ରାୟଗଡା,୨୦ ।୯(Rabindra Patkhandal)-ଲାଞ୍ଚ ମାଗି ହରଡ଼ଘଣାରେ ଫସିଲେ କୋଲନରା ବିଇଓ କାର୍ଯ୍ୟାଳୟର ହିସାବ ରକ୍ଷକ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ପ୍ରକାରେ ବହିଷ୍କାର କରାଯିବା ସୂଚନା ଦେଇଛନ୍ତି ଡ଼ିପିସି । ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ଜଣେ ଦୁର୍ନୀତି ଗ୍ରସ୍ତ ହିସାବ ରକ୍ଷକଙ୍କୁ ବହିଷ୍କୃତ କରିବା ନେଇ ଶିକ୍ଷକ ମହଲରେ ଜିଲ୍ଲାପାଳଙ୍କ ପଦକ୍ଷେପକୁ ସାଧୁବାଦ ବୋଲି ଜଣାଇଛନ୍ତି ।
ଘଟଣାଟି ହେଲା ଅଗଷ୍ଟ ୨୪ ତାରିଖ ଦିନ ବକେୟା ଦରମା କରିଦେବା ପାଇଁ ହିସାବ ରକ୍ଷକ ସାହିଦା ପରବିନ ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟତ୍ରୀଙ୍କୁ ଲାଞ୍ଚ ମାଗିଥିଲେ । ଘଟଣାର ବାର୍ତ୍ତାଳପ ଅଡିଓ ସେତେବେଳେ ଭାଇରଲ ହୋଇଥଇଲା । ବକେୟା ଦରମା କରିଦେବା ପାଇଁ ଭାଗୁଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟିକା ଜ୍ୟୋତିମୟୀ ମଲ୍ଲିକଙ୍କ ଠାରୁ ୩ ମାସର ବକେୟା ଦରମା ୧୯ ହଜାର ୨୦୦ ଟଙ୍କା କରାଇଦେବା ପାଇଁ ହିସାବ ରକ୍ଷକ ପରବିନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଏଥି ସହ ପୁଣି ଆଉ ଗୋଟିଏ ଅଡଅରେ ବାଲିଖମାର ଉଚ୍ଚ ପ୍୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଷ୍ଣୁ ଚରଣ ନାୟକଙ୍କ ୧ ମାସର ଦରମା କରିବା ପାଇଁ ମଧ୍ୟ ହିସାବ ରକ୍ଷକ ଜଣକ ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ମାଗିବା ଘଟଣାର ଅଡିଓ ଭାଇରାଲ ହେବା ପରେ ଏହାର ତଦନ୍ତ ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ସେହି ନିଦେ୍ର୍ଦଶ ପ୍ରକାରେ ଗତ ମାସ ୨୫ ତାରିଖ ଦିନ ପାଞ୍ଚ ଜଣିଆ କମିଟିକରି ଡିପିସି ଅନେସ୍ତେସିଆ କେରକେଟାଙ୍କ ଅଧ୍ୟକ୍ଷତାର ରାୟଗଡା ବ୍ଲକ ଶିକ୍ଷାଧିକାରୀ, ଏଫ.ସି ଏବଂ ଅନ୍ୟ ୩ କର୍ମଚାରୀଙ୍କୁ ନେଇ କମିଟି ଗଠନ କରି ତଦନ୍ତ କରିଥିଲେ ।
କମିଟି କୋଲନରା ବିଇଓଙ୍କୁ ଡାକି ମଧ୍ୟ ଘଟଣା ସଂପର୍କରେ ପଚରାଉଚରା କରିଥିଲେ । ତଦନ୍ତ ସମୟରେ ହିସାବ ରକ୍ଷକ ସାହିଦା ପରବିନ ଲାଞ୍ଚ ମାଗିଥିବା ନେଇ ସ୍ୱୀକାର କରି ଲିଖିତ ମଧ୍ୟ ଦେଇଥିଲେ । ୨୭ ତାରିଖ ଦିନ ହିସାବ ରକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ୩୧ ତାରିଖ ଦିନ କାରଣ ଦର୍ଶାଅ ନୋଟିସର ପ୍ରତି ଉତ୍ତର ଦେଇଥିଲେ ହିସାବ ରକ୍ଷକ ।
ସେପ୍ଟେମ୍ବର ୨ ତାରିଖ ଦିନ ଡିପିସି ଅନେସ୍ତେସିଆ କେରକେଟା ଜିଲ୍ଲାପାଳଙ୍କୁ ରିପୋର୍ଟ ହସ୍ତାନ୍ତର କରିଥିଲେ ଏବଂ ୧୮ ସେପ୍ଟେମ୍ବରରେ ଜିଲ୍ଲାପାଳ ବେହେରା ହିସାବ ରକ୍ଷକ ସାହିଦା ପରବିନଙ୍କୁ ବହିଷ୍କାର କରିବା ପାଇଁ ନିଦେ୍ର୍ଦଶଜାରୀ କରିଥିଲେ । ତେବେ ଭାଇରଲ ହୋଇଥିବା ଅଡିଓରେ ହିସାବ ରକ୍ଷକ ଜଣଙ୍କ ଲାଞ୍ଚ ଟଙ୍କା ତଳରୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଆଯାଉଛି ବୋଲି କହିଥିବା ବେଳେ ବର୍ତ୍ତମାନ ତଳରୁ ଉପର ପର୍ଯ୍ୟନ୍ତ କେଉଁ ମାନେ ଅଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ପ୍ରଶ୍ନ କରୁଛନ୍ତି । ।