Odisha news

କୋଭିଡ ନିୟନ୍ତ୍ରଣ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ପରିସ୍ଥିତି ଉଦବେଗଜନକ ରହିଛି । କୋଭିଡ ନିୟନ୍ତ୍ରଣ ଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ମଙ୍ଗଳବାର ଖୋର୍ଦ୍ଧା ଏବଂ ଜଟଣୀ ସହରରେ ବିଭିନ୍ନ ଦୋକାନ ବଜାର, ଘରୋଇ କ୍ଲିନିକ, ହସ୍ପିଟାଲ, ପରିବା ଓ ଗ୍ରୋସରୀ ଦୋକାନ ରେ ଚଢାଉ କରିଥିଲେ ।

ମାସ୍କ ଓ ସାମାଜିକ ଦୂରତ୍ୱ ବଜାଇ ରଖି କାଯ ର୍୍ୟ କରିବାକୁ ତାଗିଦ କରିଥିଲେ । କୋଭିଡ ର୍ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି । ଏହି ଚଢାଉରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଏସପିଅଜେୟ ପ୍ରତାପ ସ୍ୱାଇଁ, ଉପଜିଲ୍ଲପାଳ ଅଶୋକ କୁମାର ବେହୁରିଆ, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଖୋର୍ଦ୍ଧା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ଜଟଣୀ କାର୍ଯ୍ୟନିର୍ବାହୀ ଅଧିକାରୀ ତପନ ମହାପାତ୍ର, ଏସଡିପିଓ ସୁସିଲ ମିଶ୍ର ପ୍ରମୁଖ ସାମିଲଥିଲେ ।

Leave A Reply