Odisha news

ପାରଳାଖେମୁଣ୍ଡି ଉପକାରାଗାରରେ ୬ ଜଣ କରୋନାରେ ଆକ୍ରାନ୍ତ

0

ପାରଳଖେମୁଣ୍ଡି:୧୦/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉପକାରାଗାରରେ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ଜେଲ ଅଧୀକ୍ଷକ, ଜଣେ କର୍ମଚରୀ ଓ ୪ ଅନ୍ତେବାସୀ।ଜେଲ୍‌ ଅଧୀକ୍ଷକ ଓ ଜଣେ କର୍ମଚାରୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଛନ୍ତି। ସେହିପରି ଅନ୍ତେବାସୀଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯିବ। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜେଲ ପରିସରକୁ ସାନିଟାଇଜ କରାଯିବ ବୋଲି ଜଣାପଡ଼ିଛି l

Leave A Reply