Odisha news

ହ୍ଵାଟ୍ସଆପରେ ପ୍ରେମକରି ବିବାହ ନିମନ୍ତେ ପହଞ୍ଚିଲେ ପ୍ରେମିକ ଘରେ,କିନ୍ତୁ ପ୍ରେମିକ ନାବାଳକ ତାପରେ ….

0

ନୂଆଦିଲ୍ଲୀ : କାନପୁରରେ ଗୋଟିଏ ଅଦ୍ଭୁତ ପ୍ରେମ କାହାଣୀ ସାମ୍ନାକୁ ଆସିଛି ,ଯେଉଁଥିରେ ଗୋଟିଏ ଯହିଁ ନିଜର ହ୍ଵାଟ୍ସଆପ ପ୍ରେମୀ ସହିତ ବିବାହ କରିବା ପାଇଁ ୩୦୦ କିଲୋମିଟରର ରାସ୍ତା ଅତିକ୍ରମ କରି ଏକୁଟିଆ ତା ଘରେ ପହଞ୍ଚିଛି l ସେଠାରେ ପହଞ୍ଚି ସେ ଦେଖିଲା ଯେ ତାର ହ୍ଵାଟ୍ସଆପ ପ୍ରେମୀ ନାବାଳା ଅଟେ ଓ ଯେତେବେଳେ ସେ ଏକଥା ଜାଣିଲା ତାକୁ ଶକ୍ତ ଧକା ଲାଗିଲା l ଏହି ଘଟଣାରେ ସେତେବେ ନୂଆ ମୋଡ ଆସିଲା ଯେତେବେଳେ ଝିଅଟି ତାର ପ୍ରେମିକକୁ ଛାଡି ତା ବଡଭାଇକୁ ବିବାହ କରିବାକୁ ଜିଦି ଧରି ବସିଲା l ଖାସ କଥାଟି ହେଉଛି ଯେ ଏହି ଝିଅଟି LLB କରୁଥିବା ଗୋଟିଏ ଅଳ୍ପସଂଖ୍ୟ ସମୁଦାୟର ଅଟେ ଓ ତାର ପ୍ରେମିକ ହିନ୍ଦୁ ଅଟେ l

ସାହାଜାନ ପୁରରେ ରହୁଥିବା ସେବିନାଙ୍କ ପିତା ଅତିକ ଜଣେ ଇଂଜିନିୟର ଅଟନ୍ତି l ସବିନା  କହିଛନ୍ତି ଯେ ତାଙ୍କର ମା ମରିଯିବା ପରେ ତାଙ୍କ ପିତା ଦୁତୀୟ ବିବାହ କରିଥିଲେ ,ତାଙ୍କ ସାବତ ମା ତାଙ୍କୁ ଖୁବ ହଇରାଣ କରନ୍ତି l ସେବିନାଙ୍କ କହିବା ଉଦେଶ୍ୟ ହେଲା ତାଙ୍କର ବନ୍ଧୁତା କାନପୁରରେ ପରୋଲି ଗାଁ ର ନିବାସୀ ଅମିତଙ୍କ ସହିତ ହ୍ଵାଟ୍ସଆପ ଜରିଆରେ ହୋଇଥିଲା l ସବିନା ସାହାଜାହାନ ପୁରରୁ ୩୦୦ କିଲୋମିଟର ଦୂରତା ଅତିକ୍ରମ କରି ବୁଧବାର ଦିନ ନିଜର ପ୍ରେମିକ ଏମିତି ସହିତ ବିବାହ କରିବାକୁ କାନପୁରରେ ପରୋଲିରେ ପହଞ୍ଚି ଥିଲେ ବାଟରେ ଯିବା ସମୟରେ ସବୀନା ଲୋକ ମାନଙ୍କର ସହଜ୍ୟ ନେଇ ବସ ଟିକଟ କିଣିଥିଲେ ଓ କିଛି ବାଟ ପାଦରେ ମଧ୍ୟ ଚାଲିଥିଲେ l କିନ୍ତୁ ଯେତେବେଳେ ସେ ଅମିତଙ୍କ ପାଖରେ ପହଞ୍ଚିଲେ ସେତେବେଳେ ଜାଣିଲେ ଯେ ସେ ନାବାଳକ ଅଟନ୍ତି l

ସବୀନାଙ୍କ ବୟସ ୨୪ ବର୍ଷ ଅଟେ ଓ ଅମିତ ତାଙ୍କଠାରୁ ୫ ବର୍ଷ ସାନ ଅଟନ୍ତି l ସବୀନା କହିଛନ୍ତି ଯେ ଅମିତ ମୋଠାରୁ ସାନ ଅଟନ୍ତି ଓ ତାଙ୍କ ବଡଭାଇ ବର୍ତମାନ ବିବାହ କରି ନାହାଁନ୍ତି l ତେଣୁ ମୁଁ ତାଙ୍କ ବଡଭାଇଙ୍କୁ ବିବାହ କରି ଏଠାରେ ରହିବି l କିନ୍ତୁ ଘରକୁ ଯିବି ନାହିଁ କାରଣ ମୋର ଜୀବନ ପ୍ରତି ବିପଦ ରହିଛି l ଅମିତ କହିଛନ୍ତି ଯେ ମୋର ସବୀନାଙ୍କ ସହିତ ହ୍ଵାଟ୍ସଆପରେ ବନ୍ଧୁତା ହୋଇଛି କିନ୍ତୁ ମୁଁ କେବେବି ବିବାହ କରିବାର ପ୍ରତିଶୃତି ଦେଇ ନାହିଁ l ସବିନା ହ୍ଵାଟ୍ସଆପରେ ମତେ ନିଜନାମା ରିୟା କହିଥିଲେ ତେଣୁ ସେ ତାଙ୍କ ଘରକୁ ଫେରିଯାନ୍ତୁ ଆମେ ତାଙ୍କ ଘର ଲୋକଙ୍କୁ ଫୋନ କରି ଏବିଷୟରେ ଜଣାଇଥିଲୁ କିନ୍ତୁ ସେମାନେ ନେବା ପାଇଁ ମନ କରିଦେଲେ l ବର୍ତମାନ ସବୀନା ଅମିତଙ୍କ  ଘର ଆଗରେ ଜଗି ବସିଛନ୍ତି l

Leave A Reply