Odisha news

ବନ୍ୟାଞ୍ଚଳରେ ପହଞ୍ଚôଲା ସ୍ୱାସ୍ଥ୍ୟ ସେବା

0

ଗୋପ : ଧନୁଆ ବନ୍ୟାରେ ୧୦ ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଥିବାବେଳେ ଆଜି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଟିମ୍ ବିଭିନ୍ନ ସ୍ଥାନ ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଗାଁକୁ ଗାଁ ବୁଲି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ମୁଖ୍ୟ ଚିକିସôାଧିକାରୀ ଡ଼ଃ. ଶିବପ୍ରସାଦ ମଙ୍ଗରାଜ ଆଶାକର୍ମୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିବାବେଳେ ପ୍ରତି ଆଶାକର୍ମୀଙ୍କ ନିକଟରେ ପର୍ଯ୍ୟପ୍ତ ପରିମାଣରେ ଓଆର୍ଏସ୍ ଓ କ୍ଲୋରିନ୍ ଗଚ୍ଛିତ ରଖାଯାଇଥିବା ସୂଚନା ଦେଇଛନ୍ତି ।

ସେହିପରି ଅତ୍ୟାବଶ୍ୟକୀୟ ଔଷଧ ମଧ୍ୟ ଗଚ୍ଛିତ ଥିବା ଡଃ. ମଙ୍ଗରାଜ ସୂଚନା ଦେଇଥିବାବେଳେ ବନ୍ୟାଞ୍ଚଳରେ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀମାନେ ଗାଁ କୁ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି । ମଙ୍ଗଳବାର ଏହି ପରିଦର୍ଶନ ସମୟରେ ସୁପରଭାଇଜର ମନୋରଞ୍ଜନ ମହାନ୍ତି, ସମ୍ପଦ ପ୍ରଧାନ, ରାଜେଶ ପାଇକରାୟ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଭିନ୍ନ ସମୟରେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।

Leave A Reply