ଖଇରା,୨୫/୮ବାଲେଶ୍ବର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ କଣ୍ଡରାଗଡିଆ ଗ୍ରାମକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଲେକ ତଥା ଗ୍ରାମବାସୀ ୧ କିମି କାଦୁଅ ରାସ୍ତାରେ ବୋହିବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତନେଇଛନ୍ତି ା ଏଭଳି ଘଟଣା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିକାଶର ନଗ୍ନଚିତ୍ରକୁ ପଦାରେପକାଇଛି ା
ସୋମବାର ରାତିରେଗ୍ରାମର ବିଦ୍ୟାପତି ଦାସଙ୍କ ପତ୍ନୀ ଭାରତୀଙ୍କୁ ପ୍ରସବ ଯନ୍ତଣା ହେବା ପରେ ଆମ୍ବୁଲାନ୍ସ ଡକାଯାଇଥିଲା ା ହେଲେ ଗ୍ରାମରାସ୍ତା ଅତ୍ୟନ୍ତ କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସ ଅନ୍ୟୁନ ୧କିମି ପୂର୍ବରୁ ଅଟକି ରହିଥିଲା ା ପରିବାର ଲୋକ ତଥା ଗ୍ରାମବାସୀ ମାନେ ମିଳିତ ଭାବେ ଭାରତୀଙ୍କୁ ମିଳିତ ଭାବେ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ ା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାସ୍ତା ସମସ୍ୟା ପ୍ରସଂଗ ଉଠାଇ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ ା ହେଲେ ଶେଷ ମୂହୁର୍ତ୍ତରେ ସ୍ଥାନୀୟ ନେତା ଓ ପ୍ରଶାସନ ରାସ୍ତା ନିର୍ମାଣର ପ୍ରତିଶୃତି ଦେବା ପରେ ଗ୍ରାମବାଶି ଭୋଟଦାନ ନିଷ୍ପତ୍ତିରୁ ଓହରିଥିଲେ ା