କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ): କରୋନା ମହାମାରୀ ସଂକ୍ରମଣ ସମୟରେ ସାଧାରଣ ଭାବେ ଲୋକମାନଙ୍କର ଆବଶ୍ୟକ ପଡୁଥିବା ଡେଟଲ ଲିକୁଇଡର କେନ୍ଦ୍ରାପଡା ସହରରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଗୋଟିଏ ୫ଶହ ମିଲି ଲିଟର ଡେଟଲ ଲିକୁଇଡ ବୋତଲର ବଜାର ମୂଲ୍ୟ ୧୬୦ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏବେ ସେହି ଡେଟଲ ବୋତଲକୁ ୨୧୦ ଟଙ୍କାରେ କଳାବଜାରୀ କରି ବିକ୍ରୀ କରାଯାଉଥିବା ଅଭିଯୋଗ ହେଉଛି ।
ସେହି ଡେଟଲ ବୋତଲ ଉପରେ କମ୍ପାନୀ ଲେଖିଥିବା ମୁଲ୍ୟ ଉପରେ ୨୧୦ଟଙ୍କାର ଅନ୍ୟ ଏକ ଜାଲ ଷ୍ଟିକର ମରାଯାଇଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ଦୋକାନରେ ଏଭଳି କରାଯାଇଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।
