ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ୯ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି. ପେଣ୍ଠପଡା ପଞ୍ଚାୟତ ଅନ୍ତର୍ଗତ ସାନ କାଞ୍ଜିଆ ଗ୍ରାମର ୩ ଜଣ ପୁରୁଷ ଓ ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି l ଜୟପୁର ପଞ୍ଚାୟତ ଅନ୍ତର୍ଗତ ମହାମାୟା ସାହିର ଜନୈକା ଗର୍ଭବତୀ ମହିଳା କରୋନା ଆକ୍ରାନ୍ତ ଅଟନ୍ତି l
ଏହି ୫ ଜଣଙ୍କୁ ନିଜ ବାସଗୃହରେ ସଙ୍ଗରୋଧରେ ରହିବା ନିମନ୍ତେ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛିl ବୀର ରାମଚନ୍ଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ସଦାନନ୍ଦ ପୁର ନିକଟସ୍ଥ ଏକ ଗ୍ରାମର ଜଣେ ୮ ବର୍ଷର ପୁଅ ଓ ଜଣେ ୨ ବର୍ଷର ଝିଅ ପରଜାପଡା ପଞ୍ଚାୟତ ଅନ୍ତର୍ଗତ ପରଜାପଡା ଗ୍ରାମର ଜନୈକ ୬୧ ବର୍ଷ ବୟସ୍କ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି l
ଏହି ୩ ଜଣଙ୍କୁ ବୀର ରାମଚନ୍ଦ୍ର ପୁରସ୍ଥିତ କୋଭିଡ କେୟାର ହୋମରେ ରଖାଯାଇଛି l ମହୁରା ପଞ୍ଚାୟତ ଅନ୍ତର୍ଗତ ମହୁରା ଗ୍ରାମର ଜନୈକ ଯୁବକ କଟକରେ ରହୁଛନ୍ତି l ସେ ଭୁବନେଶ୍ୱରସ୍ଥିତ ସମ ହସପିଟାଲରେ କରୋନା ପରୀକ୍ଷା କରିଥିଲେ l ତାଙ୍କର ପଜିଟିଭ ଜଣାପଡିଛି l ସେ ସମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି l