Odisha news

ରାସ୍ତା ନିର୍ମାଣକୁ ନେଇ ବାଲିଆ ଓ ରାଧାମୋହନପୁର ବିବାଦ : ରାଧାମୋହନପୁର ଗ୍ରାମର ମୁଖ୍ୟ ରାସ୍ତାକୁ ଜେସିବି ଦ୍ୱାରା ତାଡିଦେଲେ ଦୁବୃର୍ତ୍ତ

0

ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ତାଳକଣି ପଂଚାୟତ ଅନ୍ତର୍ଗତ ରାଧାମୋହନପୁର ଓ ଖଇରପଲ୍ଲୀ ପଂଚାୟତ ର ବାଲିଆ ଗ୍ରାମ ମଧ୍ୟରେ ଦୀର୍ଘ ୬ମାସରୁ ଉଦ୍ଧ୍ୱର୍ଦିନ ଧରି ଗ୍ରାମର ମୁଖ୍ୟ ରାସ୍ତା ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବା ଜଣା ପଡିଛି । କିନ୍ତୁ ଅଗଷ୍ଟ୨୪ ତାରିଖ ସୋମବାର ସକାଳୁ ସେହି ବିବାଦ ଉଗ୍ରରୁପ ଧାରଣ କରିଥିଲା ।

ରାଧାମୋହନପୁର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଧାମୋହନପୁର ଗ୍ରାମର କିଛି ଛୋଟପିଲା ସେହି ମୁଖ୍ୟ ରାସ୍ତା ଦେଇ ବାଲିଆ ଗ୍ରାମକୁ ଆସିଥିଲା ବେଳେ ସେମାନଙ୍କୁ ମାଡମାରିବା ସହ ଗାଳିଗୁଲଜ କରି ଗ୍ରାମକୁ ତଡି ଦେଇଥିଲେ । ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାଲିଆ ଗ୍ରାମର ୨୦ରୁ ଉଦ୍ଧ୍ୱର୍ ଦୁବୃର୍ତ୍ତ ସଙ୍ଗବଧ ଭାବେ ଆସି ବିଭିନ୍ନ ମାରଣାସ୍ତ୍ର ସହ ଏକ ଜେସିବି ଗାଡି ଲଗାଇ ମୁଖ୍ୟ ରାସ୍ତାକୁ ତାଡିଦେଇଥିଲେ ।

ଏ ସମ୍ପର୍କେ ରାଧାମୋହନପୁର ଗ୍ରାମବାସୀ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି । ତେବେ କୋଭିଡ୍ କଟକଣା ଚାଲିଥିଲା ବେଳେ ରାଧାମୋହନପୁର ଗ୍ରାମବାସୀଙ୍କର କୌଣସି ଦେହ ଖରାପ ହେଲେ ସେହି ରାସ୍ତା ଦେଇ ତାରିଆ ଡାକ୍ତରଖାନାକୁ ଆସିପାରୁ ନାହାନ୍ତି । ଏହିଭଳି ପରିସ୍ଥିତିରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଗୃହବନ୍ଦୀ ଥିବା ରାଧାମୋହନପୁର ଗ୍ରାମବାସୀଙ୍କୁ ମୁକ୍ତ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରଛନ୍ତି । ଏ ସମ୍ପର୍କେ ବାଲିଆ ଗ୍ରାମର ଦୁଃଶାସନ ଜେନା ଯେକି ଖଇରପଲ୍ଲୀ ପଂଚାୟତ ସମିତି ସଭ୍ୟ ଦୁଃଶାସନ ଜେନାଙ୍କୁ ପଚାରିବାରେ କୁହନ୍ତି ଯେ ଏହି ରାସ୍ତା ଦେଇ ଆମ୍ଭ ଜମିକୁ ପାଣି ଯାତାୟତ ରେ ଅସୁବିଧା ହେବାରୁ ଆମ୍ଭେ ରାସ୍ତା ଖୋଳିଅଛୁ ।

ଜନସାଧାରଣ ରେ ପ୍ରଶ୍ନ ଉଠେ ଯେ ପାଣି ଯାତାୟତ ରେ ଅସୁବିଧା ହେଉଥିଲେ ସେହି ଯାଗାରେ ଏକ କଲଭର୍ଟ ନିର୍ମାଣ ହୋଇପାରିଥାନ୍ତା । କିନ୍ତୁ ରାସ୍ତା କାଟିବା ଦ୍ୱାରା ସମସ୍ୟା ବଢୁଥିବା ଜଣା ପଡିଛି । ଏହି ରାସ୍ତା ନିର୍ମାଣ ବିବାଦକୁ ନେଇ ରାଧାମୋହନପୁର ଗ୍ରାମବାସୀ ପୁର୍ବରୁ ପଂଚାୟତ, ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ଉଭୟ ଗ୍ରାମ ମଧ୍ୟରେ ତିକôତା ବଢିବାରେ ଲାଗିଛି ଏବଂ ଏନେଇ ଉଭୟ ଗ୍ରାମ ତରଫରୁ ବିଭିନ୍ନ ସମୟରେ ମାରପିଟ୍ ହୋଇ ଥାନାରେ ଏକାଧିକବାର ଉଭୟ ପକ୍ଷ ଅଭିଯୋଗ କରିଥିବା ବେଳେ ଏହାର ସମାଧାନ କରିବା ପାଇଁ ରାଧାମୋହନପୁର ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି । ଯଦି ଜିଲ୍ଲା ପ୍ରଶାସନ ଏଦିଗରେ ସ୍ଥାୟୀ ସମାଧାନ ନ କରନ୍ତି ଆଗାମୀ ଦିନରେ ରାଧାମୋହନପୁର ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଅଫିସ୍ ଆଗରେ ଧାରଣା ଦେବେ ବୋଲି କହିଥିବା ଜଣା ପଡିଛି ।

Leave A Reply