Odisha news

ଗୋଷ୍ଠିି ନିରପେକ୍ଷ ଅନେ୍ଦାଳନରେ ନେହେରୁଙ୍କ ଭୂମିକା

0

ଡାକ୍ତର ସୁରେନ୍ଦ୍ର ନାଥ ଦାଶ : ସ୍ୱାଧିନତା ପରେ ଭାରତର ଯେଉଁ କାର୍ଯ୍ୟ ଏହାର ଭାବମୂର୍ତି କୁ ସାରା ବିଶ୍ୱରେ ଆକାଶ ଛୁଆଁଇଥିଲା, ତାହା ହେଉଛି-ଗୋଷ୍ଠି ନିରପେକ୍ଷ ଆନେ୍ଦାଳନରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ନେହେରୁ ଙ୍କର ଭୂମିକା । ଏହି ଆନେ୍ଦାଳନ ନେହେରୁଙ୍କ ମାନସ ପୁତ୍ର ଥିଲା । ତାଙ୍କ ସାଥିରେ ଥିଲେ ତୃତୀୟ ବିଶ୍ୱର ଅନ୍ୟ କେତେକ ପ୍ରଭାବ ଶାଳୀ ନେତା । ବିଶେଷତଃ ଯୁ୍ୁଗୋସ୍ଲୋଭିଆର ପ୍ରେସିଡେଂଟ ମାର୍ଶାଲ ଟିଟୋ,(ଔକ୍ଟଗ୍ଦରକ୍ଟ୍ର ଈକ୍ସକ୍ଟଚ୍ଛ ଞସଗ୍ଧକ୍ଟ), ମିଶରର ଗାମେଲ ଅବଦୁଲ ନାସେର, ଇଣ୍ଡୋନେସିଆର ସୁକାର୍ଣ୍ଣୋ ଅହମଦ,କୁ୍ୟବାର ଫିଡାଲ କାଷ୍ଟ୍ରୋ ଓ ଘାନାର କାମା ନିକୁମା । ତାହା ସହିତ ଅନ୍ୟ ବିଶିଷ୍ଟ ନେତା ନେଲସନ ମାଣ୍ଡାଲେ, ୟୁ ଥାଂଟ, ଇନ୍ଦିରା ଗାନ୍ଧୀ, ଚାଓଏନ-ଲାଏ, ହୋଚିମିନ, ନରୋତମ ସିନାୟକ ଏଥିରେ ସଂପୃକ୍ତ ଥିଲେ ।

ଏମାନଙ୍କର ସମ୍ମିଳିତ ସ୍ୱର ବୃହତ ଶକ୍ତି ମାନଙ୍କର ନିଦ ହଜାଇ ଦେଇଥିଲା । ଏମାନଙ୍କ ମିଳିତ ଚାପରେ ଆଂଗ୍ଲୋ-ଫେଂଚ ସୈନ୍ୟ ବାହିନୀ ସୁଏଜ କେନାଲ ରୁ ଫେରିବାକୁ ବାଧ୍ୟ ହୋଇଥିଲେ । ଆମେରିକା କ୍ୟୂବା ଅବରୋଧକୁ ପ୍ରତ୍ୟାହାର କଲା । ଗୋଆ ମୁକ୍ତି ବେଳେ ନାସେର ସୁଏଜ କେନାଲରେ ପର୍ତୁଗିଜ ନୌବାହିନିକୁ ଅଟକାଇ ଦେଇ ଭାରତ ଉପରେ ଆକ୍ରମଣକୁ ବନ୍ଦ କରିଥିଲେ । ଏମାନଙ୍କ ଦାବିକୁ ସମ୍ମାନ ଦେଇ ଆଫ୍ରିକା ଓଏସିଆର ଅଧିକାଂଶ ପରାଧିନ ଦେଶକୁ ୟୁରୋପୀୟ ଶକ୍ତି ମାନେ ସ୍ୱାଧିନତା ଦେଇଥିଲେ ।

