Odisha news

ସ୍ୱଦେଶ ପ୍ରେମର କବି ଶ୍ରୀଅରବିନ୍ଦ

0

ବିମଳ ପ୍ରସନ୍ନ ଦାସ : ଅଗଷ୍ଟ ୧୫ ତାରିଖ ୧୮୭୨ ମସିହା ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ଜନ୍ମତିଥି । ସେହି ଆକାଂକ୍ଷିତ ଦିବସରେ ୧୯୪୭ରେ ଆମ ଦେଶ ସ୍ୱାଧିନତା ଲାଭ କରିଥିଲା । ଏହା କେତେ ଲୁହ ଓ ଲହୁର ଅଭୁଲା ସ୍ମୁତିର ସ୍ମାରକୀ । କାଳବକ୍ଷରେ ଇତିମଧ୍ୟରେ ୭୨ ବର୍ଷ ବିତି ଗଲାଣି । ସ୍ୱାଧିନ ଭାରତର ୭୩ତମ ପବିତ୍ର ଜୟନ୍ତୀ ଆଜି ପାଳନ କରୁଛି । ଏହି ଦିନର ତାପ୍ତର୍ଯ୍ୟ ବୁଝିବାକୁ ଯାଇ ଶ୍ରୀଅରବିନ୍ଦ କହିଥିଲେ “ମୋ ଜନ୍ମ ଦିନରେ ଭାରତ ସ୍ୱାଧିନତା ଲାଭ କରିବା ଏକ କାକତାଳିକ ଘଟଣା ନୁହେଁ । ଏହା ବିଧାତାର ବିଧାନ ।” ବିଦେଶୀ ଶାସନର ବିଲୁପ୍ତି ଥିଲା ତାଙ୍କ ତ୍ୟାଗ ଓ ତପସ୍ୟାର ପ୍ରଥମ ଓ ପ୍ରଧାନ ପ୍ରୟାସ । ସେ ସମ୍ପର୍କରେ କେତୋଟି ଐତିହାସିକ ଘଟଣା ଉଲ୍ଲେଖ କରିବା ଏ ଆଲେଖ୍ୟର ଉଦେ୍ଦଶ୍ୟ ।

୧୯୦୮ ମସିହା ଶୁକ୍ରବାର ମେ ପହିଲା । ଐତିହାସିକ “ବନେ୍ଦ ମାତରମ୍” ଆନେ୍ଦାଳନର ବିଖ୍ୟାତ ଆଲିପୁର ବୋମା କେଶରେ ଦୁଇଜଣ ୟୁରୋପୀୟ ମହିଳାଙ୍କର ମୃତୁ୍ୟ ହେବାରୁ ଶ୍ରୀଅରବିନ୍ଦଙ୍କୁ ଏହି ହତ୍ୟା ତଥା ଆନେ୍ଦାଳନର ମୁଖ୍ୟ ଅପରାଧୀ ଭାବରେ ପୋଲିସର ମିଥ୍ୟା ଅଭିଯୋଗ ଫଳରେ ଗିରଫ କରାଗଲା । ଉକ୍ତ ମିଥ୍ୟା ଅଭିଯୋଗର ବିଚାର ଆଲିପୁର ଦୌରଜଜଙ୍କ ଅଦାଲତରେ ହେବା ସମୟରେ ଶ୍ରୀଅରବିନ୍ଦଙ୍କ ତରଫରୁ ବାରିଷ୍ଟର ଦେଶବନ୍ଧୁ ଚିତରଂଜନ ଦାସ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରି କହିଥିଲେ – ଶ୍ରୀଅରବିନ୍ଦ କେବଳ ଏହି ବି•ରାଳୟ ସମ୍ମୁଖରେ ନୁହେଁ, ଇତିହାସର ବିଚାରାଳୟ ସମ୍ମୁଖରେ ଆଜି ଦଣ୍ଡାୟମାନ । ଆଜିର ଏହି ବାଦ ପ୍ରତିବାଦ ନିରବ ହୋଇଯିବାର ବହୁତ ଦିନ ପରେ, ଏହି ଉତେଜନା ଏହି ବିକ୍ଷୋବ ଶାନ୍ତ ହୋଇଯିବା ପରେ ସ୍ୱୟଂ ପୃଥିବୀ ପୃଷ୍ଠରୁ ବିଦାୟ ନେବାର ବହୁତ ଦିନ ପରେ, ସେ (ଶ୍ରୀଅରବିନ୍ଦ) ଏ ଦେଶରେ ପୂଜା ପାଇବେ ସ୍ୱଦେଶ ପ୍ରେମର କବି ଜାତୀୟତାର ବାର୍ତ୍ତାବହ ଏବଂ ମାନବ ସମାଜର ଗଭୀର ପ୍ରେମିକ ହିସାବରେ । ତାଙ୍କର ମୃତୁ୍ୟର ବହୁତ ଦିନ ପରେ ତାଙ୍କର ବାଣୀ କେବଳ ଭାରତରେ ନୁହେଁ, ସାଗର ମହାସାଗର ଅତିକ୍ରମ କରି ଦେଶ ବିଦେଶରେ ଧ୍ୱନିତ ଓ ପ୍ରତିଧ୍ୱନିତ ହେବାକୁ ଲାଗିବ ।

