ଧାମରା : ଭଦ୍ରକ-ଧାମରା ରେଳ ପଥରେ ଜଣେ ଟ୍ରେନ୍‍ ଡ୍ରାଇଭର ଆହତ ହୋଇଛନ୍ତି । ଧାମରା ବନ୍ଦର ପରିସରରୁ ବାହାରି ଥିବା କୋଇଲା ବୋଝେଇ ଏକ ଟ୍ରେନ୍‍ ଏହି ପଥରେ ଯାଉଥିଲା । ଧାମରାରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‍ ଡ୍ରାଇଭର ବାଁଶଡାର ୮୭ ନଂ କଲଭର୍ଟ ନିକଟରେ ଆହତ ହୋଇଥିବା ଜଣା ଯାଇଛି । ବାଁଶଡା ଗାଁର ଜଣେ ୨୦ ବର୍ଷିୟ ଯୁବକ ତାଙ୍କୁ ଢେଲା ମାଡ କରିଛନ୍ତି । କଲଭର୍ଟ ନିକଟରେ ପୂର୍ବରୁ ବୁଲାବୁଲି କରୁଥିବା ଏହି ଯୁବକ ଜଣକ ତାଙ୍କୁ ଢେଲା ମାଡ କରିଥିଲେ ।

ହଠାତ୍‍ କରି ଚଳନ୍ତା ଟ୍ରେନ୍‍ ଅଟକି ଯାଇଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । ଡ୍ରାଇଭରଙ୍କ ମୁଣ୍ଡରେ ଢେଲା ବାଜିବାରୁ ମୁଣ୍ଡରେ କ୍ଷତ ହୋଇଥିଲା । ଏହା ନିକଟରେ ଥିବା କିଛି ସ୍ଥାନୀୟ ଲୋକ ଡ୍ରାଇଭରଙ୍କୁ ବାଁଶଡା ମେଡିକଲକୁ ଆଣିଥିଲେ । ଏଠାରେ ତାଙ୍କର ପ୍ରାଥମିକ ଚିକିସ୍‍ିିା କରାଯାଇଛି । ଏ ସମ୍ପର୍କରେ ସେ ବାଁଶଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍‍ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଏହି ଘଟଣା ପାଇଁ ବାଁଶଡାରେ ପ୍ରାୟ ୧ ଘଟାଂ ଧରି ଟ୍ରେନ୍‍ ଅଟକ ରହିଥିଲା ।

LEAVE A REPLY

Please enter your comment!
Please enter your name here