କେନ୍ଦ୍ରାପଡା,୨୫/୯ – ବିଭିନ୍ନ କୃଷକ ସଂଗଠନକୁ ନେଇ ଗଠିତ ଅଲ ଇଣ୍ଡିଆ କିସାନ ସମନ୍ୱୟ ସମିତି ଆହ୍ୱାନ କ୍ରମେ ସାରା ଦେଶ ବ୍ୟାପି ବନ୍ଦ-ପ୍ରତିବାଦ ଆନେ୍ଦାଳନ ଡାକରା ରେ କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଂଗଠନ ମାନଙ୍କର ବିକ୍ଷୋଭ କରାଯାଇଥିଲା ।
ଗତ ପାଲ୍ୟାମେଣ୍ଟ ଅଧିବେସନ ସମୟରେ ପାଲ୍ୟାମେଣ୍ଟରେ ପ୍ରଶ୍ନୋତର କାର୍ଯ୍ୟକ୍ରମ କୁ ବାଦ୍ ଦେଇ ଅଗଣତାନ୍ତ୍ରିକ ଉପାୟରେ କୃଷି ତଥା କୃଷକ ବିରୋଧି ୩ଟି ଅଧ୍ୟାଦେଶକୁ ପାରିତ କରାଯାଇଛି । କୃଷିଜାତ ସାମଗ୍ରୀର ବିପଳଣ ଓ କାରବାର ବିଧେୟକ ୨୦୨୦ , କୃଷକ ରାଜିନାମା ସଂକ୍ରାନ୍ତ ମୁଲ୍ୟ ସୁନିଶ୍ଚିତତା କୃଷି ସେବା ବିଲ ୨୦୨୦ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୧୯୫୫ (ସଂଶୋଧନ) ବିଧେୟକ ବିଲ ୨୦୨୦ ନାମରେ ଏହି ୩ଟି ବିଲ ଦେଶର ଚାଷୀକୁ ତା ଜମିର ମୁଲିଆ କରିଦେବ ।
କଣ୍ଟାକ୍ଟ ଫାର୍ମିଂ ଆଇନ ୨୦୨୦ କୁ ବାତିଲ କରିବା, ୧୯୫୫ ମସିହା ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ବାତିଲ କରିବା , ପ୍ରାଇଭେଟ ମଣ୍ଡି ଆଇନ ୨୦୨୦ ବାତିଲ କରିବା, କୃଷି ଓ କୃଷକ ବିରୋଧୀ କୃଷି ବିଲ କୁ ପ୍ରତ୍ୟାହାର କରିବା, କୃଷିକ୍ଷେତ୍ରକୁ କରପୋରେଟ ହାତରେ ଟେକି ଦେବାକୁ ବନ୍ଦ କରିବା, ଜନ ବିରୋଧୀ ନୂତନ ବିଦୁ୍ୟତ୍ ସଂଶୋଧନ ବିଲ ପ୍ରତ୍ୟାହାର କରିବା, କମ୍ପାନୀ ଦ୍ୱାରା ଠିକାଚାଷ ବ୍ୟବସ୍ଥା ବାତିଲ କରିବା , ପାରମ୍ପାରିକ ଭାଗ ଚାଷି ମାନଙ୍କୁ ଚାଷିର ମାନ୍ୟତା ଦେବା, ପରିବେଶ ଗତ ପ୍ରଭାବ ଆକଳନ ନାମରେ ପରିବେଶକୁ ଧ୍ୱସଂ କରିବା ବନ୍ଦ କରିବା ଓ କୃଷି ଓ କୃଷକ ମାରଣା ନୀତି ବନ୍ଦ କରବା ସହିତ କୃଷକ ମାନଙ୍କ ତଣ୍ଟି ଚିପିବା ପ୍ରଭୃତି କାର୍ଯ୍ୟ ବିରୋଧରେ ଆଜିର ଅନୁଷ୍ଠିତ ଏହି ବିକ୍ଷୋଭ ରେ ଓଡିଶାର କୃଷକ ସଭା, ଅଖିଳ ଭାରତ କୃଷକ ସଭା, ଭାରତୀୟ କିଷାନ ମଜଦୁର କଂଗ୍ରେସ, ନିଖିଳ ଉକôଳ ଚାଷୀ ମୁଲିଆ ସଂଘ, ଓଡିଶା ଦଳିତ ସମାଜ , ଏସୟୁସିଆଇ ର କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଏହି ବିକ୍ଷୋଭ ସଂଗଠିତ ହୋଇଥିଲା ।
ଓଡିଶା କୃଷକ ସଭାର ଜିଲ୍ଲା ସଂପାଦକ ଗୟାଧର ଧଳ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ରମଣୀ ରଞ୍ଜନ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଭାରତୀୟ କିଷାନ ମଜଦୁର ସଂଘର ସଭାପତି ପ୍ରଫୁଲ ଦାସ, ଆଇ ଏନ ଟି ୟୁ ସିର ସଭାପତି ମୁକ୍ତାର ଖାଁ, ନିଖିଳ ଉକôଳ ଚାଷୀ ମୁଲିଆ ସଂଘର ସଭାପତି ଫକିର ଚରଣ ଖଟୁଆ, ଓଡିଶା ଦଳିତ ସମାଜର ସଂପାଦକ ନଗେନ୍ଦ୍ର ଜେନା, ସିଆଇ ଟିୟୁର ଜିଲ୍ଲା ସଂପାଦକ ଜଗତଜୀବନ ଦାସ, ଓଡିଶା କୃଷକ ସଭାର ନେତା ରବି ମହାକୁଳ, ରନôଞ୍ଜୟ ମଲିକ, ବିଶ୍ୱନାଥ ଦାସ, ବଛରାମ ସେଠୀ, ମହିଳା ସଂଗଠନର ନେତ୍ରୀ ସୁଭାସିନି ଭଦ୍ର, ଏଆଇକେଏସର ଜିଲ୍ଲା ସଂପାଦକ କୁବେର ସାହୁ, ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, ଆଦିକନ୍ଦ ରାଉଳ, ଦାମୋଦର ମଳିକ ଭାରତୀୟ କିଷାନ ମଜଦୁର କଂଗ୍ରେସ ପକ୍ଷରୁ ବସନ୍ତ ସେଠୀ, ସର୍ବେଶ୍ୱର ସେଠୀ, ଜସ୍ମିନ ବେଗମ, ପ୍ରକାଶ ପରିଡା, ନିଖିଳ ଉକôଳ ଚାଷୀ ମୁଲିଆ ସଂଘର ସଂପାଦକ ବିଦୂ ଭୂଷଣ ମହାପାତ୍ର, ଏୟୁସିଆଇ କୃଷକ ସଂଘ ପକ୍ଷରୁ ଏଲିନା ସାମନ୍ତରାୟ, ହିରାମଣି ରାଉତ ପ୍ରମୁଖ ଶତାଧିକ ଚାଷୀଙ୍କ ଦ୍ୱାରା ଏହି ଆନେ୍ଦାଳନ ସଂଗଠିତ ହୋଇଥିଲା ।