“ଐର  କ୍ଟଦ୍ଭକ୍ଷଚ୍ଚ ଭରଲକ୍ଟକ୍ସର ଗ୍ଧଷର ଭବକ୍ସଗ୍ଦ କ୍ଟଲ , ଭଙ୍କଗ୍ଧ ଭରଲକ୍ଟକ୍ସର ଗ୍ଧଷର ଐସଶଷ ଉକ୍ଟଙ୍କକ୍ସଗ୍ଧ କ୍ଟଲ ଐସଗ୍ଦଗ୍ଧକ୍ଟକ୍ସଚ୍ଚ…. କ୍ଷକ୍ଟଦ୍ଭଶ ବଲଗ୍ଧରକ୍ସ ଗ୍ଧଷସଗ୍ଦ ମକ୍ଟଦ୍ଭଗ୍ଧକ୍ସକ୍ଟଙ୍ଖରକ୍ସଗ୍ଦଚ୍ଚ ସଗ୍ଦ ଷଙ୍କଗ୍ଦଷରୟ ସଦ୍ଭ ଗ୍ଦସକ୍ଷରଦ୍ଭମର, କ୍ଷକ୍ଟଦ୍ଭଶ ବଲଗ୍ଧରକ୍ସ ଗ୍ଧଷସଗ୍ଦ ଗ୍ଧଙ୍କକ୍ସଜ୍ଞକ୍ଟସକ୍ଷ, ଗ୍ଧଷସଗ୍ଦ ବଶସଗ୍ଧବଗ୍ଧସକ୍ଟଦ୍ଭ ମରବଗ୍ଦରଗ୍ଦ, କ୍ଷକ୍ଟଦ୍ଭଶ ବଲଗ୍ଧରକ୍ସ ଷର ସଗ୍ଦ ୟରବୟ ବଦ୍ଭୟ ଶକ୍ଟଦ୍ଭର, ଷର ଙ୍ଗସକ୍ଷକ୍ଷ ଭର କ୍ଷକ୍ଟକ୍ଟଳରୟ ଙ୍କକ୍ଟ୍ରକ୍ଟଦ୍ଭ ବଗ୍ଦ ଗ୍ଧଷର ଚକ୍ଟରଗ୍ଧ କ୍ଟଲ ଚବଗ୍ଧକ୍ସସକ୍ଟଗ୍ଧସଗ୍ଦଜ୍ଞ, ବଗ୍ଦ ଗ୍ଧଷର ଚକ୍ସକ୍ଟକ୍ଟ୍ରଷରଗ୍ଧ କ୍ଟଲ ଘବଗ୍ଧସକ୍ଟଦ୍ଭବକ୍ଷସଗ୍ଦଜ୍ଞ ବଦ୍ଭୟ କ୍ଷକ୍ଟଙ୍ଖରକ୍ସ କ୍ଟଲ ଷଙ୍କଜ୍ଞବଦ୍ଭସଗ୍ଧଚ୍ଚ. ଖକ୍ଟଦ୍ଭଶ ବଲଗ୍ଧରକ୍ସ ଷର ସଗ୍ଦ ୟରବୟ ବଦ୍ଭୟ ଶକ୍ଟଦ୍ଭର, ଷସଗ୍ଦ ଙ୍ଗକ୍ଟକ୍ସୟଗ୍ଦ ଙ୍ଗସକ୍ଷକ୍ଷ ଭର ରମଷକ୍ଟରୟ ବଦ୍ଭୟ କ୍ସର-ରମଷକ୍ଟରୟ ଦ୍ଭକ୍ଟଗ୍ଧ କ୍ଟଦ୍ଭକ୍ଷଚ୍ଚ ସଦ୍ଭ ଓଦ୍ଭୟସବ ଭଙ୍କଗ୍ଧ ବମକ୍ସକ୍ଟଗ୍ଦଗ୍ଦ ୟସଗ୍ଦଗ୍ଧବଦ୍ଭଗ୍ଧ ଗ୍ଦରବଗ୍ଦ ବଦ୍ଭୟ କ୍ଷବଦ୍ଭୟଗ୍ଦ”ା ତାଙ୍କର ବାଣୀ ସାରା ବିଶ୍ୱରେ ଏବେ ଧ୍ୱନିତ ଓ ପ୍ରତିଧ୍ୱନିତ ହେଇଛି ।

