Odisha news

ପେଟରେ ୫୦ କେଜିର ଟୁ୍ୟମର୍‌

0

ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଆପୋଲୋ ହସ୍‌ପିଟାଲ୍‌ର ଡାକ୍ତରମାନେ ଜଣେ ମହିଳାଙ୍କ ପେଟରୁ ୫୦ କେଜି ଓଜନର ଓଭାରିଆନ୍‌ ଟୁ୍ୟମର୍‌ ବାହାର କରିଛନ୍ତି । ଏହାକୁ ଦୁନିଆର ସବୁଠୁ ବଡ଼ ଟୁ୍ୟମର୍‌ ବୋଲି କୁହାଯାଉଛି । ୫୨ ବର୍ଷୀୟ ମହିଳାଙ୍କ ଶରୀରରୁ ଟୁ୍ୟମର୍‌ ବାହାରିବା ପରେ ତାଙ୍କ ଓଜନ ପହଞ୍ଚିଛି ୫୬ କେଜିରେ । ପୂର୍ବରୁ ଏ ଟୁ୍ୟମର୍‌ ଯୋଗୁ ତାଙ୍କ ଓଜନ ଥିଲା ୧୦୬ କେଜି । ନିଶ୍ୱାସ- ପ୍ରଶ୍ୱାସ ନେବାରେ ସମସ୍ୟା, ତଳି ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଚଲାବୁଲା କରିବାରେ ଅସୁବିଧା ହେବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଓଭାରିରେ ବଡ଼ ଆକାର ଟୁ୍ୟମର୍‌ ବଢ଼ୁଥିବା ପରେ ଜଣାପଡ଼ିଲା । ୨୦୧୭ରେ କ୍ୱାଏମ୍ବାଟୁର୍‌ରେ ୩୪ କେଜି ଟୁ୍ୟମର୍‌ ମାମଲା ସାମ୍ନାକୁ ଆସିଥିଲା ।

Nalco
Leave A Reply