Odisha news

କୀଟପତଙ୍ଗଙ୍କ ଯାତନା ଅସହ୍ୟ ହେବାରୁ ବ୍ଲକ ସମ୍ମୁଖରେ ସପରିବାରେ ଧାରଣା

0

ବେତନଟୀ, ୨୨/୯ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାର ଡିଣ୍ଡିମ ପିଟୁଛନ୍ତି । ଯିଏ ଦୁସ୍ଥ, ଗରୀବ, ନିସ୍ୱ କିମ୍ବା ପୀଡିତ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଖଣ୍ଡିଏ ଯୋଗାଇ ଦେବାର ନିୟମ ମଧ୍ୟ ରହିଛି । କିନ୍ତୁ ତୃଣମୂଳ ସ୍ତରରେ ଏହି ନିୟମ କାର୍ଯ୍ୟକାରୀ ହେଉ ନାହିଁ । ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରୁ ନାହାଁନ୍ତି କିମ୍ବା ଲୋକଙ୍କ ସମସ୍ୟାକୁ ସଠିକ ଭାବେ ହୃଦବୋଧ କରୁ ନାହାଁନ୍ତି ।

ପଞ୍ଚାୟତ ସ୍ତରରେ ଜିଆରଏସ, ପିଇଓ କିମ୍ବା ଅନ୍ୟ ଅଧସ୍ତନ କର୍ମଚାରୀ ମାନେ ଯାହା ରିପୋର୍ଟ ଦେଲେ ତାକୁ ଭିତ୍ତି କରି ସରକାରୀ କାର୍ଯ୍ୟ ଚାଲିଛି । ଏପରି ଏକ ଉଦାହରଣ ଦେଖା ଯାଇଛି ବେତନଟୀ ବ୍ଲକର ଦହିକୋଟୀ ପଞ୍ଚାୟତର ଆଗଡା ଗ୍ରାମର ଏକ ଗରୀବ ପରିବାର କ୍ଷେତ୍ରରେ । ଏହି ଗ୍ରାମର ବୃଦ୍ଧ ଘାସିରାମ ଦାସ ଜଣେ ନିସ୍ୱ ଓ ରୋଗଣା ବ୍ୟକ୍ତି । ଏହି ବ୍ୟକ୍ତିଙ୍କର ଗୋଟିଏ ଟାଇଲ ଘର ଥିଲା ଓ ଏହି ଘରଟି ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ଘରଟି ଭାଙ୍ଗିବା ପରେ ଦହିକୋଟୀ ରାଜସ୍ୱ ନିରୀକ୍ଷକ ପରିବାରକୁ ସାଢ଼େ ତିନି ମିଟର ଜରି ପ୍ରଦାନ କରିଛନ୍ତି ।

ତେବେ ପରେ ପୁଣି ବର୍ଷା ହେବା ପରେ ଘରଟି ବିପଦ ଶଙ୍କୁଳ ହୋଇ ପଡିଛି ଓ ପାଣିରେ ଘର ଭର୍ତ୍ତି ହୋଇ ଯାଉଛି । ଘରୁ ନିରାଶ ପରିବାର ସ୍ଥାନୀୟ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ମାସେ ହେଲା ମୁଣ୍ଡ ଗୁଞ୍ଜି ଥିବାର ଜଣା ପଡିଛି । ତେବେ ଗୋଟିଏ ପରିବାର ଏପରି ସ୍କୁଲ ବା ଅଙ୍ଗନୱାଡି ବାରଣ୍ଡାରେ ରହୁ ଥିଲେ ସୁଦ୍ଧା କାହିଁକି ସେଠାରେ ରହୁଛନ୍ତି କେହି ହେଲେ ପଚାରି ନଥିଲେ । ତେବେ କୀଟପତଙ୍କ, ବିଛା, ସାପ ଓ ସରୀସୃପର ଭୟରେ ଅତିଷ୍ଠ ହୋଇ ପରିବାର ଆଜି ସକାଳୁ ଘର ଖଣ୍ଡିଏ ପାଇଁ ବେତନଟୀ ବ୍ଲକ ସମ୍ମୁଖରେ ଧାରଣା ଦେଇ ଥିଲେ । ନିଜେ ବୃଦ୍ଧ ଘାସିରାମ ବେହେରା, ପୁତ୍ର ଅକ୍ଷୟ କୁମାର ବେହେରା, ପୁତ୍ରବୋଧୁ ମମତା ବେହେରା, ନାତି ଯତୀନ ବେହେରା, ନାତୁଣୀ ନେହାରାଣୀ ବେହେରାଙ୍କୁ ନେଇ ଘାସିରାମ ଧାରଣାରେ ବସି ଥିଲେ ।

ତେବେ ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକ ପରିବାର ପାଖକୁ ଆସି ଥିଲେ ଓ ସେମାନଙ୍କୁ ତହସିଲଦାରଙ୍କ ପାଖକୁ ଯାଇ ଘର ଭାଙ୍ଗିବା ବାବଦରେ ରିପୋର୍ଟ ଆଣିବାକୁ ପରାମର୍ଶ ଦେଇ ଥିଲେ । ପରିବାରର ସମସ୍ତ ସଦସ୍ୟ ଯାଇ ବେତନଟୀ ତହସିଲର ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ଦେଖା କରି ଥିଲେ । ଚଳିତ ବର୍ଷର ବନ୍ୟା ଓ ଲଘୁଚାପ ବର୍ଷା ପରେ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଯାଇ ସାରି ଥିବାର ନମିତା ପରିବାରକୁ ସୂଚନା ଦେଇ ଥିଲେ ।

ତେବେ ଏହି ବ୍ୟକ୍ତି ଜଣକର ଭାଙ୍ଗି ଯାଇ ଥିବା ଘର ବାବଦରେ ସେ ସଂପୃକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସାନି କୌଣସି ପ୍ରାକୃତିକ ବିପର୍ଯ୍ୟୟର ରିପୋର୍ଟ ସରକାରଙ୍କୁ ଦାଖଲ ହେଲେ ସେଥିରେ ଏହି ପରବାର ସ୍ଥାନ ପାଇବେ ବୋଲି ନମିତା ଦୁସ୍ଥ ପରିବାରଟିକୁ ଆଶ୍ୱାସନା ପ୍ରଦାନ କରି ଥିଲେ । ରେଳ ବିଦ୍ୟୁତିକରଣ ବେଳେ

 

Leave A Reply