ବନ୍ଦିଶାଳାରୁ ମୁକ୍ତହୋଇ ଭାରତର ଏହି ପ୍ରାଣ ପୁରୁଷ ତ୍ରାଣକର୍ତ୍ତା, ସତ୍ୟଦ୍ରଷ୍ଟା, ବିପ୍ଲବୀ, ସ୍ୱଦେଶ ପ୍ରେମର କବି, ଜାତୀୟତାର ବାର୍ତାବହ ଓ ଗଭୀର ମାନବବାଦୀ ମହାଯୋଗୀ ଶ୍ରୀଅରବିନ୍ଦ ପଣ୍ଡିଚେରୀରେ ପଦାର୍ପଣ କଲେ ତା୦୪.୦୪.୧୯୧୦ରେ । ଆରମ୍ଭ ହେଲା ନୂତନ ମାନବ ଜାତିର ପ୍ରତିଷ୍ଠା ପାଇଁ ତାଙ୍କ ଯୋଗ ସାଧନାମୟ ଜୀବନର ଏକାନ୍ତ ଗଭୀର ସାଧନା । ତାଙ୍କ ଜନ୍ମତିଥିରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତର ସ୍ୱାଧୀନତାକୁ ସେ ଏକ ଐଶ୍ୱରୀକ ସମନ୍ୱୟ ବୋଲି ଅଭିହିତ କରିଛନ୍ତି ।

ସମଗ୍ର ମଣିଷ ଜାତିର ଭବିଷ୍ୟତ ଓ ସାରା ବିଶ୍ୱରେ ଭାରତର ଆଧ୍ୟାତ୍ମିକ ଭୂମିକା ସମ୍ପର୍କରେ ତାଙ୍କର ବାର୍ତ୍ତା ବିପୁଳ ସମ୍ଭାବନା, ମହାନ ଭରସା ଓ ପରମ ଆଶ୍ୱସନା ବହନ କରିଛି । ଏହି ପରିପ୍ରେକ୍ଷୀରେ ଦେଶବନ୍ଧୁ ଚିତରଞ୍ଜନ ଦାସଙ୍କୁ ୧୯୨୨ ମସିହାରେ ସେ ଲେଖିଥିବା ପତ୍ର ଗଭୀର ତାତ୍ପର୍ଯ୍ୟପୂର୍ଣ୍ଣ ।

ସମ୍ଭବତଃ ଆପଣ ଜାଣିଥିବେ ମୋର ବର୍ତ୍ତମାନର ଆଦର୍ଶ କ’ଣ? ଆଉ ତଦନୁଯାୟୀ ଜୀବନ ଓ କର୍ମ ପ୍ରତି ମୋର ମନୋଭାବ କ’ଣ? ଗୋଟିଏ ଧାରଣା ମୋ ଭିତରେ ବଦ୍ଧମୂଳ ହୋଇଛି, ଯାହା ଆଗରୁ ବି ରହିଥିଲା…. ତେବେ ଏତେ ସ୍ପଷ୍ଟ ହୋଇ ନଥିଲା- ଦିନକୁ ଦିନ ସେହି ଜିନିଷଟି ଅଧିକ ସ୍ପଷ୍ଟ ହୋଇ ଯାଉଛି, ଯାହା କଥା ମୁଁ ଏଠି କହିବାକୁ ଯାଉଛି । ଜୀବନ ତଥା କର୍ମ ସମୂହର ଯଥାର୍ଥ ଆଧାର ଯାହାକୁ ଖାଲି ଯୋଗସାଧନା ଦ୍ୱାରା ହିଁ ବିକଶିତ କରାଯାଇ ପାରିବ ଉତରୋତ୍ତର ଏଇ ଜିନିଷଟି ମୋ ଆଗରେ ସ୍ପଷ୍ଟ ହୋଇ ଯାଉଛି ଯେ ମଣିଷ ଜାତି ଖାଲି ବ୍ୟର୍ଥ ଚକ୍ରରେ ଅନବରତ ଚକା-ଭଉଁରୀ ଭଳି ଘୁରୁଛି । ଯେତେବେଳେ ଯାଏ ଏ ଜାତି ଗୋଟିଏ ନୂଆ ପ୍ରତିଷ୍ଠା ଖୋଜି ନପାଇଛି, ଅର୍ଥାତ୍ ଗୋଟିଏ ନୂଆ ସ୍ତରର ଉପରକୁ ଉଠିଯାଇ ସେଠାରେ ନିଜର ଆସ୍ଥାନ ଜମାଇ ନ ବସିଛି, ସେହିଭଳି ପୁରୁଣା ଗୁଳା ଭିତରେ ପଡ଼ି ଚକା-ଭଉଁରୀ କାଟିବା ହିଁ ତାର ସାର ହେବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ସାରା ସଂସାର ପାଇଁ ଭାରତ ବର୍ଷ ହିଁ ସେହି ମହାବ୍ରତ ସମ୍ପନ୍ନ କରିବ – ସେହି ମହାନ ବିଜୟ ସେ ଲାଭ କରିବ- ଉପରସ୍ତରକୁ ଉଠିବାପାଇଁ ।

