Odisha news

ରୁଷିଆର ଦ୍ୱିତୀୟ ଭାକ୍‌ସିନ୍‌

0

ରୁଷିଆ ଖୁବ୍‌ଶୀଘ୍ର ଆଉ ଏକ ଭାକ୍‌ସିନ୍‌ ଲଞ୍ଚ୍‌ କରିବ । ଏଥିରେ ବ୍ୟବହୃତ ଔଷଧ ରୁଷିଆର ଟପ୍‌ ସିକ୍ରେଟ୍‌ ପ୍ଲାଣ୍ଟ ଡ୍ରଗ୍‌ ସାଇବେରିଆର ସୋଭିଏତ୍‌ ବାୟୋଲଜିକାଲ୍‌ ଭେମ୍ପସ୍‌ ରିସର୍ଚରୁ ମଗାଯାଇଛି । ଭାକ୍‌ସିନ୍‌ର ନାମ ରଖାଯାଇଛି ‘ଏପିଭାକ୍‌କରୋନା’ ।ସେପେଫମ୍ବରରେ ଏହାର ଟ୍ରାଏଲ ପୂରା ହେବ । ୫୭ ଜଣ ସେ୍ୱଚ୍ଛାସେବକଙ୍କ ଉପରେ ପ୍ରଥମ ଟ୍ରାଏଲ୍‌ କରାଯାଇଛି । ବୈଜ୍ଞାନିକମାନେ କହିଛନ୍ତି ଟ୍ରାଏଲ ସମୟରେ ସେ୍ୱଚ୍ଛାସେବକଙ୍କୁ ୨୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା ସେମାନଙ୍କର କୌଣସି ସାଇଡଇଫେକଫ ଦେଖାଯାଇ ନ ଥିବା କୁହାଯାଇଛି । ୧୪ରୁ ୨୧ ଦିନରେ ସେ୍ୱଚ୍ଛାସେବକଙ୍କୁ ଭାକ୍‌ସିନ୍‌ର ଦୁଇ ଡୋଜ୍‌ ଦିଆଯାଇଛି । ରୁଷିଆ ଆଶା କରିଛି ଯେ ଅକେଫାବର ସୁଦ୍ଧା ଭାକ୍‌ସିନ୍‌ ରେଜିଷ୍ଟର୍‌ କରାଯାଇ ନଭେମ୍ବରରେ ପ୍ରଡକ୍ସନ୍‌ ଆରମ୍ଭ ହେବ । ଭେକଫର ଷ୍ଟେଟ୍‌ ରିସର୍ଚ ସେଣ୍ଟର୍‌ ଅଫ୍‌ ବାୟୋଲଜି ଓ ବାୟୋଟେକ୍ନୋଲଜି ମିଶି ଭାକ୍‌ସିନ୍‌ ପ୍ରସ୍ତୁତ କରିଛନ୍ତି ।

Leave A Reply