ନୂଆଦିଲ୍ଲୀ : ରାଜସ୍ଥାନରେ ଗତ ଏକ ମାସ ହେଲାଣି ରାଜନୈତିକ ଅସ୍ଥିରତା ଚାଲିଥିଲା l ମୁଖ୍ୟମନ୍ତ୍ରୀ ଗହଲୋତ ଓ ଅନ୍ୟ କଂଗ୍ରେସ ନେତା ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ଉପରେ ସରକାରକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର କରୁଥିବାର ଆରୋପ ଲଗାଇ ଚାଲିଥିଲେ l ଗୃହମନ୍ତ୍ରୀ ଅମିତ ସାହା ,ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଉପରେ କଂଗ୍ରେସର ଗେହଲୋତ ସରକାରଙ୍କ ପକ୍ଷରୁ ଆରୋପ ଲଗାଯାଇଥିଲା l ଏହି ସବୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଚୁପ ହୋଇ ରହିଥିବାର ଦେଖା ଯାଇଥିଲା l
ରାଜସ୍ଥାନ ବିଧାନସଭା ସତ୍ରରେ ସାମିଲ ହୋଇ ସଦନରୁ ବାହାରକୁ ବାହାରିବା ପରେ ବସୁନ୍ଧରା ରାଜେ ଗଣମାଧ୍ୟମର ସମ୍ମୁଖୀନ ହୋଇଥିଲେ l ବସୁନ୍ଧରା ରାଜେ କଣ ପାଇଁ ଚୁପ ଥିଲେ ପଚାର ଯିବା ପ୍ରଶ୍ନର ଉତ୍ତରରେ କହିଥିଲେ ୩୪ ଦିନରୁ ଚାଲିଥିବା ଏହି ଘଟଣା କ୍ରମ ମଧ୍ୟରେ ସେ ଏଥିପାଇଁ ଦେଖା ଯାଇନଥିଲେ କାରଣ ସେ ଶ୍ରବଣ ମାସ ସମୟରେ ଧୌଲlପୁରରେ ପୂଜା କରୁଥିଲେ l ସେ ଏହି ତର୍କ ଦେଇଥିଲେ ଯେ ପୂଜା ସମୟରେ ଆମେ ଅନ୍ୟ ଆଡେ ଧ୍ୟାନ ରଖୁନାହିଁ l
ଭାରତୀୟ ଜନତା ପାର୍ଟିରେ ଚାଲିଥିବା ଝଗଡାକୁ ନେଇ ପଚାର ଯିବାରୁ କହିଲେ ଏହି ବିଷୟରେ ଏଠିକାର ନେତା ମାନଙ୍କୁ ପଚାର ଯିବା ଆବଶ୍ୟକ l ତା ସହିତ ଏହା ମଧ୍ୟ କହିଥିଲେ ମତେ ଲାଗୁନି ପାର୍ଟିରେ କୌଣସି ଗଣ୍ଡଗୋଳ ଚାଲିଛି l ସୂଚନା ଯୋଗ୍ୟଯେ ରାଜସ୍ଥାନ ରାଜନୈତିକ ସଙ୍କଟ ସମୟରେ ବସୁନ୍ଧରା ରାଜେ ସମ୍ପୂର୍ଣ ନିରବ ରହିଥିଲେ ଏହାପରେ ସେ ଦିଲ୍ଲୀ ଯାଇ ରାଜନାଥ ସିଂ ଓ ଜେପି ନଡ଼ାଙ୍କୁ ଦେଖା କରିଥିଲେ