ମାତ୍ର ମୁଁ ଯେଉଁ ମହତର ଚେତନାର କଥା କହୁଛି, ତାର କାର୍ଯ୍ୟକାରୀ ଶକ୍ତିର ଠିକ୍ ଠିକ୍ ରୂପରେଖ କ’ଣ? କେଉଁ କେଉଁ ସର୍ତ୍ତ ମାନି ସେଇ ଚେତନା ବାସ୍ତବ ରୂପ ନେଇ ଆମକୁ ସାହାଯ୍ୟ କରିବ, ପୁଣି କିପରି ଭାବରେ ତାହାକୁ ତଳକୁ ଓହ୍ଲାଇ ଅଣାଯାଇ ପାରିବ ଓ ତାହା କେଉଁ ଧାରା ଅନୁଯାୟୀ କାର୍ଯ୍ୟ କରିବାକୁ ଲାଗିବ ଏବଂ ସର୍ବୋପରି ମାନବ ଜୀବନ ଉପରେ ତାର କି ପ୍ରଭାବ ପଡିବ, କେଉଁ ପ୍ରକାରରେ ଆମେ ଆମର ବର୍ତମାନର ଉପାଦାନ ଓ କାରଣଗୁଡିକୁ ଯଥା ମନ, ବୁଦ୍ଧି, ପ୍ରାଣ ଓ ଶରୀରକୁ ଏଇ ମହାନ ରୂପାନ୍ତର ବଳରେ ସେଗୁଡିକର ସତ୍ୟ ସ୍ୱରୂପକୁ ଅର୍ଥାତ୍ ସୁସିଦ୍ଧ ଆଧାରରେ ପରିଣତ କରି ପାରିବା – ଏବସବୁ ସମସ୍ୟାର ସମାଧାନ ମୁଁ ନିଜର ଅନୁଭୂତି ଦ୍ୱାରା ପାଇବାକୁ କେବେଠାରୁ ପ୍ରୟାସ କରୁଛି ଏବଂ ମୁଁ ଏବେ ଗୋଟିଏ ନିଶ୍ଚିତ ଆଧାରକୁ ଓ ପ୍ରସସ୍ତ ନିଗୁଢ଼ ଜ୍ଞାନକୁ ପାଇ ସାରିଛି । ଏଇ ନିଗୁଢ଼ ରହସ୍ୟର ଅନେକାଂଶ ଆୟତ କରି ନେଇଛି । ଅବଶ୍ୟ ଏବେବି ସମ୍ପୂର୍ଣ୍ଣରୂପେ ଓ ଅବ୍ୟର୍ଥ ଶକ୍ତିରେ ମୁଁ ତାହା ଲାଭ କରିନାହିଁ । ଅତଏବ ଏବେବି ମୋତେ କର୍ମ କ୍ଷେତ୍ରରୁ ଅଲଗା ରହିବାକୁ ପଡୁଛି । କାରଣ ମୁଁ ଦୃଢ଼ ପ୍ରତିଜ୍ଞା କରିଛି ଯେ ଯେତେବେଳେ ଯାଏ ବାହାରର କର୍ମରେ ନିଜକୁ ମିଶାଇ ନାହିଁ, ତା ଭିତରେ ପିଶିବି ନାହିଁ ମୋ ଆଧାରକୁ ନିଦେ୍ର୍ଦାଷ ଓ ସୁସିଦ୍ଧ ନ କରିବା ଯାଏ ମୁଁ, କୌରଣି ନୂତନ କାମ କରିବି ନାହିିଁ ।

ଶ୍ରୀଅରବିନ୍ଦ ଏହି ଚିଠି ନଭେମ୍ବର ୨୨ ତାରିଖ ୧୯୨୨ ମସିହାରେ ଲେଖିଥିଲେ । ସେହି ଦିନଠାରୁ ନୂଆ କର୍ମଶକ୍ତି ଓ ଆଦର୍ଶ ଉପରେ ତାଙ୍କର ପ୍ରଭୁତ୍ୱ ଦ୍ରୂତ ଗତିରେ ବୃଦ୍ଧିପାଇବାରେ ଲାଗିଲା ଏବଂ ଏହି ତପସ୍ୟାର ସିଦ୍ଧି ଦିଗରେ ସେ ସଂପୂର୍ଣ୍ଣ ନିମଗ୍ନ ହୋଇଥିଲେ । ତାଙ୍କର ସେହି କର୍ମ ଓ ତପସ୍ୟାର ଲକ୍ଷ ହେଉଛି ସମଗ୍ର ଜୀବନକୁ ଗ୍ରହଣ କରିବା । ସକଳ କି୍ରୟାକଳାପକୁ ଆଧ୍ୟାତ୍ମ ଭାବପନ୍ନ କରିବା । ଅଥଚ କୌଣସି କର୍ମକୁ ତ୍ୟାଗ ନ କରିବା । ଶ୍ରୀଅରବିନ୍ଦଙ୍କର ଦୃଢ ବିଶ୍ୱାସ ଯେ ଏକ ନବୀନ ଓ ଉଦାର ମାର୍ଗରେ ଆପଣାର ମହାନ ଆଧ୍ୟାତ୍ମ ଆଦର୍ଶକୁ ଅନୁସରଣ କରିବା ଏବଂ ସେହି ଆଦର୍ଶ ଜଗତକୁ ଉଦ୍ଧାର କରିବ । ପାର୍ଥିବ କ୍ରମ ବିକାଶ ଭିତରେ ଶ୍ରୀଅରବିନ୍ଦଙ୍କ ସମଗ୍ର ଜୀବନ ଏକ ଗଭୀର ତପସ୍ୟା ।
୧୯୨୪ ମସିହା ନଭେମ୍ବର ୨୬ ତାରିଖ, ଶ୍ରୀଅରବିନ୍ଦଙ୍କ ଯୋଗ ସାଧନାମୟ ଜୀବନରେ ମହାସିଦ୍ଧିର ବିଜୟ ବାର୍ତ୍ତା ଉଦ୍ଘୋଷିତ ହେଲା “ଏଇ ଭାରତରେ ମହାମାନବର ସାଗର ତୀରେ ।

