Odisha news

ଲଘୁଚାପ ବର୍ଷାଜଳରେ ବନ୍ଦୀ ଅତଲାପୁର ଅଧିବାସୀଙ୍କୁ ଭେଟିଲେ ବିଧାୟିକା

0

କୁଆଖିଆ : ରସୁଲପୁର ବ୍ଲକର ବରୀ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ଅତଲାପୁର ପଂଚାୟତରେ ତିନିଦିନ ଧରି ଲଘୁଚାପ ବର୍ଷା ହେବା ଫଳରେ ସଂଖ୍ୟା ଲଘୁ ବସ୍ତିରେ କୁତ୍ରିମ ବନ୍ୟାସୃଷ୍ଟି ହୋଇ ଲୋକେ ନାହିଁ ନଥିବା ଅସୁବିଧାରେ ଅଛନ୍ତି । ଏହି ବସ୍ତିରେ ବସବାସ କରୁଥିବା ୨ ହଜାର ଅଧିବାସୀ ଜଳ ବନ୍ଦୀରେ ରହିଥିବାରୁ ସେମାନଙ୍କର ସମସ୍ୟା ବୁଝିବାକୁ ବିଧାୟିକା ସୁନନ୍ଦା ଦାସ ସେଠାରେ ପହଁଚିଥିଲେ ।

ଅତଲାପୁର ପଂଚାୟତ ଉଆଡ ନଂ-୩,୫,୬,୭.୮ ଲୋକଙ୍କ ପାଖରେ ପହଁଚି ଏହିସମସ୍ୟା ବର୍ଷବର୍ଷ ଧରି ରହିଥିବା ଜାଣିଥିଲେ । ଲଘୁଚାପ ବର୍ଷାପାଣି ସାଙ୍ଗକୁ ନାଳ ନର୍ଦମା ପଚାପାଣି ଏବଂ କଚା ରାସ୍ତା ଡ୍ରେନେଜ ନଥିବା କାରଣରୁ ପାଣି ଜମି ମଶା ବଂଶ ବୃଦ୍ଧି କାରଣରୁ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଥିବା କଥା ଲୋକମାନେ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ରାସ୍ତା ଘାଟ ସଠିକ ଭାବରେ ନଥିବାରୁ ବିଧାୟିକାଙ୍କ ସାଥିରେ ଯାଇଥିବା ପୁର୍ତ ବିଭାଗର ଯନ୍ତ୍ରୀ ରାଜ କିଶୋର ସାହୁ,ଅଲେଖ ବେହେରାଙ୍କୁ ବିଧାୟିକା କିପରି ଏହି ବସ୍ତିରେ ପାଣି ନରହିବ ଜଳ ନିଷ୍କାସନ ହେବ ସେ ସମ୍ପର୍କରେ ସମିକ୍ଷା କରି ମରାମତି କରିବାକୁ କହିଥିଲେ । ଏଥିରେ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ ଯୋଗ ଦେଇ ଅତଲାପୁର ପଂଚାୟତରଏସବୁ ସମସ୍ୟା ସମାଧାନ ହେବ ବୋଲି କହିଥିଲେ ।

ଅତଲାପୁର ସରପଂଚ ପ୍ରଫୁଲ୍ଲ କୁମାର ସାହୁ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ପାଇଁ ବିଧାୟିକା ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ଅବଗତ କରିଥିଲେ । ସମିତିସଭ୍ୟ ଲକ୍ଷ୍ମୀଧର ମହାନ୍ତି, ବିଜୁ ଯୁବ ବାହିନି ସଭାପତି ସେକ ଇମା ମୁଦିନ,ଅସଜ୍ଜଦ ହୁସେନ,ବେଲାଲ ଉଦ୍ଦିନ,ରାମ ଚନ୍ଦ୍ର ସାହୁ,ଖଗେଶ୍ୱର ବାରିକ,ମାନସ ବାରିକ, ଓ ପଂଚାୟତର ଜନଗଣ ଏବଂ ସଂଖ୍ୟା ଲଘୁ ସାହି ଲୋକ ମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ବିଧାୟିକାଙ୍କୁ କହିଥିଲେ । ବିଧାୟିକା ଏସବୁର ମାଷ୍ଟର ପ୍ଲାନ କରାଯାଇ ସମାଧାନ କରାଯିବ ବୋଲି କହିଥିଲେ ।

Leave A Reply