ପୃଷ୍ଠଭୂମି: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଦୁଇଟି ସାମରିକ ଗୋଷ୍ଠିରେ ବିଭାଜିତ ହେଲା । ଆମେରିକା ଯୁକ୍ତରାଷ୍ଟ ୍ର ଓ ଋଷିଆଏହି ଦୁଇ ମହାଶକ୍ତି ମଧ୍ୟରେ କିଏ ଶକ୍ତିଶାଳୀ, ଏଥିପାଇଁ ବିଶ୍ୱର ପ୍ରତିକୋଣରେ ପ୍ରତିଯୋଗିତା ଆରମ୍ଭ ହେଲା । କୋରିଆ, ଫର୍ମୋଜା, ଭିଏତନାମ,ବର୍ଲିନ ଆଦିରେ ଛାୟା ଯୁଦ୍ଧ ଆରମ୍ଭ ହେଲା । ବିଭିନ୍ନ ସାମରିକ ଗୋଷ୍ଠିରେ ବିଭକ୍ତ ହୋଇ ଯେଉଁ ଉତେଜକ ଅବସ୍ଥା ସୃଷ୍ଟି ହେଲା ତାହାକୁ କୁହାଗଲା ଶୀତଳ ଯୁଦ୍ଧ ବା କୋଲଡ ୱାର । ତୃତୀୟ ବିଶ୍ୱର ଦେଶ ମାନେ ବୃହତଶକ୍ତି ଙ୍କର ଗୋଡାଣିଆ ହେବାପାଇଁ ସେମାନେଙ୍କ ଉପରେ ଚାପ ପ୍ରୟୋଗ କରାଗଲା । ସେମାନଙ୍କ ମାଟିରେ ଘାଟି ରଖିବାକୁ ସେମାନେ ଚକ୍ରାନ୍ତ କଲେ ।

କେତେକ ଦେଶରେ ବର୍ଣ୍ଣବୈଷମ୍ୟ ନିତୀ ଉକôଟ ଥିଲା । ଅନେକ ଦେଶ ବିଦେଶି ଶାସନରେ ଥାଇ ସ୍ୱାଧିନତାର ସ୍ୱାଦ ପାଉ ନଥିଲେ । ୧୯୫୧ ମସିହାରେ ମିଲିତ ଜାତିସଂଘରେ ଭାଷଣ ଦେଲା ବେଳେ ଭାରତର ପ୍ରତିନିଧି ବିଶିଷ୍ଟ କୁଟନିତୀଜ୍ଞ ଭି ଆଇ କୃଷ୍ଣ ମେନନ ଏହି ଶଦ୍ଦ “ଘଙଘ ଇଖଓଏଘଗଋଘଞ” ଉଚ୍ଚାରଣ କରିଥିଲେ । ପରେ ନେହେରୁ ୧୯୫୪ ମସିହାରେ ଏହି ଶଦ୍ଦ କଲମ୍ବୋ ସମ୍ମିଳନୀ ରେ କହିବାରୁ ବିଶ୍ୱ ଏହାପ୍ରତି ଆକଷର୍୍ିତ ହେଲା ।

୧୯୫୫୫ ମସିହାରେ ଇଣ୍ଡୋନେସିଆର ବାଂନ୍ଦୁ ଠାରେ ତୃତିୟ ବିଶ୍ୱର ନେତାମାନ ଙ୍କର ସମ୍ମିଲନୀ ବସି ପଂଚଶୀଳ ନିତୀ ଗୃହିତ ହେଲା । ଚିନର ତତକାଳିନ ପ୍ରଧାନ ମନ୍ତ୍ରୀ ଚାଉ-ଏନ-ଲାଇ ଓ ଭାରତର ନେହେରୁ ଏହି କାର୍ଯ୍ୟରେ ଆଗୁଆ ଭୂମିକା ନେଇଥିଲେ । ପରସ୍ପର ଅନାକ୍ରମଣ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଅନ୍ୟର ସାର୍ବଭୈାମ୍ୟତା ପ୍ରତି ସମ୍ମାନ.ସମସ୍ତଙ୍କୁ ଆତ୍ମନିୟନ୍ତ୍ରଣ ଅଧିକାର, ପରସ୍ପର ମଧ୍ୟରେ ବିବାଦର ଆପୋଷ ସମାଧାନ ପାଇଁ ଉଦ୍ୟମ ଆଦି ନିତୀ, ଉପସ୍ଥିତ ସଭ୍ୟ ମାନେ ସ୍ୱାକ୍ଷର କରି ଗ୍ରହଣ କରିଥିଲେ । ଏହା ପରେ ୧୯୬୧ ମସିହାରେ ଯୁଗେସ୍ଲୋଭିଆର ରାଜଧାନୀ ବେଲଗ୍ରେଡ ଠାରେ ୨୫ ଟି ଦେଶ ର ମୁଖ୍ୟ ମାନେ ଉପସ୍ତିତ ରହି ନିରପେକ୍ଷ ଗୋଷ୍ଠି ସଂଗଠନ (ଘକ୍ଟଦ୍ଭ ଇକ୍ଷକ୍ଷସଶଦ୍ଭ ଙକ୍ସଶବଦ୍ଭସଗ୍ଦବଗ୍ଧସକ୍ଟଦ୍ଭ)ର ମୁଳୁଦୁଆ ପକାଇ ଥିଲେ । ମାର୍ଶାଲ ଟିଟୋ ଏହାର ପ୍ରଥମ ସଭାପତି ଥିଲେ । ପରେ ଏହା ସଂପ୍ରସାରିତ ହେଲା । ୧୨୦ କୁ ସଭ୍ୟ ସଖ୍ୟା ବୃଦ୍ଧି ପାଇଲା । ୧୭ ଟି ଦେଶ ପରିଦର୍ଶକ ସ୍ଥାନ ଓ ୧୦ ଟି ଆର୍ନ୍ତଜାତିକ ସଂଗଠନ( ଆଫୋଏସିଆ-ସଂଗଠନ) ସହଯୋଗି ମାନ୍ୟତା ପାଇଲେ ।

