Odisha news

ଭଦ୍ରକରେ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ଉଦ୍ଯାପିତ

0

ଭଦ୍ରକ : ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣମାର୍ଗ, ନରିପୁର (ଅସ୍ତଳ) ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ଅନନ୍ତ ବ୍ରତ ଉପଲକ୍ଷେ ମହାପ୍ରଭୁ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ବ୍ରତପୂଜା ଏବଂ ଜଣାଣ ପ୍ରାର୍ଥନା ବିଭିନ୍ନ କାର୍ଯ୍ୟକ୍ରମ ୫ଦିନ ଧରି କୋବିଡ଼ ନିୟମ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉର୍ଦ୍ଧ୍ୱର୍ ଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରୁଷାନୁକ୍ରମେ ପାଳିତ ହୋଇ ଆସୁଅଛି । ପୂଜା ଦିନ ସକାଳେ ସାଳନ୍ଦୀ ଘାଟରୁ କଳସ ବୁଡାଯାଇ ଜଳ ଅଣାଯିବା ପରେ ଘଟ ସ୍ଥାପନ, ପୂଜାପାଠ, ହୋମ, ପୂଜାର୍ଚ୍ଚନା, ଷୋଡଷ ପୂଜା, ପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥିଲା ।

କାରିଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରରେ ଶୋଭା ବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ଠାରେ ୧୪ ପ୍ରକାର ପୁଷ୍ପ, ଫଳ, ପିଠା, ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭୋଗ ଲାଗି ଅର୍ପଣ କରାଯାଇଥିଲା । ପ୍ରତିବର୍ଷ ଅନନ୍ତ ନାରାୟଣଙ୍କ ମନ୍ଦିରରେ ଅନନ୍ତ ଶୟନଙ୍କୁ ଦେଖିବା ଲାଗି ଶ୍ରଦ୍ଧାଳୁ ଏବଂ ବ୍ରତ ପାଳୁଥିବା ଶତାଧିକ ଭକ୍ତଙ୍କ ଭିଡ ଲାଗିଥାଏ । ପୂଜାରେ ପଣ୍ଡିତ ଗୋବର୍ଦ୍ଧନ ଦାଶ, ପଣ୍ଡିତ ସହଦେବ ପଣ୍ଡା ପୂଜାପାଠ କରିଥିବା ବେଳେ କୁଳ ପୁରୋହିତ ପଣ୍ଡିତ ଗୋବର୍ଦ୍ଧନ ମିଶ୍ର ସହାୟତା କରିଥିଲେ । ବ୍ରତଧାରୀ ମହିଳାମାନେ ସାମାଜିକ ଦୂରତା ରଖି ଉପବାସ ରହି ମନ୍ଦିରରେ ନାଗ ବ୍ରତ ପୂଜା କରିଥିଲେ

Leave A Reply