Odisha news

କିଷାନ ସଂଘର୍ଷ ସମନ୍ବୟ ସମିତି ଦ୍ବାରା କୃଷି ବିଧେୟକକୁ ବିରୋଧ

0
ମାଲକାନଗିରି !ତା:୨୫/୯ (ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,) : କେନ୍ଦ୍ର ସରକାରଙ୍କ ଦ୍ବାରା ସଂଶୋଧନ କରାଯାଇଥିବା କୃଷକ ବିଧେୟକ-୨୦୨୦,ଅତ୍ଯାବଶ୍ଯକ ସାମଗ୍ରୀ ଆଇନ-୧୯୫୫ ସଂଶୋଧନ ତଥା ଭାରତୀୟ ବିଦ୍ଯୁତ୍ ଆଇନ-୨୦୨୦ ପାରିତ କରିବା ପ୍ରତିବାଦରେ ମାଲକାନଗିରି ଶାଖା କିଷାନ ସଂଘର୍ଷ ସମିତି ଦ୍ବାରା ଆଜି ମାଲକାନଗିରି ସଦର ମହକୁମା ଠାରେ ବିରୋଧ କରାଯିବା ସହ ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ସଂଗଠ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି !
କୃଷି ସାମଗ୍ରୀ ବିପଣନ ବିଧେୟକ-୨୦୨୦ ଲାଗୁ ହେବା ଫଳରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ଯ ନିର୍ଦ୍ଧାରଣ ନିୟନ୍ତ୍ରଣ ମୁକ୍ତ ହେବ ଏବଂ ଇ-ମାର୍କେଟ ନାମରେ ମଣ୍ଡି ବ୍ଯବସ୍ଥା ବିଲୋପ ହେବ !ଚାଷୀ ନିଜ ଫସଲ ପାଇଁ ମୂଲ୍ଯ ଧାର୍ଯ୍ଯ କରି ପାରିବ ନାହିଁ !ଫଳରେ ଚାଷୀ ନିଜର ଉତ୍ପାଦିତ ଫସଲକୁ ଶାଗ ମାଛ ଦରରେ ବିକ୍ରୟ କରିବାକୁ ବାଧ୍ଯ ହେବ !
ଚାଷୀ ପରବର୍ତ୍ତୀ ସମୟରେ ଚାଷ ଋଣ ଶୁଝି ନ ପାରି ଆତ୍ମହତ୍ଯା କରିବାକୁ ବାଧ୍ଯ ହେବ !ବ୍ଯବସାୟୀମାନେ ଏହି ଆଇନ ଅନୁସାରେ ଲାଭାନ୍ବିତ ହେବେ !ଅତ୍ଯାବଶ୍ଯକ ସାମଗ୍ରୀ ଆଇନ-୧୯୫୫ ସଂଶୋଧନ ଯୋଗୁଁ ଆଳୁ ,ପିଆଜ,ଚାଉଳ,ଡାଲି ଭଳି ଅନେକ ଖାଦ୍ଯ ପଦାର୍ଥ ଅତ୍ଯାବଶ୍ଯକ ଖାଦ୍ଯ ତାଲିକାରୁ ବାଦ୍ ପଡିବ,ଏବଂ ଅତ୍ଯାବଶ୍ଯକ ସାମଗ୍ରୀ ବେଆଇନ ଭାବେ ବ୍ଯବସାୟୀମାନେ ଗଛିତ କରି କୃତ୍ରିମ ଅଭାବ ବଜାରରେ ସୃଷ୍ଟି କରି ଅହେତୁକ ଦରଦାମ ବୃଦ୍ଧିରେ ସହାୟକ ହେବ!ଖାଉଟିମାନେ ଅସାଧୁ ବ୍ଯବସାୟୀଙ୍କ ଦ୍ବାରା ଶୋଷଣର ଶିକାର ହେବେ!ବ୍ଯବସାୟୀଙ୍କ ପ୍ରତି କୌଣସି ଅଙ୍କୁଶ ଲାଗୁ ହେବ ନାହିଁ !
