Odisha news

କୃଷି ବିଲକୁ ପ୍ରତ୍ୟାହାର ଦାବୀ କରି ଅଖିଳ ଭାରତ କୃଷକ ସଭାର ବିକ୍ଷାଭ

0

ନିମାପଡା,୨୫ା୯ା :ନିମାପଡା ଦୋଳବେଦୀ ଛକ ମୋହନ ଦାଶଙ୍କ ପ୍ରତିମୂର୍ତି ତଳେ ଆଜି ଅଖିଳ ଭାରତ କୃଷକ ସଭା ପକ୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କୃଷି ବିଲକୁ ପ୍ରତ୍ୟାହାର ସମେତ ୬ଦଫା ଦାବୀ ନେଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଅଖିଳ ଭାରତ କୃଷକ ସଭାର ପୁରୀ ଜିଲ୍ଲା ସଂପାଦକ କୃଷ୍ଣଚନ୍ଦ୍ର ରାଉତ,ସିପିଆଇ ନେତା ଦେବେନ୍ଦ୍ର ସାହୁ,ସନାତନ ପାତ୍ର,ଜୟରାମ ପାତ୍ର,ଦଣ୍ଡପାଣି ସାହୁ,ସନ୍ତୋଷ ବେହେରା,ଶଙ୍କର ପରିଡା,ବାବୁଲି ନାୟକ,ମହେନ୍ଦ୍ର ବାରିକ,ଲୁଲୁ ଦାଶ,କାଳନ୍ଦୀ ବେହେରା ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।ଦାବୀ ଗୁଡିକ ହେଲା କେନ୍ଦ୍ରର ମୋଦି ସରକାରଙ୍କ ୩ଟି କୃଷି ଓ କୃଷକ ବିରୋଧି ବିଲକୁ ପ୍ରତ୍ୟାହାର କରିବା,ପରିବେଶଗତ ପ୍ରଭାବ ଆଇନକୁ ରଦ୍ଧ କରିବା,ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ରଦ୍ଧ କରିବା,ନୂତନ ବିଦୁ୍ୟତ ସଂଶୋଧନ ବିଲ ୨୦୧୦କୁ ପ୍ରତ୍ୟାହାର କରାଯିବା,ସମସ୍ତ ପ୍ରକାର କୃଷି ରୁଣ ଛାଡ କରାଯିବା,ଡିଜେଲ ଦର ବୃଦ୍ଧିକୁ ପ୍ରତ୍ୟାହାର କରିବା ।କେନ୍ଦ୍ର ସରକାର ଆଣିଥିବା ଏହି କୃଷକ ମାରଣା ଆଇନକୁ ଯଦି ତୁରନ୍ତ ପ୍ରତ୍ୟାହାର କରାନଯାଏ ତେବେ ଅଖିଳ ଭାରତ କୃଷକ ସଭା ଆନେ୍ଦାଳନ କରିବାକୁ ରାଜରସ୍ତାକୁ ଓହ୍ଲାଇବ ବୋଲି ପୁରୀଜିଲ୍ଲା ସଂପାଦକ ଶ୍ରୀ ରାଉତ ଚେତାବନୀ ଦେଇଛନ୍ତି

Nalco
Leave A Reply