ଭୁବନେଶ୍ୱର, ୨୪ ସେପ୍ଟେମ୍ବର – ପୁରୀକୁ ଏକ ସ୍ୱଚ୍ଛ ଓ ପରିମଳମୁକ୍ତ ବିଶ୍ୱସ୍ତରୀୟ ସହରରେ ପରିଣତ କରିବାରେ ଓଡ଼ିଶାର ଲକ୍ଷ୍ୟ ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଗୋଷ୍ଠୀ ଓ ସବୁସ୍ତରର ଲୋକଙ୍କ ସହଯୋଗ କାରଣରୁ ଆଧ୍ୟାତ୍ମିକ ନଗରୀ ପୁରୀ ଏକ ବିଶ୍ୱସ୍ତରୀୟ ଐତିହ୍ୟ ନଗରୀରେ ରୂପାନ୍ତରିତ ହୋଇପାରିଛି ବୋଲି ସେ କହିଛନ୍ତି ।