ବାଙ୍ଗିରିପୋଷି୪/୮: ରାଜ୍ୟ ପଂଚାୟତରାଜ ଓ ପାନୀୟଜଳ, ଆଇନ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୟୁରଭଂଜ ଜିଲ୍ଲା ଗସ୍ତରେ ଆସି ମଙ୍ଗଳବାର ବାଙ୍ଗିରିପୋଷି ବ୍ଲକର କୋଭିଡ-୧୯ ପିଚାଳନା ସାଙ୍ଗକୁ ସରକାରୀ ଯୋଜନା କାର୍ଯ୍ୟ କାରିତା ନେଇ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ।
ଖଇରୀ ରିର୍ସଟ୍ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସୁଦାମ ମାର୍ଣ୍ଡୀ,ମୁରୁଡା ବିଧାୟକ ରାଜକିଶୋର ଦାସ,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟପାରର ରାଜ୍ୟ ସ୍ତରୀୟ ସାଧାରଣ ସଂପାଦକ ଡା.ଦେବାଶିଷ ମାରାର୍ଣ୍ଡୀ, ବାଙ୍ଗିରିପୋଷି ବ୍ଲକ ଅଧ୍ୟକ୍ଷ ସୁବୋଧ ମାର୍ଣ୍ଡୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟନାଥ ମାର୍ଣ୍ଡୀ ଓ ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ମହାମାରୀ ସମୟରେ ଜୀବନ ଓ ଜୀବିକାକୁ ସୁରକ୍ଷା ପାଇଁ ସବୁ ମହଲରୁ ସହଯୋଗ ପାଇଁ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ ।
ବାଙ୍ଗିରିପୋଷି ବ୍ଲକରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତିଙ୍କ ପାଖରୁ କିପରି ପ୍ଲାଜମା ସଂଗ୍ରହ କରାଯିବ ତାହା ମନ୍ତ୍ରୀ ପ୍ରକାଶ କରଥିଲେ । ସେହିପରି ବାଙ୍ଗିରିପୋଷି ବ୍ଲକରେ ଏକ କଲ୍ୟାଣ ମଣ୍ଡପ ପ୍ରସ୍ତାବ ଦେବା ସହ ଅଂଚଳରେ ଥିବା ମିନି ଷ୍ଟାଡିୟମ କୁ ଉନ୍ନତି କରଣ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱଜିତ ଶର୍ମା,ସଂଜୀବ କିଶୋର ମହାନ୍ତି,ସନାତନ ମହାନ୍ତ,ଭାସ୍କର ମହାନ୍ତ,ସାନ୍ତୁନୁ ଦାସ,ନିଶିକାନ୍ତ ଦାସ,ଦୀପକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ କରିଥିଲେ ।