Odisha news

*ପ୍ରଦେଶ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ*

0
ଭୁବନେଶ୍ୱର-୯/୮/୨୦-ଆଜି ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ,ଦେଶର ସ୍ବାଧୀନତା ପାଇଁ ଆଜିର ଦିନରେ ଭରତଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିଲା।କଂଗ୍ରେସର ପ୍ରତିଷ୍ଠାତା ପୁରୋଧା ମାନେ ଭାରତ ବର୍ଷର ସ୍ୱତନ୍ତ୍ରତା ପାଇଁ ବ୍ରିଟିଶ ଶାସନକୁ ଦେଶରୁ ହଟାଇବାକୁ ଚରମ ବାଣୀ ସୁନାଇଥିଲେ।ଗାନ୍ଧିଜୀଙ୍କ ନେତୃତ୍ଵରେ ହେଉଥିବା ଭାରତ ଛାଡ଼ ଆନ୍ଦୋଳନ ପାଇଁ ଅଗଷ୍ଟ ୯ ତାରିଖର ବିପ୍ଳବକୁ କ୍ରାନ୍ତି ଦିବସ ଭାବେ ଗ୍ରହଣ କରାଯାଇଥିଲା।ଶେଷରେ ଭାରତୀୟ ନେତୃବର୍ଗଙ୍କର ଗୋରା ସାହେବ ମାନଙ୍କୁ ଚରମବାଣୀ ଫଳରେ ୧୯୪୭ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନ ହୋଇଥିଲା।ଦେଶ ସ୍ୱାଧୀନତା ର ଏହି  ବିପ୍ଳବକୁ ମନେ ପକେଇବା ପାଇଁ ଅଗଷ୍ଟ ୯ ରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୋଭିଡ ୧୯ ନିୟମାବଳୀ ଅନୁସାରେ ସାମାଜିକ ଦୁରତ୍ୱକୁ ବଜାୟ ରଖି ନିରାଡ଼ମ୍ବର ଭାବେ କ୍ରାନ୍ତି ଦିବସ ପାଳନ କରାଯାଇଛି।
ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବାହ୍ନରେ ପ୍ରଥମେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ମିଉଜିଉମ ଛକ ସ୍ଥିତ ସହିଦସ୍ମୃତିସ୍ତମ୍ଭ ରେ ପୁଷମାଲ୍ୟ ଦେବା ପରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
ଏହି କାର୍ଯ୍ୟକର୍ମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ବିଧାୟକ ସୁରେଶ କୁମାର ରାଉତରାୟ,ପୂର୍ବତନ ବିଧାୟକଦେବାଶିଷ ପଟ୍ଟନାୟକ ,କଂଗ୍ରେସ ନେତା ସିବାନନ୍ଦ ରାୟ,ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ,ରଶ୍ମି ମହାପାତ୍ର,ହଳଧର ସେଠି,କିଶୋର ଜେନା,ସୁଦର୍ଶନ ଦାଶ,ଅଭୟ ବଡ଼ଜେନା,ଦୀପକ କୁମାର ମହାପାତ୍ର ,ଲିଙ୍ଗରାଜ ସାହୂ,ମାନଶ ଆଚାର୍ଯ୍ୟ,ପ୍ରକାଶ ମିଶ୍ର, ଚିନ୍ମୟ ଦାଶ,ପ୍ରଣତି ମିଶ୍ର,ସୁବ୍ରତ ମହାପାତ୍ର,ସଂକୁନା କଂହର,ଜ୍ୟୋତିଷ ସାହୂ,ଶ୍ରୀୟସ୍ମିତା ପଣ୍ଡା,,ନୀଳମଣି ମିଶ୍ର,ମହମ୍ମଦ ସାହାଉଲା,କୁଳମଣି ସାହୂ,ବାଙ୍ଗଳା ମଲ୍ଲିଆ,ଦେବେନ୍ଦ୍ର ଦାଶ,ଶୈଳେନ୍ଦୁ ମଜୁମଦାର,ବିନୋଦ ବିହାରୀ ମହାପାତ୍ର,ବୁନା ମହାନ୍ତି,ରମାକାନ୍ତ ସାହୂ ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply