Odisha news

ପାଗା ହାଟ ଜମିରେ ପୁଲିସ ଆବାସିକ ଗୃହ ନିର୍ମାଣ ନକରିବାପାଇଁ ତହସିଲଦାରଙ୍କୁ ଦାବିପତ୍ର

0

ସାଲେପୁର : ପ୍ରସ୍ତାବିତ ହାଟ ଜମିରେ ପୁଲିସ ଆବାସିକ ଗୃହ ନିର୍ମାଣ ନକରିବାପାଇଁ ପ୍ରାୟ ୭ଟି ପଞ୍ଚାୟତର ଚାଷୀ ଆଜି ସାଲେପୁର ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ହାଟ ଜମିରେ ଏହି ଗୃହ ନିର୍ମାଣ ହେଲେ ହାଟକୁ ଆସୁଥିବା ଚାଷୀମାନେ ବ୍ୟବସାୟ କରିବାପାଇଁ ଜାଗା ଅଭାବରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ ।

ତେଣୁ ଏହି ହାଟ ସ୍ଥାନରେ ପ୍ରସ୍ତାବିତ ପୁଲିସ ଆବାସିକ ଗୃହ ନିର୍ମାଣ କରାନଯିବାପାଇଁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଯଦି ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦିଏ, ତେବେ ଆଗାମୀ ଦିନରେ ଚାଷୀମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି ।

ପ୍ରକାଶ ଯେ ସାଲେପୁର ତହସିଲ ଅନ୍ତର୍ଗତ ବହୁଗ୍ରାମ ଗ୍ରାମପଞ୍ଚାୟତର ବାହାଦୁଲାପାଟଣା ମୌଜା ଖାତା ନଂ-୭୨୮, ପ୍ଲଟ୍ ନଂ-୫୫୩, ଏରିଆ ଏ୨.୦୬୩ଡି. ଜମିରେ ପାଗା ହାଟ ବିଗତ ୧ଶହ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଚାଲି ଆସୁଅଛି । କିନ୍ତୁ ଉକ୍ତ ପ୍ଲଟ୍ରୁ ଏ୦.୬୬୦ଡି. ଜମିକୁ ସରକାରଙ୍କ ପକ୍ଷରୁ ପୁଲିସ ଆବାସିକ ଗୃହ ନିର୍ମାଣ କରାଯିବାପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ତହସିଲ ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଉଦେ୍ଦଶ୍ୟରେ ଏହାନେଇ ଏକ ନୋଟିସ୍ ଜାରି କରାଯାଇଛି ।

ଏହି ସ୍ଥାନରେ ପୁଲିସ ଆବାସିକ ଗୃହ ନିର୍ମାଣ କରାଗଲେ ପାଗା ସାପ୍ତାହିକ ହାଟ ଉପରେ ନିର୍ଭର କରି ବ୍ୟବସାୟ କରୁଥିବା ତ୍ରିଲୋଚନପୁର, ସତ୍ୟଭାମାପୁର, ଗୋପିନାଥପୁର, ନାନେ୍ଦାଳ, ତେନ୍ତୋଳ, ମଧ୍ୟକଚ୍ଛ, ମୁତାରିଫା ପଞ୍ଚାୟତର ପ୍ରାୟ ଶତାଧିକ ଚାଷୀମାନେ ବ୍ୟବସାୟ କରିବାପାଇଁ ହାଟରେ ଜାଗା ନପାଇ ଅସୁବିଧାର ସମ୍ମୁଖୀନ ହେବେ । ଅପର ପକ୍ଷରେ ଏବେ ଦିନକୁ ଦିନ ଏହି ହାଟରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାଗା ହେଉନଥିବାରୁ ଚାଷୀମାନେ ନିଜର ପନିପରିବା ନେଇ ରାସ୍ତାର ଉଭୟ ପାଶ୍ୱର୍ରେ ବସିବାକୁ ବାଧ୍ୟ ହେଉଛନ୍ତି ।

ଯଦି ସରକାର ହାଟ ହେଉଥିବା ସ୍ଥାନରେ ପୁଲିସ ଆବାସିକ ଗୃହ ନିର୍ମାଣ କରନ୍ତି, ତେବେ ହାଟ ପାଇଁ ଥିବା ଜାଗା ସଂକୁଚିତ ହୋଇଯିବ । ଫଳରେ ଚାଷୀମାନେ ବ୍ୟବସାୟ କରିବାପାଇଁ ବାଧା ଉପୁଜିବ । ତେଣୁ ଏହି ଅଞ୍ଚଳର ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରେ ପୁଲିସ ଆବାସିକ ଗୃହ ନିର୍ମାଣ ନକରିବାପାଇଁ ବହୁଗ୍ରାମ ସରପଞ୍ଚ ମିଲିରାଣୀ ବୋଷଙ୍କ ଜରିଆରେ ଉକ୍ତ ଅଞ୍ଚଳର ଚାଷୀ ଅଭିମନୁ୍ୟ ଘଡେଇ, ନିରଞ୍ଜନ ସାମଲ, କାଳନ୍ଦୀ ବେହେରା, ବାବାଜି ସ୍ୱାଇଁ, ଶୁରେନ୍ଦ୍ର ବେହେରା, ଦେବେନ୍ଦ୍ର ମୁଦୁଲି, ସୁଶାନ୍ତ ପାଲ, ଅଜୟ ପ୍ରଧାନ, ନରହରି ମୁଦୁଲି, ହୃଦାନନ୍ଦ ଦାସଙ୍କ ସମେତ ଶତାଧିକ ଚାଷୀ ସାଲେପୁର ତହସିଲଦାରଙ୍କୁ ଏହାନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ପ୍ରଶାସନ ତାଙ୍କ ଦାବି ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ ଏହି ଅଞ୍ଚଳର ଚାଷୀମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି ।

Leave A Reply