Odisha news

ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା : ସାର୍ଟିଫିକେଟରେ ଭୁଲ ତଥ୍ୟ ଯୋଗୁଁ ମାଟ୍ରିକ ପାଶ ପରେ ମଧ୍ୟ ୩ ବର୍ଷ ହେବ ପାଠ ପଢିପାରୁନାହାଁନ୍ତି ଜଣେ ଆଦିବାସୀ ଛାତ୍ରୀ

0

ତେଲକୋଇ : ଛାତ୍ରୀଙ୍କ  ଙ୍କ ସାର୍ଟିଫିକେଟରେ ଭୁଲତଥ୍ୟ ପାଇଁ ମାଟ୍ରିକ ପାଶର ୩ ବର୍ଷ ପରେ ମଧ୍ୟ  ପାଠ ପଢିନପାରି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଜଣେ ଆଦିବାସୀ ଛାତ୍ରୀ। ଛାତ୍ରୀ ଙ୍କ ଭବିଷ୍ୟତ ସହିତ  ଖେଳ ଖେଳୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ମଧୁସୂଦନପୁର ଗାଁରେ ।ଗାଁର ରଇବାରି ମୁଣ୍ଡା ସ୍ବାମୀ ଙ୍କ ମୃତ୍ୟୁ ପରେ  ଜଙ୍ଗଲ ରୁ କାଠ ସଂଗ୍ରହ କରି ୪ ପିଲାଙ୍କୁ ବହୁକଷ୍ଟରେ ପାଳିପୋଷି ବଡ କରିବା ସହିତ ପାଠ ପଢାଇଛନ୍ତି ।ବଡଝିଅ ପଦ୍ମିନି ମୁଣ୍ଡା ତେଲକୋଇ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢୁଥିଲେ ।

୨୦୧୭ ମସିହାରେ ପଦ୍ମିନି ମାଟ୍ରିକ ପାଶ କରିଥିଲେ । କିନ୍ତୁ ମାଟ୍ରିକ ପାସପରେ ମଧ୍ୟ ୩ବର୍ଷ ହେବ ଛାତ୍ରୀ ଜଣଙ୍କ ଯୁକ୍ତଦୁଇ ରେ ନାମ ଲେଖାଇ ପାରୁନାହାନ୍ତି । କାରଣ ତାଙ୍କୁ ସ୍କୁଲରୁ ସାର୍ଟିଫିକେଟ  ମିଳିପାରୁନାହିଁ ।ସାର୍ଟିଫିକେଟ ରେ ଭୁଲ ତଥ୍ୟ ରହିଥିବାରୁ ତାଙ୍କୁ ସାର୍ଟିଫିକେଟ ଦିଆଯାଉନଥିବା କହିଛନ୍ତି ପଦ୍ମିନି ମୁଣ୍ଡା ।

ସଠିକ ସାର୍ଟିଫିକେଟ ପାଇଁ ପଦ୍ମିନୀ  ବାରମ୍ବାର ସ୍କୁଲ ଯାଇଥିଲେ ହେଁ ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ସଂଶୋଧନ ପରେ ସାର୍ଟିଫିକେଟ ଦେବେ ବୋଲି କହି  ଫେରାଇ ଦେଉଛନ୍ତି।ତେବେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ସାର୍ଟିଫିକେଟ ମିଳିପାରି ନାହିଁ ।କେବଳ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ଦେଇସ୍କୁଲ କତ୍ତୃପକ୍ଷ  କାମ ସାରିଦେଇଥିବା ଭଳି ସଂଘାତିକ ଅଭିଯୋଗ ଆଣିଛନ୍ତି ପଦ୍ମିନି। ସରକାର ଗରିବ ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଉଚ୍ଚଶିକ୍ଷା କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ସ୍କୁଲ କତ୍ତୃପକ୍ଷ ଙ୍କ ଭୁଲ ପାଇଁ ଜଣେ ଆଦିବାସୀ ଛାତ୍ରୀ ୩ ବର୍ଷ ହେଲାଣି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ବିଡ଼ମ୍ବନା ର ବିଷୟ ।

ଗରିବ ଅସହାୟ ମା  ରଇବାରି ମୁଢ଼ଚଣ୍ଡା ଏବେ ଝିଅ ପଦ୍ମିନି ର ପାଠପଢ଼ା କୁ ନେଇ ଚିନ୍ତାରେ ଥିବା ବେଳେ କେବେ ତାଙ୍କ ଆଶା ପୂରଣ ହେଉଛି ଓ ପଦ୍ମିନୀ ଙ୍କୁ ସଠିକ ସାର୍ଟିଫିକେଟ ମିଳୁଛି ତାକୁ ହିଁ ଅପେକ୍ଷା ।   ଏସର୍ମ୍ପକରେ ଆମେ ତେଲକୋଇ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ   ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଅନୁପସ୍ଥିତ ଥିବାରୁ ସମ୍ଭବ ହୋଇପାରିନାହିଁ ।

Leave A Reply