ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲା ରୁ ଖୋଲିବ ବୋଲି ଜଣା ପଡିଛି .ଦୀର୍ଘ ସlତ ମାସ ବନ୍ଦ ରହିବା ପରେ ଏହା ଖୋଲିବାକୁ ଯାଉଥିବାରୁ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି l ମାତ୍ର କରୋନା କଟକଣା ପାଇଁ ଦିନରେ ଦେଶ ବିଦେଶର କୌଣସି ପର୍ଯ୍ୟଟକ ମାନଂକୁ ଏହି ଭିତରକୁ ଆସିବାକୁ ଅନୁମତି ମିଳିବ ନାହିଁ ବୋଲି ସୂଚନା ମିଳିଛି .କେବଳ ଡାଙ୍ଗମାଳରେ ରାତ୍ରି ଜାପାନ କରିବାକୁ ଇଛୁକ ଥିବା ପର୍ଯ୍ୟଟକ ମାନଂକୁ ଭିତରକନିକା ଭ୍ରମଣ ପାଇଁ ସୁଯୋଗ ମିଳିବ ବୋଲି DFO ବିକାଶ ରଞ୍ଜନ ଦାସ ପ୍ରକାଶ କରିଛନ୍ତି l
ସୂଚନା ଅନୁସାରେ ମାର୍ଚ୍ଚ 13ରୁ ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶ ପର୍ଯ୍ୟଟକ ମାନଂକ ପାଇଁ ବନ୍ଦ ରଖା ଯାଇଥିଲା l ତେବେ ସlତ ମାସ ପରେ ଏହାକୁ ଆସନ୍ତା 1 ତାରିଖରୁ ଖୋଲାଯାଉଥିବାରୁ ଏହି ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି l ମାତ୍ର ଏଠାକୁ ଦିନ ବେଳା ଆସିବାକୁ ଅନୁମତି ନାହିଁ .କେବଳ ରାତ୍ରି କାଳୀନ ରୁମ ବୁକ କରିବା ପର୍ଯ୍ୟଟକ ମାନଂକୁ ବୁଲିବା ଓ ରହିବାର ଅନୁମତି ମିଳିବ .ସେହିପରି ପର୍ଯ୍ୟଟକ ମାନଙ୍କ ପାଇଁ gupti ଓ ହବାଳିଖଟିରେ ଟିକେଟ ବୁକିଂ ବ୍ୟବସ୍ତା ବନ୍ଦ ରହିବ l କେବଳ ଡାଙ୍ଗମାଳ ରେ ଥିବା 16ଟି କଟେଜରେ ରହିବା ସୁଭିଧା ମିଳିବ .ଏହି 16ଟି କଟେଜରେ ସର୍ବାଧିକ 36 ଜଣ ପର୍ଯ୍ୟଟକ ରହି ପାରିବେ l ଏହି ପର୍ଯ୍ୟଟକ ମାନେ ବୋଟିଙ୍ଗ ସହିତ ଭିତରକନିକା ବୁଲିବା ସହ ରାତ୍ରି ଜାପାନ କରିପାରିବେ l
ମାତ୍ର ଦିନରେ ବୁଲି ଫେରି ଯିବାକୁ ଚାହୁଁଥିବା ପର୍ଯ୍ୟଟକ ମାନଂକୁ ଆସିବାକୁ ବlରଣ କରାଯଇଛି l ତେବେ କୋଭିଡ଼ ନିୟମ ଅନୁସାରେ ଭିତରେ ରହିବାକୁ ଚାହୁଁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯଇଛି .ତେବେ ପର୍ଯ୍ୟଟକମାନେ ଗୋଟିଏ ରାତି ପାଇଁ ସର୍ବନିମ୍ନ 35 ସହରୁ 6ହାଜର ପର୍ଯ୍ୟନ୍ତ ଟଙ୍କା ଦେଇ ଏଠାରେ ରହିପାରିବେ ବୋଲି ମିଳିଥିବା ସୂଚନା ରୁ ଜଣାପଡିଛି l