ତେଲକୋଇ : ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ର ସରପଞ୍ଚ ଙ୍କୁ ନିଳମ୍ବିତ କରାଯାଇଛି। ପ୍ରକାଶ ଯେ କରଦାଙ୍ଗି ପଞ୍ଚାୟତ ର ନିର୍ବାଚିତ ସରପଞ୍ଚ ଦୁସିଲ ସିଙ୍କୁ ଙ୍କୁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ତା ୧୭.୦୮.୨୦୨୦ରିଖ ଚିଠି ନଂ ୧୨୯୨୨/୨୦ ରେ ନିଲମ୍ବନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ରହିଛି।
ଘଟଣା ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷ ରେ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବରାଜ ସେଠୀ ଙ୍କ କାର୍ଯ୍ୟକାଳ ରେ କେନ୍ଦ୍ରୀୟ ଅର୍ଥ ଆୟୋଗ ଏବଂ ରାଜ୍ୟ ଅର୍ଥ ଆୟୋଗ ରେ ୨୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାଥ କରିଥିବା ନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଙ୍କ ତଦନ୍ତ ରିପୋର୍ଟ ବଳ ରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ତାଙ୍କ ନିଲମ୍ବନ ଜାରି କରାଯାଇଛି।
ଅନ୍ୟ ପକ୍ଷରେ ସମ୍ପୃକ୍ତ ସରପଞ୍ଚ ଙ୍କ ବିରୋଧ ରେ ସିଏଫସି ଏବଂ ଏସ୍ ଏଫ୍ ସି ଫଣ୍ଡ କୁ କାର୍ଯ୍ୟ ନକରି ହରିଲୁଟ କରିଥିବା ନେଇ ପୂର୍ବରୁ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ପ୍ରଗତିଶୀଳ ନାଗରିକ ମଞ୍ଚ ଏବଂ କରଦାଙ୍ଗି ପଞ୍ଚାୟତ ର ନାଗରିକ ମାନେ ଲିଖିତ ଭାବେ ଅଭିଯୋଗ କରିଥିଲେ।
