Odisha news

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଧାମନଗର କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ

0

ଧାମନଗର  : ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୁଦନ ପାଢୀ ଭଦ୍ରକ ଜିଲ୍ଳା ଗସ୍ତରେ ଆସିଥିବାବେଳେ ଧାମନଗର ଏନ୍ଏସି ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ·ଲୁଥିବା କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଥିଲେ । ଧାମନଗର ଅଞ୍ଚଳରେ ଦିନକୁ ଦିନ କରୋନା କାୟାବିସ୍ତାର କରି·ଲିଥିବାବେଳେ ଏହାକୁ ଆଖିଆଗରେ ରଖି ଧାମନଗର ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ଖୋଲାଯିବାକୁ ଯୋଜନା ଥିବା ତାଙ୍କର ଗସ୍ତରୁ ଜଣାଯାଇଛି । ଆଦର୍ଶ ବିଦ୍ୟାଳୟରେ ·ଲିଥିବା କୋଭିଡ଼ କେୟାର ସେଣ୍ଟରର ସୁପରି ·ଳନା ସମ୍ପର୍କରେ ଶ୍ରୀ ପାଢୀ ପ·ରି ବୁଝିଥିବାବେଳେ କୋଭିଡ଼ ହସ୍ପିଟାଲ ସମ୍ପର୍କରେ ଆଉକଣ କରାଯିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।

ଆଦର୍ଶ ବିଦ୍ୟାଳୟର କୌଣସି ଢାଞ୍ଚା ପରିବର୍ତ୍ତନ କରାନଯାଇ ବିଦ୍ୟାଳୟ ପରିସରରେ ଅଧିକ ଅସ୍ଥାୟୀ ଶୌ·ଳୟ ତୁରନ୍ତ ନିର୍ମାଣ କରିବାପାଇଁ ଧାମନଗର ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଶ୍ରୀ ପାଢୀ ନିଦେ୍ର୍ଦଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ପାଢୀଙ୍କ ଏହି ପରିଦର୍ଶନ ସମୟରେ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ମଧୁସୁଦନ ଦାସ, ଏଡ଼ିଏମ୍ଓ ଶିବାଶିଷ ମହାରଣା, ଧାମନଗର ଏନ୍ଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ଏବିଡ଼ିଓ ଶର୍ମିଷ୍ଠା ମଲ୍ଲିକ, ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ରାଜଦୀପ ତ୍ରିପାଠୀ, ବିଏଚ୍ଇଓ କିଶୋରଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଧାମନଗର ଅଞ୍ଚଳର କରୋନା ପଜିଟିଭ ଚିହ୍ନଟ ପରେ ଆକ୍ରାନ୍ତଙ୍କୁ ଧାମନଗର ଆଦର୍ଶ ବିଦ୍ୟାଳୟରେ ଖୋଲାଯିବାକୁ ଥିବା କୋଭିଡ଼ କେୟାର ହସ୍ପିଟାଲରେ ଚିକିସôିତ କରାଯିବ ବୋଲି ଜଣାଯାଇଛି

Nalco
Leave A Reply