ବିଶ୍ୱର ୫୫ ଭାଗ ଲୋକ ଓ ଜାତିସଂଘର ଦୁଇ ତୃତୀୟାଂଶଏହି ଅନୁଷ୍ଠାନରେ ରହିଲେ । ରୁଷିଆ,ଚିନ ସମେତ ୧୭ ଟି ରାଷ୍ଟ୍ର ଅତିଥି ସଭ୍ୟ ଥିଲେ । ପାକିସ୍ତାନ ଏହାର ସଭ୍ୟ ପାଇଁ ଯୋଗ୍ୟ ନଥିଲା ।୧୯୮୩ (୭ମ ଅଧିବେଶନ) ମସିହାରେ ଭାରତ ସଭାପତି ଆସନ ପାଇଥିଲା । ଏହାର ମୁଖ୍ୟ ଦପ୍ତର ଜାକର୍ତାଠାରେ ରହିଥିଲା । ଯେଉଁ ମାନେ ଏହାର ସଭାପତି ପଦ ଅଲଙ୍କୃତ କରିଥିଲେ, ସେମାନେ ହେଲେ ମାର୍ଶାଲ ଟିଟୋ, ନାସେର, (ମିଶର)ଉଇଲିଅମ ଜୟବର୍ଦ୍ଦନ (ଶ୍ରୀଲଙ୍କା), ନିଲମ ସଂଜିବ ରେଡି, ଜ୍ଞାନୀ ଜୈଲ ସିଂ (ଭାରତ) ସୁହାର୍ତୋ(ଇଣ୍ଡୋନେସିଆ), ନେଲସେନ ମାଣ୍ଡାଲେ (ଦକ୍ଷିଣ ଆଫ୍ରିକା) କେନେଥ କାଉଣ୍ଡାା(ଜାମ୍ବିଆ) ଫିଡାଲ କାଷ୍ଠ୍ରୋ (କ୍ୟୁବା) ରବର୍ଟ ମୁଗାବେ (ଜିମ୍ବାୱେ), ହୋସିନି ମୁବାରକ(ଇଜିପ୍ଟ) । ଆଗରୁ ନିରପେକ୍ଷ ରାଷ୍ଟ୍ରମୁଖ୍ୟ ମାନଙ୍କର ସମ୍ମିଳନୀ ବଦଳରେ ,୧୯୭୩ (୫ମ ଅଧିବେଶନ) ମସିହାରୁ ସମସ୍ତ ଙ୍କୁ ସଭ୍ୟ ବୋଲି ନାମିତ କରାଗଲା ଓ ସଂଗଠନ ବଦଳରେ ଆନେ୍ଦାଳନ ନା ଦିଆଗଲା ।

