ତାଳଚେର ତା ୨୪/୦୯ ତାଳଚେର ବ୍ଲକ ଅନ୍ତର୍ଗତ ଆନନ୍ଦ ବଜାର ଛକ ନିକଟରେ ଆରଡ଼ବ୍ଲୁ ଏସ୍.ଏସ୍ ପକ୍ଷରୁ ନିର୍ମାଣଧିନ ପମ୍ପ ହାଉସ୍କୁ ନିକଟରେ ଥିବା ଥର୍ମାଲରୁ ସିଧାସଳଖ ବିଦୁ୍ୟତ୍ ସଂଯୋଗ କରାଯାଇ ନିରଚ୍ଛିନ୍ନ ଭାବେ ସେଠିକାର ପଂଚାୟତ ବାସୀଙ୍କୁ ଜଳଯୋଗାଣ କରିବା ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ଥର୍ମାଲ କର୍ତୁପକ୍ଷ ଟାଳଟୁଳି ନୀତି ଅବଲମ୍ବନ କରୁଥିବା ଘଟଣାକୁ ନେଇ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ପରିଶେଷରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ଏହି ଦାବୀକୁ ନେଇ ସେଠାରେ ଉପସ୍ଥାପନ କରିଥିଲେ ।
ଘଟଣାରୁ ପ୍ରକାଶ ଆନନ୍ଦ ବଜାର ଥର୍ମାଲ ପମ୍ପହାଉସଟି ପ୍ରାୟ ୩୦ ବର୍ଷରୁ ଉଦ୍ଧ୍ୱର୍ ହୋଇଗଲାଣି ।
ଆନନ୍ଦବଜାର ଛକ ନିକଟରେ ଥିବା ପାଣିସମ୍ପ ଉପରେ ଗୁରୁଜାଙ୍ଗୁଲି, ସନ୍ଥପଡ଼ା, ବନ୍ତୋଲ ଗ୍ରାମ ପଂଚାୟତକୁ ଓ ଜଗନ୍ନାଥପୁର ଗ୍ରାମ ପଂଚାୟତର ପଂଚାୟତବାସୀ ନିର୍ଭର କରିଥାନ୍ତି । ପରିତାପର ବିଷୟ ଏହି ପମ୍ପହାଉସ ପୂର୍ବରୁ ଉକ୍ତ ପଂଚାୟତବାସୀ ମାନଙ୍କୁ ଦିନକୁ ୨ଥର ପାନୀୟ ଜଳ ଯୋଗାଣ କରି ଆସୁଥିଲା । ବର୍ତମାନ ଏହି କରୋନା ସମୟରେ ଏନଟିପିସି / ଟିଟିପିଏସ୍ କର୍ତୁପକ୍ଷ ସଠିକ୍ ଭାବରେ ପାନୀୟଜଳ ଯୋଗଉ ନାହିଁ ଏବଂ ସେସୁ ବିଦୁ୍ୟତ୍ ଲାଇନ୍ ବିଭ୍ରାଟ ଜନିତ ବହୁ ସମୟରେ ଜଳଯୋଗାଣ ଅବ୍ୟାହତ ରୁହେ । ଯାହାଦ୍ୱାରା ପଂଚାୟତ ବାସୀ ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ପମ୍ପ ହାଉସରୁ ବିଦୁ୍ୟତ୍ କଟିଗଲେ ପାନୀୟ ଜଳ ପାଇବାରୁ ପଂଚାୟତବାାସୀ ବଂଚିତ ହେଉଛନ୍ତି ବୋଲି ଶ୍ରୀ ବେହେରା ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ଦାବୀପତ୍ର ଦେବା ସମୟରେ ସରପଂଚ ନରେନ୍ଦ୍ର ନାହାକ, ସମିତିସଭ୍ୟ ପମଙ୍ଗ ଭୂଷଣ ବେହେରା ଓ ସମିତିଭସ୍ୟ ଅର୍ଜୁନ ବେହେରା ପ୍ରମୁଖ ସେଠାରେ ଉପସ୍ଥିିତ ଥିଲେ ।