Odisha news

ଅସ୍ତରଙ୍ଗ : ୫୦ ଛୁଇଲା କରୋନା ଆକ୍ରାନ୍ତ

0

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ମଙ୍ଗଳବାର ଦିନ ୨ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା େବେଳ ଏମାନଙ୍କୁ ମିଶାଇ ବ୍ଲକ ଅଂଚଳରେ ମୋଟ ୫୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଅଛି । ଏହି ଦୁଇ ଜଣ ବାହାର ରାଜ୍ୟରୁ ଆସି ଅସ୍ତରଙ୍ଗ କଲେଜ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ସେଠାରେ ସ୍ୱାର୍ବ ଟେଷ୍ଟ ପରେ ପିଜିଟିଭ ଜଣାପଡିଥିଲା ।

ସେମାନଙ୍କୁ ସଙ୍ଗେ ସଙ୍ଗେ ଏହି ବ୍ଲକ ଅଧିନ ରତନପୁର ଠାରେ ହୋଇଥିବା କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଅଛି । ଏଠାରେ ପ୍ରକାଶ ଯେ, ଅସ୍ତରଙ୍ଗ ବ୍ଲକର ମୋଟ ୫୦ ଜଣ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୨୫ ଟି ଅକ୍ଟିଭ୍ କେସ ରହିଥିବା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜଣାପଡିଅଛି ।

Leave A Reply