ମାଲକାନଗିରି!ତା:୧୬/୯ : ମାଲକାନଗିରି ବିଧାୟକ ଆଦିତ୍ଯ ମାଡିଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେବାପରେ ବର୍ତ୍ତମାନ ଭୁବନେଶ୍ବରର କିମ୍ସ ହସପିଟାଲରେ ଭର୍ତ୍ତି କରାଯାଇଥିବା ଦଳୀୟ କର୍ମିମାନଙ୍କ ସୂତ୍ରରୁ ପ୍ରକାଶ କରାଯାାଇଛି !
ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକ୍ଷଣ ଦେଖାଦେବାରୁ ଶ୍ରୀ ମାଡ଼ି ରାପିଡ ଆଣ୍ଟିଜେନ ଟେଷ୍ଟ କରାଇଥିଲେ !ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଆରଟିପିସିଆର ଟେଷ୍ଟ ପାଇଁ ନମୁନା ଭୁବନେଶ୍ୱର ପଠାଯାଇଥିଲା ,ଯାହାର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ପ୍ରଥମେ ମାଲକାନଗିରି କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା !
ପରେ ତାଙ୍କ ସ୍ବାସ୍ଥ୍ଯ ଅବସ୍ଥାରେ ଉନ୍ନତି ନହେବାରୁ ଭୁବନନେଶ୍ୱର କିମ୍ସ ହସପଟାଲକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା।କିନ୍ତୁ ସେଠାରେ ଶଯ୍ୟା ନଥିବାରୁ ତାଙ୍କୁ ଏମ୍ସରେ ଭର୍ତି କରାଯାଇଛି। ବିଧାୟକ ଶ୍ରୀ ମାଡ଼ିଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନବଘନ ଲୋକେଇ,ସଂଜୟ ସରକାର,ମଣିକଲାଲ ଚକ୍ରବର୍ତ୍ତୀ,ଗଣେଶ ମଣ୍ଡଳ ପ୍ରମୁଖ ବିଜେପି କର୍ମକର୍ତ୍ତା କରୋନା ପରୀକ୍ଷା ପାଇଁ ନମୁନା ପଠାଇଛନ୍ତି !ଦୁଇ ଦିନ ପରେ ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇଛି କି ନାହିଁ ଜଣାପଡିବ !ତେବେ ବିଧାୟକ ଆଦିତ୍ଯ ମାଡି ତୁରନ୍ତ ସୁସ୍ଥ ହେବା ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଛି !