Odisha news

ବଡ଼ଦାଣ୍ଡରେ ଅସ୍ଥାୟୀ ସେଡ୍ ନିର୍ମାଣ ବନ୍ଦ ଦାବିରେ ସ୍ମାରକପତ୍ର

0

ପୁରୀ :ସିଂହଦ୍ୱାର ସମ୍ମୁଖସ୍ଥ ବଡ଼ଦାଣ୍ଡ ମଝିରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଥିବା ଆସ୍ଥାୟୀ ସେଡ୍ ନିର୍ମାଣକୁ ବନ୍ଦ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦିଲ୍ଲିପ କୁମାର ବରାଳ ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ,ବଡ଼ଦାଣ୍ଡରେ ଅସ୍ଥାୟୀ ସେଡ୍ ନିର୍ମାଣ ଦ୍ୱାରା ସାଧାରଣଲୋକଙ୍କ ଗମନା ଗମନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଜାତୀୟ ରାଜପଥରେ ଏଭଳି ସେଡ୍ ନିର୍ମାଣ ଆଇନ୍ ବିରୋଧି ବୋଲି ସେ ଅଭିଯୋଗ କରିଛନ୍ତି ।

ରଥଯାତ୍ରା ପରେ ଏଭଳି ଅସ୍ଥ୍ାୟୀ ସେଡ୍ ଓ ବ୍ୟାରିକେଡ୍ ନିର୍ମାଣ କରାଯାଉଛି ଓ ରାଥଯାତ୍ରା ପୂର୍ବରୁ ଖୋଲାଯାଉଛି । ଫଳରେ ଏଥିଲାଗି ଯେଉଁ ବିପୁଳ ଅର୍ଥ ବ୍ୟୟ କରାଯାଉଛି ତାହାର ଫାଇଦା କେବଳ କିଛି ଠିକାଦାର ଓ ସରକାରୀ ଅଧିକାରୀ ନେଉଛନ୍ତି । ଭକ୍ତଙ୍କ ସୁବିଧା ନିମନ୍ତେ ମା’କାକୁଡିÿଖାଇ ଠାକୁରାଣୀଙ୍କ ମନ୍ଦିରଠାରୁ ସିଂହଦ୍ୱାର ସମ୍ମୁଖରେଥିବା ଗୋଡ଼ଧୁଆ ସ୍ଥାନ ପର୍ଯ୍ୟନ୍ତ ସ୍ଥାୟୀ ବ୍ୟାରିକେଡ୍ ନିର୍ମାଣ କରାଗଲେ ତାହା ଭକ୍ତଙ୍କ ପାଇଁ ଉପଯାଗୀ ହୋଇପାରିବ ବୋଲି ସେ ପ୍ରଦାନ କରିଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି । ବଡ଼ଦାଣ୍ଡରେ ଅସ୍ଥାୟୀ ନିର୍ମାଣ ବନ୍ଦ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ନିଦେ୍ର୍ଦଶଦେବାକୁ ଶ୍ରୀବରାଳ ତାଙ୍କ ସ୍ମାରକ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Leave A Reply