ସାକ୍ଷୀଗୋପାଳ:ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳ ପୁର ପଞ୍ଚାୟତର ଜନୈକ ୨ ମାସର ଶିଶୁ ପୁତ୍ର କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି. ଶିଶୁଟିର ଥଣ୍ଡା ଲାଗିରହିବାରୁ ତାଙ୍କ ପରିବାର ତରଫରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମସ ହସପିଟାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା. ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା. ପରୀକ୍ଷା ପରେ ଶିଶୁଟି କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା. ସେଠାରେ ଶିଶୁଟିକୁ କୋଭିଡ ୱାର୍ଡରେ ଚିକିତ୍ସା କରାଯାଉଛି. ସତ୍ୟବାଦୀ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଶିଶୁ ଓ ତାଙ୍କ ପରିବାରର କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଅଛି.