Odisha news

ବର୍ଷାରେ ଘର ଭୁଷୁଡିଲା

0

ବେତନଟୀ : ବେତନଟୀ ଥାନା ଅଧୀନ ଭାଲିଆ ଗ୍ରାମର ୩ ନମ୍ବର ୱାଡର ଦୀନବନ୍ଧୁ ମହାନ୍ତଙ୍କ ଘରଟି ପ୍ରବଳ ଲଘୁଚାପ ବର୍ଷା ହେତୁ ଭୁଷୁଡି ପଡି ଥିବାର ଜଣା ପଡିଛି ।

ଏହି ଘରଟି ଭାଙ୍ଗି ଯିବା ବେଳକୁ ଘରର ତିନି ଜଣ ସଦସ୍ୟ ଏହି ଘରେ ଥିଲେ । ତେବେ କାହାରି କିଛି କ୍ଷୟକ୍ଷତି ହୋଇ ନଥିବାର ଜଣା ପଡିଛି ।

ଘଟଣା ବାବଦରେ ପରିବାରର ଅନ୍ୟତମ ସଦସ୍ୟ ଆନନ୍ଦ ଚନ୍ଦ୍ର ମହାନ୍ତ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟକୁ ଖବର ଦେଇ ଥିବାର ଜଣା ପଡିଛି । ପରିବାରଟି ଗରୀବ ଶ୍ରେଣୀର ହୋଇ ଥିବାରୁ ତାଙ୍କୁ ସବୁ ପ୍ରକାର ଜରୁରୀ କାଳୀନ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Nalco
Leave A Reply