୧୯୮୩ ମସିହା ମାର୍ଚ୍ଚ ମାସରେ ଦିଲ୍ଲୀରେ ହୋଇଥିବା ସମ୍ମିଳନୀ ବିଶ୍ୱର ଶାନ୍ତି ପାଇଁ ଏହା ବୃହତମ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା । ବେଲାରସ ଏକ ମାତ୍ର ୟୁରୋପୀୟ ସଭ୍ୟ । ଆଜରବିଆନ ୨୦୧୯ ମସିହାରେ ଯୋଗ ଦେଇଥିବା ଶେଷ ସଭ୍ୟ ଓ ସେ ଦେଶ ରେ ହୋଇଥିଲା ନାମର ଶେଷ ସମ୍ମିଳନୀ । ପ୍ରତି ତିନି ବର୍ଷରେ ଥରେ ସଭାପତି ବଦଳନ୍ତି । ୧୯୬୨ ମସିହାରେ ଚିନ ଭାରତ ଉପରେ ଆକ୍ରମଣ କଲା । ଉଭୟ ଦେଶ ମିଶି ପଂଚଶୀଳ ନିତୀର ପ୍ରଣୟନ କରିଥିଲେ । ନେହେରୁଙ୍କ ଭାବମୂର୍ତି ମଳିନ ପଡିଗଲା । ୧୯୬୪ ମସିହାରେ ତାଙ୍କର ମୃତ୍ୟୁ ଘଟିଲା । ୧୯୭୦ ମସିହାରେ ଅନ୍ୟତମ ସ୍ଥାପିୟତା ନାସେରଙ୍କର ମୃତୁ୍ୟ ହେଲା ।

ସେହିବର୍ଷ ସୁକର୍ଣ୍ଣ ମଧ୍ୟ ପରଲୋକ ଗମନ କଲେ ।୧୯୮୦ ମସିହାରେ ମାର୍ଶାଲ ଟିଟୋ ଙ୍କର ଦେହାନ୍ତ ହେଲା ପରେ ଗୃହଯୁଦ୍ଧ ହୋଇ ଯୁଗସ୍ଲୋଭିଆ ରାଷ୍ଟ୍ରସଂଘ ଭାଙ୍ଗି ଗଲା ଓ ସେ ଦେଶ (ଘଇଗ ପ୍ରତି ଆଗ୍ରହ ଦେଖାଇଲେ ନାହିଁ । ୧୯୮୦ ମସିହାରେ ରୁଷିଆ ଆଫାଗାନିସ୍ତାନ ଆକ୍ରମଣ ବେଳେ ଏହାର ଅଗ୍ନିପରୀକ୍ଷା ସମୟ ପହଂଚିଲା । ଆଫାଗାନିସ୍ଥାନ ନାମର ସ୍ଥାପିୟତା ଏହା ବୃହତମ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା । ବେଲାରସ ଏକ ମାତ୍ର ୟୁରୋପୀୟ ସଭ୍ୟ । ଆଜରବିଆନ ୨୦୧୯ ମସିହାରେ ଯୋଗ ଦେଇଥିବା ଶେଷ ସଭ୍ୟ ଓ ସେ ଦେଶ ରେ ହୋଇଥିଲା ନାମର ଶେଷ ସମ୍ମିଳନୀ ।

ପ୍ରତି ତିନି ବର୍ଷରେ ଥରେ ସଭାପତି ବଦଳନ୍ତି । ୧୯୬୨ ମସିହାରେ ଚିନ ଭାରତ ଉପରେ ଆକ୍ରମଣ କଲା । ଉଭୟ ଦେଶ ମିଶି ପଂଚଶୀଳ ନିତୀର ପ୍ରଣୟନ କରିଥିଲେ । ନେହେରୁଙ୍କ ଭାବମୂର୍ତି ମଳିନ ପଡିଗଲା । ୧୯୬୪ ମସିହାରେ ତାଙ୍କର ମୃତ୍ୟୁ ଘଟିଲା । ୧୯୭୦ ମସିହାରେ ଅନ୍ୟତମ ସ୍ଥାପିୟତା ନାସେରଙ୍କର ମୃତୁ୍ୟ ହେଲା । ସେହିବର୍ଷ ସୁକର୍ଣ୍ଣ ମଧ୍ୟ ପରଲୋକ ଗମନ କଲେ ।୧୯୮୦ ମସିହାରେ ମାର୍ଶାଲ ଟିଟୋ ଙ୍କର ଦେହାନ୍ତ ହେଲା ପରେ ଗୃହଯୁଦ୍ଧ ହୋଇ ଯୁଗସ୍ଲୋଭିଆ ରାଷ୍ଟ୍ରସଂଘ ଭାଙ୍ଗି ଗଲା ଓ ସେ ଦେଶ (ଘଇଗ ପ୍ରତି ଆଗ୍ରହ ଦେଖାଇଲେ ନାହିଁ ।

