ନୀଳଗିରି : ଭଦ୍ରକ ଅଞ୍ଚଳର ରଶ୍ମିରଂଜନ ପରିଡ଼ା କାର ନେଇ ନୀଳଗିରିର କୁମୁଡ଼ିହାରୁ ଫେରୁଥିବା ବେଳେ ପୋଡ଼ାଶୂଳ ଛକ ନିକଟରେ ଅନ୍ୟଏକ ବାଇକ୍ କାର ପଛପଟକୁ ପିଟିବା ଫଳରେ ବାଇକ୍ ଚାଳକ ବିଶ୍ୱନାଥ ଦାସ ଗୁରୁତର ଭାବେ ଆହତ ହୋଇ ନୀଳଗିରି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାରୁ ପ୍ରକାଶ ରଶ୍ମିରଂଜନ ପରିଡ଼ା କୁମୁଡ଼ିହାରୁ ଫେରିବା ବେଳେ ପୋଡ଼ାଶୁଳ ଛକନିକଟରେ ଥିବା ହମ୍ପସ୍ ପାଖରେ ନିଜ କାରର ବ୍ରେକ୍ ମାରିଥିଲେ ।
ଏହି ସମୟରେ ରେମୁଣା ଥାନା ନରହରିପୁର ଅଞ୍ଚଳରେ ବିଶ୍ୱନାଥ ଦାସ ବାଜାଜ ବାଇକ୍ରେ ଆସି କାର ପଛପଟୁ ଧକ୍କା ଦେଇ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦାମାନେ ଆହତ ବିଶ୍ୱନାଥଙ୍କୁ ଉଦ୍ଧାର କରି ନୀଳଗିରି ଦମକଳ ଗାଡ଼ିରେ ନୀଳଗିରି ଡ଼ାକ୍ତରଖାନାକୁ ପଠାଇଥିଲେ । ଖବର ପାଇ ନୀଳଗିରି ଥାନା ଏସ୍ଆଇ ବାସୁଦେବ ଜୟସିଂ ଓ ରାମଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରୁଥିବା ଜଣାପଡ଼ିଛି ।