳେ ଫୁଲବାଣୀ ସଦରଥାନା ଅନ୍ତର୍ଗତ ପିଟବାରି ଗ୍ରାମର ହରେକୃଷ୍ଣ ମଳିକ । ସାଇବର ପୁଲିସ୍ ଓ ଜିଲା ପୁଲିସ୍ ଚୁପ୍ ବସିଥିବା ବେଳେ ଅନେକଙ୍କ ମନରେ ଏଭଳି ପୋଷ୍ଟକୁ ନେଇ ପ୍ରତିକି୍ରୟା ମଧ୍ୟ ସୃଷ୍ଟି ହୋଇଥିଲା ।

ତେବେ ଗତ ୨୨ ତାରିଖରେ ଫୁଲବାଣୀ ଅଂଚଳର ଶିବାଶିସ ପଣ୍ଡା ନାମକ ଜଣେ ଯୁବକ ଏନେଇ ରାଜ୍ୟ ପୁଲିସ୍ ମହାନିଦେ୍ର୍ଦଶକ ସମେତ ଜିଲା ପୁଲିସ୍ ଓ ଅନ୍ୟମାନଙ୍କୁ ଏଦିଗରେ ପଦକ୍ଷେପ ନେବାପାଇଁ ଟୁଇଟ୍ କରି ଜଣାଇଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀକୁ ମଧ୍ୟଟୁଇଟ୍ କରିଥିଲେ । ପରେ ଡ଼ିଜିପିଙ୍କ ନିଦେ୍ର୍ଦଶପରେ କନ୍ଧମାଳ ଜିଲ୍ଲା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସଦରଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ନିଜ ପକ୍ଷରୁ ଏନେଇ ମାମଲା ରୁଜୁ କରିବା ସହିତ ଏସ୍.ପିଙ୍କ ନିଦେ୍ର୍ଦଶ ପ୍ରକାରେ ଜିଲା ଗୁଇନ୍ଦା ବିଭାଗର ଅଧିକାରୀ ତିରୁପତି ଚୌଧୁରୀ ମାମଲାର ତଦନ୍ତ ଭାର ଗ୍ରହଣ କରିଛନ୍ତି ।

ପରେ ତଥ୍ୟ ପ୍ରମାଣ ଆଧାରରରେ ପୋଲିସ କନ୍ଧମାଳ ଜିଲ୍ଲା ରୁଜାଙ୍ଗି ପିଟବାରୀ ଗ୍ରାମର ହରେକୃଷ୍ଣ ମଲ୍ଲିକ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ ତା ବିରୋଧରେ ଏକ ମାମଲା ୯୧/୨୪.୦୯.୨୦୨୦ ଓ ଦଫା ୧୫୩,୧୫୩-ଏ,୨୯.୨୯୫ଏ,ଆଇପିସି-୬୭ ଆଇଟି ଆଇନ ଅନୁସାରେ ରୁଜ୍ଜୁ କରାଯିବା ସହିତ ତାକୁ କୋର୍ଟ ଚାଲାଣ କରାଯାଇଛି । । ୨୦୨୦ ଜାନୁୟାରୀରୁ ଅଗଷ୍ଟ ମାସ ମଧ୍ୟରେ ଅନେକ ପୋଷ୍ଟରୁ ପୁଲିସ୍ର ହସ୍ତଗତ ହୋଇଛି । ଏ ଦିଗରେ ଫେସ୍ ବୁକ୍ କୁ ମଧ୍ୟ ତଥ୍ୟ ମାଗିଛି ଜିଲା ସାଇବର୍ ସେଲ୍ । ତେବେ ହରେକୃଷ୍ଣକୁ ପୋଲିସ ଗିରଫ କରିବାପରେ ସେ ସାମାଜିକ ଗଣମାଧ୍ୟମରେ ଏବଂ ଫେସବୁକରେ ବିଭିନ୍ନ ସମୟରେ ଏହିଭଳି ଆପତିଜନକ ପୋଷ୍ଟ କରିଥିବା ପୋଲିସ ନିକଟରେ ମାନିଥିବା କହିଛନ୍ତି ତଦନ୍ତକାରୀ ପୋଲିସ ଅଧିକାରୀ ତିରୁପତି ଚୌଧୁରୀ । ଏହିଭଳି ଅଶାଳୀନ,ଅବାସ୍ତବ ଏବଂ ବିଭିନ୍ନ ପ୍ରକାରର ଯøøନ ସମ୍ପର୍କିତ ମନ୍ତବ୍ୟ ଦେବା ଦ୍ୱାରା ସମାଜରେ ଅସାନ୍ତିର ବାତାବରଣ ସୃଷ୍ଟି ହେଉଥିବା ମଧ୍ୟ କହିଛନ୍ତି ପୋଲିସ ଅଧିକାରୀ ଜଣକ ।

Leave A Reply