ପଟ୍ଟାମୁଣ୍ଡାଇରେ ବନ୍ୟା ସ୍ଥିତିରେ ଉନ୍ନତି, ଏବେବି ୭୫ ହଜାର ଲୋକ ଜଳବନ୍ଦୀ : ବନ୍ୟାଚଂଳ ପରିଦର୍ଶନ କଲେ ସାଂସଦ ଓ ବିଧାୟକ
ପଟ୍ଟାମୁଣ୍ଡାଇ :ପଟ୍ଟାମୁଣ୍ଡାଇ ଅଚଂଳରେ ବନୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ହେଁ ଏବେବି ବନ୍ୟାବିପନ୍ନଙ୍କ ଦୂର୍ଦ୍ଦଶା କମିନାହିଁ । ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଚାଂୟତ ଓ ପୌରାଚଂଳର ୯ଟି ୱାର୍ଡର ସମୁଦାୟ ୭୫ ହଜାର ବିପନ୍ନ ବସ୍ତୁତଃ ଜଳବନ୍ଦୀ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ଧୋୟାଚଂଳର ସିଂହଗାଁ, ପେଣ୍ଠପାଳ, ବାଲିପାଟଣା ଓ ବାଛରା ପଚାଂୟତ ବାହ୍ୟଜଗତରୁ ବିଭିନ୍ନ ହୋଇ ରହିଛି । ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟା ପ୍ରପିଡିତ ଅଳପୁଆ, ତରଡିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ବଲୁରିଆ, ଶ୍ରୀରାମପୁର ପ୍ରଭୃତି ପଚାଂୟତର ଲୋକମାନେ ଜଳବନ୍ଦୀ ହୋଇ ଦୂର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି । ବନ୍ୟାରେ ଗରିବ, ଚାଷୀ ମୂଲିଆଙ୍କ ଘରଦ୍ୱାର, ଫସଲ ସବୁ ଛଢାଇ ନେଇ ଦାଣ୍ଡର ଭିକାରି କରି ଦେଇଛି । କରୋନା , ଲଘୁଚାପଜନିତ ଲଗାଣବର୍ଷ ଓ ପ୍ରଳୟଙ୍କରୀ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହିତ ଲଢି ସର୍ବସ୍ୱାନ୍ତ ହୋଇପଡିଥରବା ଗରିବ, ଚାଷୀ ମୂଲିଆ ବଚିଂବା ପାଇଁ ରାହା ଖୋଜୁଛି ।
କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଶଶୀଭୂଷଣ ବେହେରା ବନ୍ୟା ପ୍ରଭାବିତ ଧୋୟାଚଂଳ ଗସ୍ତ କରି ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଟଂନ କରିବା ସହିତ ବନ୍ୟା ପ୍ରପିଡିତ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ବନ୍ୟା ବିପନ୍ନ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ଅଳପୁଆ ସରପଚଂ ରମେଶ ଦାସ, ସମିତିସଭ୍ୟା ନମିତା ଦାସ, ତରଡିପାଳ ସରପଚଂ ପ୍ରିୟଦର୍ଶନୀ ତରାଇ, ପେଣ୍ଠପାଳ ସରପଚଂ ଅନ୍ନପୂର୍ଣ୍ଣା ସେଠୀ, ବଲୁରିଆ ସରପଚଂ ରତିକାନ୍ତ ସାହାଣୀ, ସମିତିସଭ୍ୟା ମନୋରମା ଭୂୟାଁ, ଅମୃତମଣୋହି ସରପଚଂ କୁଳମଣି ମଳିକ, ଅଣ୍ଢରା ସରପଚଂ ଅନ୍ନପୂର୍ଣ୍ଣା ମଲ୍ଲିକ, ସିହଗାଁ ସରପଚଂ ଭାରତୀ ଦାସ ପ୍ରମୁଖ ଧୋୟାଚଂଳ ପଚାଂୟତ ପ୍ରତିନିଧିମାନେ ବନ୍ୟାବିପନ୍ନ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏହାଛଡା ଡାମରପୁର, ନୀଳକଣ୍ଠପୁର, ବଳଭଦ୍ରପୁର,ଶାସନ ଆଦି ପଚାଂୟତର ଲୋକମାନେ ବନ୍ୟାଘେରରେ ରହି ନର୍କଯନ୍ତ୍ରଣା ଭୋଗ କରୁଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳର ବନ୍ୟା ପ୍ରଭାବିତ ଅଚଂଳ ଗସ୍ତ କରି ଶୁଖିଲା ଖାଦ୍ୟ ବଟଂନ କରିବା ସହ ସମସ୍ତ ସହାୟତା ଓ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି ।
