Odisha news

ବିପଣୀ ଉନ୍ନୟନ କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୧୦୩ୟୁନିଟ ରକ୍ତ ସଂଗୃହିତ

0

ବାଲେଶ୍ୱର-୨୪/୦୯ : – ଆଜି ପୂର୍ବାହ୍ନରେ ମୋତିଗଞ୍ଜ ଘୋଷ ମାର୍କେଟସ୍ଥିତ ବିପଣୀ ଉନ୍ନୟନ କମିଟି ଆନୁକୂଲ୍ୟରେ ୭ମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ରଂଜନ ବାଗ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ସମ୍ପ୍ରତ୍ତି କରୋନା ମହାମାରୀ ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇପାରୁ ନାହିଁ । ଫଳରେ ରୋଗୀମାନେ ରକ୍ତ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାକୁ ଆଖିଆଗରେ ରଖି ବ୍ୟବସାୟୀମାନେ ଏତାଦୃଶ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଶ୍ରୀ ବାଗ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ । ଆଜିର ଏହି ଶିବିରରେ ସର୍ବମୋଟ ୧୦୩ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ଜିଲ୍ଲା ବ୍ଲଡବ୍ୟାଙ୍କ ଅଧିକାରୀ ଡା. ମହେଶ କୁମାର ବିଶ୍ୱାଳ ଏବଂ ସଦସ୍ୟ ଜନତ୍ ହୋସେନ୍ (ଚାଚା)ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବିପଣୀ ଉନ୍ନୟନ କମିଟିର ସାଧାରଣ ସମ୍ପାଦକ ଚନ୍ଦନ କୁମାର ଭୂୟାଁ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସର୍ବଶ୍ରୀ ଶରତ କୁମାର ନାୟକ, ଭାଗୀରଥି ବେହେରା, ଅନିଲ କୋଇଲି, ଅଖିଲ ଚନ୍ଦ୍ର ଆଶ୍, ଅରୁଣ କୁମାର ଦାସ,କମଳାକାନ୍ତ ନାୟକ, ରାଜକୁମାର ପିରୀ, କରୁଣାକର ପଣ୍ଡା, କାର୍ତ୍ତିକ ଓଝା ଏବଂ ଡମ୍ବରୁଧର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବ୍ଲଡ୍ବ୍ୟାଙ୍କର ଟେକ୍ନିସିଆନ୍ ଅଜୟ କୁମାର ଜେନା, ଦେବାଶିଷ ଦତ୍ତ, ଅଜୟ କୁମାର ମହାପାତ୍ର, ହେମଲତା ସେଠୀ, ଜ୍ୟୋତିଷ ପ୍ରଧାନ, ବିଦ୍ୟାଧର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିଲେ

Leave A Reply