ଫଳରେ ଜନ ସାଧାରଣ ହନ୍ତସନ୍ତ ହେବାକୁ ବାଧ୍ଯ ହେବେ !ଭାରତୀୟ ବିଦ୍ଯୁତି ଆଇନ-୨୦୨୦  ସଂଶୋଧନ ଆଇନ ପାରିତ କରାଗଲେ ବିଦ୍ଯୁତ  ଉତ୍ପାଦନ,ସରବରାହ ଓ ବଣ୍ଟନ ବ୍ଯବସ୍ଥା  ସଂପୂର୍ଣ୍ଣ ଘରୋଇ କରଣ ହେବ;ସରକାରଣଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯିବ !ଫଳରେ ଘରୋଇ କମ୍ପାନୀମାନେ ମନ ଇଛା ବିଦ୍ଯୁତ୍ ଶୁଳକ ବୃଦ୍ଧି କରି ଗ୍ରାହାକମାନଙ୍କୁ ଆର୍ଥିକ ଶୋଷଣ କରବା ଲାଗି ପଥ ପରିଷ୍କାର ହେବ!ଏହି ଆଇନ ପାରିତ ହେଲେ  କର୍ପୋରେଟ ସେକ୍ଟରମାନେ ବଡ ଲୋକ ହେବେ ଏବଂ ସାଧାରଣ ଜନତାଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି ଘଟି ଦେଶରେ ମଧ୍ଯବିତ୍ତ ତଥା ଗରିବ ଲୋକମାନଙ୍କ  ଆର୍ଥିକ ମାନଦଣ୍ଡ ଭୁଶୁଡି ପଡିବ ,ଏଣୁ କେନ୍ଦ୍ର ସରକାର ଏହି ବିଲ୍ କୁ ତୁରନ୍ତ ପ୍ରତ୍ଯାହାର କରିବା ପାଇଁ ଦେଶ ବ୍ଯାପୀ ଭାରତ ବନ୍ଦ ଡାକରା ଅଲ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି ଦ୍ବାରା ଦିଆଯାଇଛି !
ଆଜିର ଏହି ବନ୍ଦ ଡାକରାରେ ମାଲକାନଗିରି ଜିଲ୍ଲା କିଷାନ ସଂଘର୍ଷ ସମନ୍ବୟର କର୍ମ କର୍ତ୍ତାମାନେ ମାଲକାନଗିରି ସଦର ମହକୁମା ବାଲିମେଳା ଛକ ଠାରେ ସମାବେଶ ହୋଇ ବିଲ୍ କୁ ବିରୋଧ କରିବା ସହ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ !ସେମାନେ ହେଲେ ମାଲକାନଗିରି ସିପିଆଇ(ଏମ)ଜିଲ୍ଲା ସଂପାଦକ ବ୍ରଜ ମାଝୀ,ମାଲକାନଗିରି ଜିଲ୍ଲା ଏସସି/ଏସଟି/ଓବିସି/ସଂଖ୍ଯା ଲଘୁ ସଂଘ ସଭାପତି ଘେନୁ ମୁଦୁଲୀ,ଭୂପେଶ କର୍ମକାର,କୃଷ୍ଣ ପାଣ୍ଡି,ଭଗବାନ ଶିଶା,ନିଧି ହନ୍ତାଳ,ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲାରାଜୁ ଗେମଲ,ବିଦେଶୀ ଗୌଡ,ଭୀଷ୍ମ ପାଙ୍ଗୀ,ତାର୍ଲାକୋଟା ସରପଞ୍ଚ ସମରା ବାର୍ଷେ ପ୍ରମୁଖ ନେତୃତ୍ବ ନେଇଥିଲେ !
Nalco
Leave A Reply