” ଏହାର ଅବ୍ୟବାହିତ ପରେ ୧୯୨୮ ମସିହାରେ ବିଶ୍ୱକବି ରବୀନ୍ଦ୍ର ନାଥ ମହାଯୋଗୀ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ କରି ତାଙ୍କର ଅନୁଭୂତି ନିଜ ଅମ୍ଳାନ କୃତି “ନମସ୍କାର” କବିତାରେ ଲିପିବଦ୍ଧ କରିଛନ୍ତି । ଭାରତର ପ୍ରାଣ-ପୁରୁଷ, ତ୍ରାଣକର୍ତ୍ତା, ସିଦ୍ଧସାଧକ, ମହାଯୋଗୀ, ମହାନ ବିପ୍ଳବୀ, ସତ୍ୟଦ୍ରଷ୍ଟାଙ୍କ ପ୍ରତି ଅନ୍ତରର ଗଭୀର ଶ୍ରଦ୍ଧାଞ୍ଜଳି ନିବେଦନ କରି କବିଗୁରୁ କହିଛନ୍ତି: “ଭାରତ ଆତ୍ମାର ବାଣୀ ମୂର୍ତ୍ତୀ ତୁମେ” । ମୋ ମନ କହିଲା ସେ ହିଁ ତାଙ୍କ ଅନ୍ତରର ଅଲୋକ ଦେଇ ବାହାରେ ଆଲୋକ ଜଳାଇବେ । ସେଥିପାଇଁ ତାଙ୍କର ମୁଖଶ୍ରୀରେ ଶାସ୍ୱତ ଦୀପ୍ତି ଓ ଉଜ୍ୱଳ ଆଭା । ମୁଁ ତାଙ୍କୁ କହି ଆସିଲି ଆତ୍ମାର ବାଣୀ ବହନ କରି ଆପଣ ଆମ୍ଭମାନଙ୍କ ମଧ୍ୟକୁ (ବାହାର ଜଗତକୁ) ଆସିବେ, ଏହି ଅପେକ୍ଷାରେ ରହିଲୁ । ସେହି ବାଣୀରେ ଭାରତର ପଞ୍ଚଜନ୍ୟ ନିନାଦିତ ହେବ । “ଶୁଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରଃ” । ଏହାହିଁ ଥିଲା “ଅରବିନ୍ଦ ରବିନ୍ଦ୍ରର ଘେନ ନମସ୍କାର ।” ସେ ମହାଯୋଗୀଙ୍କ ୧୪୮ତମ ପବିତ୍ର ଜୟନ୍ତୀରେ ତାଙ୍କୁ କୋଟି ପ୍ରଣାମ ।

Leave A Reply