୧୯୮୦ ମସିହାରେ ରୁଷିଆ ଆଫାଗାନିସ୍ତାନ ଆକ୍ରମଣ ବେଳେ ଏହାର ଅଗ୍ନିପରୀକ୍ଷା ସମୟ ପହଂଚିଲା । ଆଫାଗାନିସ୍ଥାନ ନାମର ସ୍ଥାପିୟତା ସଦସ୍ୟ ଥିଲା । ତା ଉପରେ ନଗ୍ମ ଆକ୍ରମଣକୁ ବିରୋଧ କରିବା ପାଇଁ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆସିଲା ବେଳେ ୫୬ ଜଣ ସଭ୍ୟ ଏହାକୁ ସମର୍ଥନ କଲେ । ୯ ଜଣ ଏହାକୁ ବିରୋଧ କଲେ ।୨୬ ଜଣ ଭୋଟଦାନରୁ ବିରତ ରହିଲେ । ଭାରତ ରୁଷକୁ ସମର୍ଥନ କରି ଭୋଟଦାନରୁ ବିରତ ରହିଲା । କୁ୍ୟବା ବିରୁଦ୍ଧରେ ମତ ଦେଲା । ରୁଷ ଉପରେ ସଂପୂର୍ଣ୍ଣ ନିର୍ଭର ଶୀଳ ଥିବାରୁ ତାହାର ଅନ୍ୟଗତି ନଥିଲା ।

କାଷ୍ଟ୍ରୋଙ୍କର ଭାବମୂର୍ତି ନିମ୍ନଗାମୀ ହେଲା । ନିରାପତା ପରିଷଦକୁ ସଭ୍ୟ ନିର୍ବାଚନରେ କ୍ୟୁବା ପରାସ୍ତ ହେଲା । ଫଳରେ ନାମ ଗୋଷ୍ଠି ମଧ୍ୟରେ ଫାଟ ଦେଖାଗଲା । ୧୯୯୦ ମସିହାରେ ରୁଷ ରାଷ୍ଟ୍ରସଂଘ ଭାଙ୍ଗି ଗଲା । ଶୀତଳ ଯୁଦ୍ଧ ଯୁଗର ଅବସାନ ହେଲା । ଆମେରିକା ଏକ ମାତ୍ର ମହାଶକ୍ତି ହୋଇ ରହିଲା । ଅନ୍ୟ ଦେଶ ଉପରେ ହସ୍ତକ୍ଷେପ କରି ଆମେରି କା ଆଫାଗାନିସ୍ତାନ, ଇରାକ ଉପରେ ଆକ୍ରମଣ କରି ସେଠାରେ ଥିବା ଶାସକଙ୍କୁ ଗାଦିଚୁ୍ୟତ କଲା । ଇରାନ ଓ ଉତର କୋରିଆ ଉପରେ ମିଥ୍ୟା ଆରୋପରେ ନାନା କଟକଣା ଲଗାଇଛି । ଲିବିଆ ଉପରେ ଆକ୍ରମଣ କରି ତାର ଶାସକଙ୍କୁ ହତ୍ୟା କରିଛି । ଏହା ବିରୁଦ୍ଧରେ ୨୦୧୩ ମସିହା ତେହେରାନ ସମାବେଶ (୧୬ ତମ) ରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇଥିଲା । ପୁର୍ଟୋରିକା ଓ ଦକ୍ଷିଣ ସାହାରାରେ ଆତ୍ମନିୟନ୍ତ୍ରଣ ଦାବି ମାନ କରିଆସିଛି । ସଂଗଠନ ବିରୋଧୀ କାର୍ଯ୍ୟ ଯୋଗୁ ବୋସନିଆ, ହର୍ଜଗୋଭିନ ଓ କୋଷ୍ଟାରିକାକୁ ବହିଷ୍କାର କରାଯାଇଛି ।

ନିଜର ସାମରିକ ସଂଗଠନ ନଥିଲେ ମଧ୍ୟ ବିଶ୍ୱର ଶତାଧିକ ଦେଶ ମାନଙ୍କର ସ୍ୱରର ଯେ ଯଥେଷ୍ଟ ତାକତ ଅଛି, ଏହା ଗୋଷ୍ଠି ନିରପେକ୍ଷ ଆନେ୍ଦାଳନ ପ୍ରମାଣ କରିଛି ।

Leave A Reply