ନେମାଳ : କିଶନନଗର ତହସିଲ ତଥା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ଦାଉଦପୁର ପଂଚାୟତ ସାଇ ମନ୍ଦିର ନିକଟସ୍ଥ ଚିତ୍ରୋତ୍ପଳା ନଦୀରୁ ଚୋରା ବାଲି ଚାଲାଣ କରୁଥିଲା କିଶନନଗର ତହସିଲଦାର ସୂଚେତା ମହାପାତ୍ର ଓ କଟକ ଏସ୍.ଡି.ଇ.ଏଫ୍ ଟିମ୍ଙ୍କ ମିଳିତ ଚଢାଉ ଫଳରେ ଆଜି ୯ ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଜବତ ହୋଇଥିବା ବାଲି ଟ୍ରାକ୍ଟର ଗୁଡିକୁ ନେମାଳ ଥାନା ପୁଲିସକୁ ହସ୍ତାନ୍ତର କରାଯାଇଛି । ଗତ କିଛି ଦିନ ହେବ ଏହି ଅଂଚଳରୁ ଶହ ଶହ ଟ୍ରିପ୍ ବାଲି ବେଆଇନ ଭାବେ ଚୋରାରେ ଚାଲାଣ କରାଯାଉଥିବାର ଅଭିଯୋଗ ହେଶଇଥିଲା ।
ହେଲେ ସ୍ଥାନୀୟ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଆଜି ଅଚାନକ ତହସିଲଦାରଙ୍କ ଏହି ଚଢାଉ ଫଳରେ ଚୋରା ବାଲି ଚାଲଣ କରୁଥିବା ଏହି ମାଫିଆମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି । ସମସ୍ତ ଚୋରା ବାଲି ଟ୍ରାକ୍ଟରକୁ ନେମାଳ ଥାନାକୁ ଅଣାଯିବା ପରେ ୫ ଟି ଟ୍ରାକ୍ଟରରୁ ୧ ଲକ୍ଷ ୩୫ ହଜାର ଟଙ୍କା ଜୋରୀମାନା ଆଦାୟ କରାଯାଇଥିବା ତହସିଲଦାରଙ୍କ ଠାରୁ ସୂଚନା ମିଳିଛି । ଏହି ବାଲି ଗାଡି ଜବତ ସମୟରେ ସ୍ଥାନୀୟ ଜନୈକ ବ୍ୟକ୍ତି ତହସିଲଦାରଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ନେମାଳ ଥାନାରେ ଏକ ସ୍ୱତନ୍ତ୍ର ଅଭିଯୋଗ ତହସିଲଦାର କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଥାନା ପୋଲିସ କେଶ୍ ନଂ ୧୧୮/୨୦୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।