Odisha news

କୋଚିଂ ସେଂଟର ଗୁଡିକ ଉପରେ ଚଢାଉ,୧୮ହଜାର ଟଙ୍କା ଜୋରିମାନା ଆଦାୟ

0

ନିମାପଡା,୨୨ା୯ା :କୋଭିଡ ନିୟମକୁ ଉଲଂଘନ କରି ଆଜି ସକାଳେ ନିମାପଡା ଏନ୍ଏସିର ବିଭିନ୍ନ ସ୍ଥାନରେ ଚାଲିଥିବା କୋଚିଙ୍ଗ ସେଂଟର ଗୁଡିକ ଉପରେ ଏନ୍ଏସି ପକ୍ଷରୁ ଚଢାଉ କରାଯାଇ ୧୮ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀଭୂଷଣ ମିଶ୍ର ପରିଷଦ ଅଂଚଳର ବିଭିନ୍ନ ସ୍ଥାନରେ ଚାଲିଥିବା କୋଚିଂଙ୍ଗ ସେଂଟର ଗୁଡିକୁ ଯାଇ ଯାଂଚ କରି ପିଲାମାନେ ପାଠପଢୁଥିବା ଏବଂ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନଥିବା ଦେଖିବାକୁ ପାଇଥିଲେ ।

କୋଭିଡ କଟକଣାକୁ ଉଲଂଘନ କରି ସାମାଜିକଦୂରତା ରକ୍ଷା କରୁନଥିବା କୋଚିଂଙ୍ଗ ସେଂଟର ମାଲିକମାନଙ୍କ ଠାରୁ ୧୮ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ବଜାରରେ ମାସ୍କ ଚେକିଂ କରାଯାଇ ୧୭ଶହ ଟଙ୍କା ଫାଇନ ଆଦାୟ କରାଯାଇଥିବା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।କୋଭିଡ କଟକଣାକୁ ବେଖାତିର କରି ନିମାପଡା ଏନ୍ଏସି ଓ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ କୋଚିଙ୍ଗ ସେଂଟର ଓ ଘରୋଇ କ୍ଲିନିକ ଚାଲୁଥିବା ଦେଖିବାକୁ ମିଳୁଛି ।

Leave A Reply