Odisha news

କୋଣାର୍କ : ଆମ୍ବିଳିଗାଁର ୧୬ନଂ ୱାର୍ଡ଼ କୁ ସଟଡାଉନ ଘୋଷଣା କଲେ ମହଲପଡା ସରପଞ୍ଚ।

0

କୋଣାର୍କ : କୋଣାର୍କ ଥାନା ଅଧିନ ମହଲପଡା ପଂଚାୟତର ଆମ୍ବିଳିଗାଁ ର ୧୬ନଂ ୱାର୍ଡ଼ ରୁ ଜଣେ ଲୋକାଲ ମହିଳା ମହାମାରୀ କରୋନାରେ ଆକ୍ରାନ୍ତ ହୋଇ କଟକର ଅଶ୍ମିନ କୋଭିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା ଜଣାପଡିବା ପରେ  ଗୋଷ୍ଠି ସଂକ୍ରମଣ ରୁ ବର୍ତ୍ତିବା ପାଇଁ ସରପଞ୍ଚ ଇଂ ରାଜଶ୍ରୀ ପରିଡା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଉକ୍ତ ୱାର୍ଡ଼ କୁ ରବିବାର ୭ଟା ଠାରୁ ମଙ୍ଗଳବାର ୭ଟା ପର୍ଯ୍ୟନ୍ତ ୩ଦିନ ସଟଡାଉନ ଘୋଷଣା କରିଛନ୍ତି।

ଏବଂ ଆକ୍ରାନ୍ତ ମହିଳାଙ୍କ ସମ୍ପର୍କରେ ଆସିଥିବା ସେହିୱାର୍ଡ ର ବାସିନ୍ଦା ମାନଙ୍କୁ  ଟ୍ରେସିଙ୍ଗି ପକ୍ରିୟା ପାଇଁ ଉଦ୍ୟମ କରାଯାଉଛି। ଏହି ତିନି ଦିନ ୧୬ନଂ ୱାର୍ଡ଼ ର ସମସ୍ତ ବାସିନ୍ଦା ମାନେ ନିଜ ନିଜ ଘରେ ସଂଗରୋଧରେ ରହନ୍ତୁ ଓ ପଦାକୁ ନବାହାରିବା ପାଇଁ ସରପଞ୍ଚ ରୋକ ଲଗାଇଛନ୍ତି।ଏବଂ ପଂଚାୟତର ସମସ୍ତ ଜନସଧାରଣମାନେ ମାସ୍କ ପିନ୍ଧନ୍ତୁ ଓ ସମାନତା ରକ୍ଷା କରିବାକୁ ସରପଞ୍ଚ ରାଜଶ୍ରୀ ପରିଡା ପଂଚାୟତ ବାସୀଙ୍କୁ ନିବେଦନ କରିଛନ୍ତି।

Nalco
Leave A Reply