ଡେରାବିଶ, ୨୪ା୮ – କ୍ରମାଗତ ଭାବରେ ତିନିତିନୋଟି ଲଘୁଚାପ କେବଳ ଫସଲକୁ ନଷ୍ଟ କରିନାହିଁ, କିଛି ଲୋକଙ୍କୁ ବାସହରା ମଧ୍ୟ କରାଇଦେଇଛି । ଲଘୁଚାପ ବର୍ଷା ଡେରାବିଶ ବ୍ଳକ ଖମୋଳ ପଂଚାୟତ ଅନ୍ତର୍ଗତ କୋଶିଦା ଗ୍ରାମର ବାବୁଲି ବସନ୍ତିଆଙ୍କୁ ଦୁଇଦିନ ହେଲା ବେଘର କରିଛି । ବର୍ଷା ଜଳରେ କାନ୍ଥ ଭେଦି ଚାଳ ଘରଟି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଏପରିକି ଶ୍ରୀ ବସନ୍ତିଆଙ୍କ ପରିବାର ମୁଣ୍ଡଗୁଞ୍ଜିବାତ ଦୂରର କଥା ରୋଷେଇ କରିବା ପାଇଁ ଶୁଖିଲା ଜାଗା ଖଣ୍ଡେ ନାହିଁ । ଆଜି କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ପ୍ରାଧ୍ୟାପକ ସମାଜସେବୀ ଅଜୟ ରାଉତ ଖବର ପାଇ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଂଚିଥିଲେ । ତାଙ୍କୁ ସାମୟିକ ରହିବା ପାଇଁ ପାଲ, ଶୁଖିଲା ଖାଦ୍ୟ ଓ ରୋଷେଇ ପାଇଁ ରାଶନ ସାମଗ୍ରୀ ଯୋଗାଇ ଦେଇଛନ୍ତି ।
