କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ପ୍ରଥମାଖଣ୍ଡ ପଂଚାୟତ ଗୋପାଳପୁର ଠାରେ ଘାଇ ହେବା ଫଳରେ ସମଗ୍ର ପଂଚାୟତର ବିଭିନ୍ନ ଗ୍ରାମରେ ପାଣି ପଶି ତନ୍ତୁବାୟ ସମିତି ଓ ବୁଣାକାରଙ୍କର କ୍ଷତି କରିଥିଲା ।
ବିଭିନ୍ନ ତନ୍ତୁବାୟ ସମିତି ଯଥା ମା ତାରିଣୀ ତନ୍ତୁବାୟ ସମିତିରେ ପାଣି ପଶି ତାଙ୍କର ଦୁଇଟି ମଡର୍ଣ୍ଣ କ୍ୟାଲେଣ୍ଡରିଙ୍ଗ ୟୁନିଟ କ୍ଷତି ଗ୍ରସ୍ତ ହେବା ସହ ପାଣି ପଶି ଲକ୍ଷାଧିକ ଟଙ୍କାର ଲୁଗା ଚଦର ସାମଗ୍ରୀ ଓ ଟସର ସୂତା ସାଢୀ ବେଡସିଡ ନଷ୍ଟ ହୋଇଛି । ସେହିପରି ରାଧାକୃଷ୍ଣ ଟସର ଓ ରେଶମ ତନ୍ତୁବାୟ ସମିତିରେ ଘାଇଯୋଗୁ ତାଙ୍କ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଛି ।
ସମିତିରେ ଥିବା ଟସର ଲୁଗା କୋଷା ଓ ଅନ୍ୟାନ୍ୟ ସୁତାଦି ସାମଗ୍ରୀ ରେ ପାଣି ପଶି ନଷ୍ଟ କରିଦେଇଛି । ସେହିଭଳି ଶ୍ରୀ ବିଷ୍ଣୁ ସମିତି ,ଜୟ ଜଗନ୍ନାଥ ତନ୍ତୁୁବାୟ ସମିତି , ଶୀ୍ରକଷ୍ଣ ଟସର, ସମିତି ଆଦି ରେ ପାଣି ପଶି ବ୍ୟାପକ କ୍ଷୟ କ୍ଷତି କରିଥିଲା । ଏବଂ ବୁଣାକାରଙ୍କ ତନ୍ତ ଶାଳାରେ ପାଣି ପଶି ତନ୍ତ ସାମଗ୍ରୀ ସୁତା ଆଦିର ବ୍ୟାପକ କ୍ଷୟକ୍ଷତି କରିଛି ।
ଏସବୁ ବନ୍ୟା କ୍ଷତିଗ୍ରସ୍ଥ କ୍ଷେତ୍ରକୁ ଆଜି କଟକ ବୟନ ମଣ୍ଡଳର ଅଧିକାରୀ ସୁପର ଭାଇଜର ମାନସ ରଂଜନ ପାଣିଗ୍ରାହୀ,ଏସଆର ପ୍ରକାଶ କୁମାର ପାତ୍ର,କେଳୁଚରଣ ମହାରଣା ,ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଓ କଟକ ବୟନ ମଣ୍ଡଳ କର୍ମଚାରୀ ଗୋବିନ୍ଦ ପାଟଣା,ଚକ ଗୋପାଳପୁର,ଗ୍ରସ୍ଥ କରି ପରିସ୍ଥିତିର ଅନୁଧ୍ୟାନ କରି ଲୋକଙ୍କ ବୁଣାକାରଙ୍କ କ୍ଷୟକ୍ଷତି ଆକଳନ କରି ରିପୋର୍ଟନେଇ ଫେରିଯାଇଛନ୍ତି ।