Odisha news

୫ନମ୍ବର (କ) ଜାତୀୟ ରାଜପଥରେ ଟ୍ୟାଙ୍କର ଧକ୍କାରେ ଯୁବକ ମୃତ

0

କେନ୍ଦ୍ରାପଡା : ୫ନମ୍ବର(କ) ଜାତୀୟ ରାଜପଥରେ ଏକ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ ଆରୋହୀ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । ଜାତୀୟ ରାଜପଥର ଦୁହୁରିଆ – ମରଡପୁର ମଝିରେ ଟାଉନଥାନା ଅନ୍ତର୍ଗତ ମୀରପାଟଣା ଗ୍ରାମର ଆବୁ କଲାମଙ୍କ ପୁଅ ସେକ କୁନୁଆ(୩୦) ଏକ ବାଇକରେ ଯାଉଥିବା ଙ୍କୁ ଏକ ଅଜଣା ଟ୍ୟାଙ୍କର ତାଙ୍କୁ ଧକ୍କା ଦେବାରୁ ସେ ବାଇକରୁ ରାସ୍ତାଉପରେ ଛିଟିକି ପଡିଥିଲେ ।

ସ୍ଥାନୀୟ ଲୋକଙ୍କ ସାହାୟତାରେ ସନ୍ଧ୍ୟାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଦର ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ କରାଇବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply