Odisha news

କବି ଅଭିମନ୍ୟୁ ଙ୍କ ବାଲିଆ ଉଆସରେ ରାଜାଭିଷେକ

0

ବରୀ : ବିଦଗ୍ଦ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମ ପୀଠ ବାଲିଆ ଉଆସରେ ଆଜି ପାରମ୍ପାରିକ ରାଜାଭିଷେକ ଉସôବ ପାଳିତ ହୋଇଯାଇଛି । କରୋନା ମହାମାରୀକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ କରାଯାଈଛି । ପ୍ରତ୍ୟେକ ବର୍ଷ ପରି ଅଭିଷେକ ବେଦିକୁ କୁଳ ଦେବତା ଶ୍ରୀ ରଘୁନାଥଙ୍କୁ ନିଆ ଯାଇଥିଲା । କେବଳ ମଙ୍ଗଳବାଦ୍ୟ ମାଧ୍ୟମରେ କବି ଅଭିମନୁ୍ୟଙ୍କ ଛାନ୍ଦର ତାଳେ ତାଳେ ଶ୍ରୀ ରଘୁନାଥ ବେଦିକୁ ଯିବା ପରେ ଉକ୍ତ ବେଦୀକୁ ଉଆସର ନୂଆ ସାମନ୍ତାଣୀ ପ୍ରତୀକ୍ଷା କୁମାରୀ ଙ୍କ ସହିତ ଅଭିମନୁ୍ୟଙ୍କ ଉତ୍ତର ଦାୟଦ ଚୈାଧୁରୀ ରାଜା ପାର୍ଥ ସାରଥୀ ସାମନ୍ତ ସିଂହାର ଆଗମନ କରିଥିଲେ ।

ଉଆସ ପରିବାର ର ସଦସ୍ୟ ସଦସ୍ୟାମାନେ ସେଠାରେ ଉପସ୍ଥିତ ରହି ବନ୍ଦାପନା କାର୍ଯ୍ୟ କରିଥିଲେ । ସାମନ୍ତ ସିଂହାର ପରିବାର ର ରାଜ ପୁରୋଧା କାର୍ତ୍ତିକ ଚନ୍ଦ୍ର ପ୍ରହରାଜ ଙ୍କ ସହିତ ସୁରେଷ ଚନ୍ଦ୍ର ପତି ଉପସ୍ଥିତ ରହି ଅଭିଷେକ କାର୍ଯ୍ୟକ୍ରମ କୁ ସମାହିତ କରିଥିଲେ । ଅଭିଷହକ ପରେ ସାମନ୍ତ ଓ ସାମନ୍ତାଣୀ ଉଭୟ ଇଷ୍ଟଦେବ ଶ୍ରୀ ରାଧାମୋହନଙ୍କୁ ଦର୍ଶନ କରି ଶେଷରେ ମହାପୁରୁଷ ବିଦଗ୍ଧ କବିଙ୍କ ସମାଧି ପୀଠକୁ ଯାଇ ସମାଧିକୁ ୭ ଥର ପ୍ରଦିକ୍ଷଣ କରି ଉଆସକୁ ଫେରିଥିଲେ ।

Nalco
Leave A Reply