ବାଲିପାଟଣା, ବାଛରା, ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁରର ହଜାର ହଜାର ଲୋକ ପାଣିଘେରରେ ରହିବା ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିଡିଓ ଭରତ ପରିଡା, ବ୍ଲକ ସହନିର୍ବାହୀ ଯନ୍ତ୍ରୀ ସୁରେଶ ବେହେରା ବନ୍ୟାଚଂଳ ଗସ୍ତ କରିବା ସହିତ ବିପନ୍ନ ଲୋକମାନଙ୍କୁ ପାଣି ପାଉଚ ଓ ଗୋ ଖାଦ୍ୟ ଯୋଗାଇ ଦେବା ସଙ୍ଗେ ସଙ୍ଗେ ଆବଶ୍ୟକସ୍ଥଳେ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । ପଟ୍ଟାମୁଣ୍ଡାଇ ପୌରାଚଂଳର ବାଲିପଡା, କଷଣଅଟାଂ, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, ନନ୍ଦିନୀନଗର, ତନୁପୁର, ଷଣ୍ଢପଲ୍ଲୀ, ନୂଆଗାଁ, କାକୁଡିପଲ୍ଲୀ,ଅଳଭା ଆଦି ବିଭି୍ନ ୱାର୍ଡ ଗୁଡିକ ପାଣିଘେରରେ ରହିଛି । ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ ବନ୍ୟା ଅଚଂଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ରନ୍ଧାଖାଦ୍ୟ ବଟଂନ ବ୍ୟବସ୍ଥା ତଦାରଖ କରୁଛନ୍ତି । ପୌର କର୍ମଚାରୀ ଅଭୟ ଦାଶଙ୍କ ସହିତ କର୍ମଚାରୀମାନେ ବନ୍ୟା ନିୟନ୍ତ୍ରଣ ଓ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି ।
ଆଜି ପଟ୍ଟାମୁଣ୍ଡାଇ କଲେଜ ଏନସିସି , ଜୁନିୟର ରେଡକ୍ରସ ଆଦି ସଂସ୍ଥା ପକ୍ଷରୁ ପ୍ରଧ୍ୟାପକ ମନୋଜ ପରିଡା ଓ ପ୍ରଦୁ୍ୟମ୍ନ ପ୍ରଧାନଙ୍କ ନେତୃତ୍ୱରେ ସିଂହଗାଁ ପଚାଂୟତ ସମେତ ବିଭିନ୍ନ ବନ୍ୟା ବିପନ୍ନ ଅଚଂଳରେ ଶୁଖିଲା ଖାଦ୍ୟ ବଟଂନ କରାଯାଇଛି । ବ୍ରାହ୍ମଣୀ ବନ୍ୟା ଯୋଗୁଁ ପ୍ରତିବର୍ଷ ବ୍ୟାପକ କ୍ଷୟକ୍ଷତି ଘଟୁଥିବାରୁ ବନୟାର ସ୍ଥାୟୀ ପ୍ରତିକାର ପାଇଁ ସରକାର ମଦନପରୁ କଟ ପ୍ରକଳ୍ପକୁ ଅବିଳମ୍ବେ କାର୍ଯ୍ୟକାରୀ କରିବା ପାଇଁ ଜନମଚଂ ସଭାପତି ପ୍ରଫେସର ଦୂର୍ଯୋଧନ ପରିଡା, ଦେବବ୍ରତ ପ୍ରଧାନ , ବାବାଜି ଧଳ, ପାରେଶ୍ୱର ବିଶ୍ୱାଳ, ରବିନ୍ଦ୍ର ପରିଡା, ଗୋଲକ ସାହୁ ପ୍ରମୁଖ ସରକାରଙ୍କ ଠାରେ ଦାବି କରିଛନ୍ତି । ଅଳଭା ଠାରେ ବନ୍ୟାଜଳ ହ୍ରାସ ପାଉଥିଲେ ମଧ୍ୟ ଲୋକମାନଙ୍କ ମନରୁ ବନ୍ୟା ଭୟ ଦୂର ହୋଇନାହିଁ । ରାଜ୍ୟ ସରକାର ବନ୍ୟା ବିପନ୍ନ ଅଚଂଳକୁ ପର୍ଯ୍ୟାପ୍ତ ସାଲାଇନ, ଓøଷଧ, ପାଣି ପାଉଚ, କିରୋସିନ ଓ ଗୋ ଖାଦ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।