ଗୋପ : ଏବେବି ହଜିନି ମାନବିକତା । ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ଜନସାଧାରଣ । ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୋପ ବ୍ଲକ୍ ଅଞ୍ଚଳରେ । ବନ୍ୟା ଜଳରେ ଫଶି ରହିଥିବା ମାଙ୍କଡ଼ ଦଳଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଥିôବାବେଳେ ସେମାନଙ୍କ ଉପରେ ନଜର ରଖାଯାଇଥିବା ଜଣାପଡ଼ିଛି । ବନ୍ୟାରୁ ଉଦ୍ଧାର କରିବା ସମ୍ଭବପର ହୋଇନଥିବାରୁ ଏଭଳି ଉଦ୍ୟମ କରାଯାଇଥିବା ସୂଚନା ମିଳିଛି ।
ପ୍ରକାଶ ଯେ, କୁଶଭଦ୍ରା ବନ୍ୟାଜଳରେ ନଦୀ ଏପାଖରୁ ସେପାଖ ବନ୍ୟାଜଳ ଛୁଇଁଥିବାବେଳେ ବନ୍ୟାଜଳ ପ୍ରଭାବିତ ହେଉଛି । କୁଶଭଦ୍ରା ନଦୀ ପରିସରର ଷୋଳପୁର ନିକଟରେ କୋଡ଼ିଏରୁ ଉଦ୍ଧ୍ୱର୍ ମାଙ୍କଡ଼ ଦଳ ଫଶି ରହିଥିବାବେଳେ ଏହା ଉପରେ ସ୍ଥାନୀୟ ଜନସାଧାରଣଙ୍କ ନଜର ପଡ଼ିଥିଲା । ଫଶିରହିଥିବା ମାଙ୍କଡ଼ ଦଳ ୪-୫ ଦିନ ଧରି ଭୋକ ଉପାସରେ ରହିଥିବାବେଳେ ସ୍ଥାନୀୟ ଜନସାଧାରଣମାନେ ବନବିଭାଗ ଓ ଅଗ୍ନିସମ ବିଭାଗକୁ ସୂଚନା ଦେଇଥିଲେ ।
ଅଗ୍ନିସମ ବିଭାଗ ଅଧିକାରୀ ସୁକାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍, ବନବିଭାଗଙ୍କ ଅଧିକାରୀ ରବୀନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଏକ ବୋଟ୍ ସାହାଯ୍ୟରେ ଯାଇ ମାଙ୍କଡ଼ଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ମାତ୍ର ଏତେ ପରିମାଣର ମାଙ୍କଡ଼ଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରିନଥିବାବେଳେ ସେମାନଙ୍କ ଲାଗି ଆବଶ୍ୟକୀୟ ଖାଦ୍ୟ ପ୍ରଦାନ ଲାଗି ମାନବିକତାର ଉଦାହରଣ ଦେଖାଇଛନ୍ତି । ମଣିଷ ହେଉ ଅବା ପଶୁ । ବିପଦରେ ପଡ଼ିଥିବା ସମସ୍ତଙ୍କୁ ସାହାଯ୍ୟ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ନାୟକ କହିଥିବାବେଳେ ବନ୍ୟାଜଳ ଛାଡ଼ିବା ପର୍ଯ୍ୟନ୍ତ ଏହି ମାଙ୍କଡ଼ ଦଳ ଉପରେ ନଜର ରଖାଯିବ ବୋଲି ଅଗ୍ନିସମ ଅଧିକାରୀ ଶ୍ରୀ ଜେନା କହିଛନ୍ତି ।