Odisha news

ଅସିକାରେ ସଂକ୍ରମିତ ଙ୍କ ସଂଖ୍ୟା ସାତଶହ ପାର କଲା : ଦୁତ୍ୱୀୟ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ

0

ଆସିକା : କରୋନା ସଂକ୍ରମଣ ଆସିକା ସହର ଓ ବ୍ଲକ ଅଞ୍ଚଳରେ ସାମାନ୍ୟ ଥମିଛି। ଗତ କିଛିଦିନ ଧରି ସଂକ୍ରମିତ ଙ୍କ ସଂଖ୍ୟା ଆଖି ଦୃଶୀୟା ହ୍ରାସ ପାଇଥିବା ଲକ୍ଷ୍ୟ କରା ଯାଇଚି। ସଂକ୍ରମଣ ହ୍ରାସ ସମୟରେ ଲକ୍ଷଣ ଥିବା ଲୋକ ଙ୍କୁ ଯାଞ୍ଚ କରିବା ପାଇଁ  ଏନ୍ ଏ ସି କର୍ତ୍ତୁପକ୍ଷ  ପୁଣିଥରେ ଘର କୁ ଘର ବୁଲି ସମସ୍ତ ୧୮ ୱାର୍ଡ ରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।  ନବନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ରିୟ ଦାସ ଓ ସତନ୍ତ୍ର ଅଧିକାରୀ ସାଗର ପାଲୋ ଙ୍କ ସଂଯୋଜନାରେ ଏନ୍ ଏ ସି କର୍ମଚାରୀ, ଡାକ୍ତର, ଅଙ୍ଗନବାଡ଼ି, ସ୍ବଚ୍ଛ ସାଥି ଓ କୋଭିଡ଼ ସ୍ବେଛାସେବୀ ଙ୍କୁ ଧରି ୨ ନମ୍ବର ୱାର୍ଡର ବାଣୀବିହାର ଅଞ୍ଚଳରେ ଘର କୁ ଘର ବୁଲି ପୁନଃ ସ୍ବାସ୍ଥ୍ୟ ଯାଞ୍ଚ ର ପ୍ରକ୍ରିୟା ଆରମ୍ଭ କରିଥିଲେ। ସେହି ଭଳି ଆସିକା ସବ୍ ଜେଲ ରେ ୧୫୦ ଅନ୍ତେବାସୀ ଙ୍କ ମଧ୍ୟରୁ ୧୦୦ ଜଣ ଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସାରିଥିବାବେଳେ ରବିବାର ଦିନ ବଳକା ୫୦ ଅନ୍ତେବାସୀ ଙ୍କୁ ଯାଞ୍ଚ କରିବାର ବନ୍ଦୋବସ୍ତ କରାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଆଜି ସୁଦ୍ଧା  ଆସିକା ସହର ରେ ୩୪୬ଓ ବ୍ଲକ୍ ରେ ୩୭୦ ଙ୍କୁ ମିଶାଇ ମୋଟ ୭୧୬ଜଣ ଙ୍କୁ କରୋନା ଆକ୍ରାନ୍ତ କରିଥିବା ବେଳେ୬୩୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି।  ଏଥିମଧ୍ୟରୁ ଆସିକା ସହରାଞ୍ଚଳରେ ୨୩ ଆକ୍ରାନ୍ତ ଓ ଗ୍ରାମାଞ୍ଚଳରେ ୩୬ ଆକ୍ରାନ୍ତ  ଙ୍କୁ ମିଶାଇ ମୋଟ ୫୯ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮ ଜଣ ଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ରାଜ୍ୟ ରୁ ଲକ୍ଷାଧିକ ପ୍ରବାସୀ  ସଂଗରୋଧ ରହି ଆସିକା ସମେତ ଗଞ୍ଜାମ ଜିଲ୍ଲା ରେ  ନିଜ ନିଜ ଘର  କୁ ଫେରିଥିଲେ। ବିଭିନ୍ନ ଗ୍ରାମ ସମେତ ସହରାଞ୍ଚଳରେ କରୋନା ରୋଗୀ ଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇ  ଗୋଷ୍ଟି ସଂକ୍ରମଣ ହେବା ଆଶଙ୍କା କରାଯାଇଥିଲା। ବିଶେଷ କରି ଆସିକା ବ୍ଲକ୍ ଓ ସହରାଞ୍ଚଳରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିକା ରେ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରି ସଂକ୍ରମଣ ରୋକିବାରେ  ସଫଳ ହୋଇଛି।

Nalco
Leave A Reply