Odisha news

ଯାଜପୁର ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କର ଭର୍ଚୁଆଲ ଅଭିମୁଖିକରଣ ଶିବିର

0

ଯାଜପୁର:  ବୈଶ୍ୱକ୍ ମହାମାରୀ ସମୟରେ ସାରା ଦେଶରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଧ ଥିବା ଯୋଗୁଁ ଅନଲାଇନରେ ଶିକ୍ଷାଦାନ କାର୍ଯ୍ୟ ·ଲୁରହିଛି । ଅନୁରୂପ ଭାବେ ଯାଜପୁର ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ମାନଙ୍କର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାମୟିକ ଶାରୀରିକ ପରାମର୍ଶଦାତା ମାନଙ୍କର ଏକ ଅଭୀମୁଖିକରଣ ଶିବିର ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ଶମ୍ଭୁନାଥ ଦାଶଙ୍କ ର ଅବାହାକାତ୍ୱରେ ଗତ ତା ୨୮.୦୮.୨୦୨୦ ରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲା ନଥିବା ସମୟରେ ଏହି ପ୍ରକାର ଅନନ୍ୟ ଉଦ୍ୟମ ନିଶ୍ଚିତ ରୂପେ ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କ ନିମନ୍ତ ଉପଯୋଗୀ ବୋଲି ମତ ପ୍ରଦାନ କରିଥିଲେ ।

ପ୍ରଥମ ଦଫାରେ କୋରେଇ, ଦାନଗଦି, ସୁକିନ୍ଦା, ଧର୍ମଶାଳା ଓ ବରୀ ମଣ୍ଡଳର ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରତ୍ୟେକ ଦିନ ସକାଳ ୭ଟା ୧୫ ମିନିଟ୍ ରୁ ୮ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଇଥାଏ । ପ୍ରତ୍ୟେକ ଦିନ ଆରମ୍ଭରେ ଯୋଗାସନ, ପ୍ରାଣାୟମ, ମୁଦ୍ରା ସମ୍ପର୍କରେ ୩୦ ମିନିଟ୍ ଶିକ୍ଷାଦାନ ଦିଆଯାଇ ତତ୍ ପରେ ବିଭିନ୍ନ କ୍ରୀଡ଼ାର ନିୟମାବଳୀ ତଥା ଅଭ୍ୟାସ ସମ୍ପର୍କରେ ବିଭିନ୍ନ ଜିଲ୍ଲାର ଦକ୍ଷ ସାଧନ କର୍ମୀ ମାନେ ପ୍ରଶିକ୍ଷଣ ଦେଇଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାର ପ୍ରାକ୍ତନ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ରାଧାକୃଷ୍ଣ ବୋଷଙ୍କର ପୁଙ୍ଖାନୁପୁଙ୍ଖ ଦିଗଦର୍ଶନରେ ସଂ·ଳିତ୍ ହେଉଅଛି । ଆସନ୍ତା ସପ୍ତାହରେ ଅବଶିଷ୍ଟ ମଣ୍ଡଳ ବିଞ୍ଝାରପୁର, ଦଶରଥପୁର, ଯାଜପୁର, ରସୁଲପୁର ଓ ବଡ଼ଚଣା ପାଇଁ ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦଫାରେ ଅନୁଷ୍ଠିତ ହେବ ବୋଲି ଆବାହକ ଶ୍ରୀଯୁକ୍ତ ଦାଶଙ୍କ ଠାରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅନଲାଇନରେ ଏହି ପ୍ରକାର ଆଭିମୁଖୀ କରଣ ଶିବିର ପ୍ରଥମ ଭାବେ ସାରା ରାଜ୍ୟରେ ଯାଜପୁର ଜିଲ୍ଲା ଆରମ୍ଭ କରିଛି । ଉକ୍ତ କାର୍ଯ୍ୟକ୍ରମ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ମାନଙ୍କ ସହାୟତାରେ ·ଲୁରହିଛି ।

Leave A Reply